ହୀରା ବ୍ୟବସାୟୀ ନିରବ ମୋଦୀ ପ୍ରତ୍ୟର୍ପଣ ମାମଲା, ଶୁଣାଣି ପାଇଁ ବ୍ରିଟେନର ଏକ କୋର୍ଟରେ ହେବେ ହାଜର

ଲଣ୍ଡନ: ଭାରତରେ ୧୪ ହଜାରରୁ ଅଧିକ କୋଟି ଟଙ୍କାର ଋଣ ଠକେଇ କରି ବ୍ରିଟେନ୍ ଚାଲିଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦୀ ପ୍ରତ୍ୟର୍ପଣ ମାମଲାର ହେବ ଶୁଣାଣି । ଏଥିପାଇଁ ବ୍ରିଟେନର ଏକ କୋର୍ଟରେ ସେ ହାଜର ହେବେ। ଗତ ମାର୍ଚ୍ଚ ୧୯ରେ ନିରବଙ୍କୁ ସ୍କଟଲ୍ୟାଣ୍ଡ ୟାର୍ଡ ପୁଲିସ ଗିରଫ କରିଥିଲା। ସେହିଦିନ ଠାରୁ ତାଙ୍କୁ ୱାଣ୍ଡସ୍‌ୱର୍ଥ ଜେଲ୍‌ରେ ରଖାଯାଇଛି।

ନିରବଙ୍କ ମାମଲାର ଶୁଣାଣି ବେଳେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟର ବିଚାରପତି ଏମା ଆରବଥନଟ୍‌ କହିଥିଲେ ଯେ, ଯାହା ଜଣାପଡ଼ୁଛି ପିଏନ୍‌ବି ଠକେଇ ଦ୍ବାରା ଲାଭବାନ ହୋଇଥିବା ପ୍ରମୁଖ ବ୍ୟକ୍ତି ହେଉଛନ୍ତି ନିରବ। ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ କରିବା, ସର୍ଭର ଏବଂ ମୋବାଇଲ୍ ଫୋନ୍ ନଷ୍ଟ କରିବା ଏବଂ ସମାଜ ସହିତ କୌଣସି ସମ୍ପର୍କ ନରଖିବା ଭଳି ଅଭିଯୋଗ ନିରବଙ୍କ ବିରୋଧରେ ରହିଛି। ଏଭଳି ପରିସ୍ଥିତିରେ ତାଙ୍କୁ ଜାମିନ ପ୍ରଦାନ କରିବା ଠିକ୍ ହେବ ନାହିଁ।