ବହୁତ ଜଲ୍‌ଦି ଆସୁଛି ନୂଆ ଟୋଲ୍‌ ପଲିସି; ଜାତୀୟ ରାଜପଥ ଓ ଏକ୍ସପ୍ରେସ ୱେରେ କମ୍‌ ହୋଇଯିବ ଟୋଲ୍‌

କେନ୍ଦ୍ର ସରକାର ବହୁତ ଜଲ୍‌ଦି ଜାତୀୟ ରାଜପଥ ଏବଂ ଏକ୍ସପ୍ରେସ ୱେରେ କାର ଚଳାଇବା ପାଇଁ ନୂଆ ଟୋଲ୍ ପଲିସି ଆଣିପାରନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପଲିସି ଲାଗୁ ହେବା ପରେ ରାଜପଥରେ ଟୋଲ ଟିକସ ଦର ହ୍ରାସ ପାଇପାରେ। ଆସନ୍ତୁ ଜାଣିବା, ଏହାର ଲାଭ କିପରି ଭାବେ ଦିଆଯିବ?

କାହାକୁ ମିଳିବ ଫାଇଦା:

ରିପୋର୍ଟ ମୁତାବକ, ଯଦି ଆପଣ ଛୋଟ କାର ବ୍ୟବହାର କରୁଛନ୍ତି, ତା’ ହେଲେ ଆପଣଙ୍କ ପାଇଁ ଜଲ୍‌ଦି ଏକ ଖୁସି ଖବର ଆସିପାରେ। ସରକାର ନୂଆ ଟୋଲ ଟ୍ୟାକ୍ସ ପଲିସିରେ ଛୋଟ ଗାଡ଼ିଗୁଡ଼ିକ ଉପରେ ଟୋଲ ଦର କମାଇ ପାରନ୍ତି।

ଗାଡ଼ିର ଆକାର ଏବଂ ଦୂରତାରୁ ଧାର୍ଯ୍ୟ ହେବ ଟୋଲ:

ନୂଆ ନୀତି ଅଧୀନରେ ଦୁଇଟି କଥା ଉପରେ ଗୁରୁତ୍ୱ ଦିଆଯିବ। ପ୍ରଥମତଃ, ଗାଡ଼ି ଯେତେ ଛୋଟ ହୋଇଥାଏ, ରାସ୍ତା ଉପରେ ସେତିକି କମ୍ ଚାପ ପକାଇଥାଏ। ଆଉ ଗାଡ଼ି ଯେତେ ବଡ଼ ହୋଇଥାଏ, ରାସ୍ତା ଉପରେ ଚାପ ପକାଇବାର କ୍ଷମତା ସେତିକି ଅଧିକ ଥାଏ। ଦ୍ୱିତୀୟରେ, ପଲିସିରେ ନୂଆ ଜିପିଏସ୍ ଆଧାରିତ ଟୋଲ୍ ସିଷ୍ଟମ୍ ସାମିଲ କରାଯାଇ ପାରେ। ଏହାଦ୍ୱାରା କେଉଁ ପ୍ରକାରର ଗାଡ଼ି ଜାତୀୟ ରାଜପଥ କିମ୍ବା ଏକ୍ସପ୍ରେସ ୱେରେ କେତେ କିଲୋମିଟର ଉପଯୋଗ କରିବ, ସେହି ହିସାବରେ ଟୋଲ ଟ୍ୟାକ୍ସ ଆଦାୟ କରାଯିବ।

ପାସେଞ୍ଜର କାର୍‌ ୟୁନିଟ୍‌ର ହେବ ଗଣନା:

ମିଡିଆ ରିପୋର୍ଟ ମୁତାବକ, ଜାତୀୟ ରାଜପଥ ଏବଂ ଏକ୍ସପ୍ରେସ ୱେରେ ଚାଲୁଥିବା ଯାନବାହାନ ପାଇଁ ପାସେଞ୍ଜର କାର ୟୁନିଟ୍ (ପିସିୟୁ)ର ହିସାବ କରିବାକୁ ସରକାର ଆଇଆଇଟି ବିଏଚୟୁକୁ ଅନୁରୋଧ କରିଛନ୍ତି। ଏଥିରେ ଆକଳନ କରାଯିବ ଯେ କୌଣସି କାର ଦ୍ୱାରା ରାସ୍ତା ଉପରେ କେତେ ଲୋଡ୍‌ ପଡ଼ୁଛି। ରିପୋର୍ଟ ମୁତାବକ, ଏବେ ଏହି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରାଯାଇ ନାହିଁ, କିନ୍ତୁ ବହୁତ ଜଲ୍‌ଦି କାମ ଆରମ୍ଭ ହୋଇପାରେ।

କ’ଣ ରହିଛି ବର୍ତ୍ତମାନର ନିୟମ:

ଭାରତରେ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସ ୱେରେ କିଛି ଦୂରତା ପରେ ଟୋଲ ଟ୍ୟାକ୍ସ ଲାଗିଥାଏ। ବର୍ତ୍ତମାନର ନିୟମ ଅନୁସାରେ, ଟୋଲ୍‌ର ଦର ଦୂରତା ହିସାବରେ ଧାର୍ଯ୍ୟ ହେଉଛି। ଯଦି କୌଣସି ଯାନ ଅଧିକ ଦୂରତା ପର୍ଯ୍ୟନ୍ତ ଯାଏ, ତ ଏହା ଉପରେ ଯେଉଁ ଟୋଲ୍‌ ଆଦାୟ କରାଯାଏ, ସେହି ଟୋଲ୍ କମ୍‌ ଦୂରତା ଯାତ୍ରା କରୁଥିବା ଗାଡି ଉପରେ ମଧ୍ୟ ଲାଗିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.