Below header

ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି, ଲଗାତାର ବଢ଼ିବା ପରେ କମ ହେଲା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ

ନୂଆଦିଲ୍ଲୀ : କିଛି ଦିନ ହେବ ଲଗାତାର ତୈଳ ଦର ବଢ଼ିବା ପରେ ଆଜି ଗ୍ରାହକଙ୍କୁ ହାଲୁକା ଆଶ୍ୱସ୍ତି ମିଳିଛି। ନିର୍ବାଚନ ରେଜଲ୍ଟ ବାହାରିବା ପରେ ପ୍ରଥମଥର ପାଇଁ ବଜାରରେ ତୈଳ ଦର ଟିକେ କମ ରହିଛି । ଦେଶର ରାଜଧାନୀ ସମେତ ବିଭିନ୍ନ ମହାନଗର ଗୁଡିକରେ ୩୦ମେରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କମ ରହିଛି। ଦେଶର ରାଜଧାନୀରେ ଟ୍ୟାକ୍ସ କମ ହେବା କାରଣରୁ ତୈଳ ଦର ହ୍ରାସ ହୋଇଥିବା ଜଣାପଡିଛି।

petrol

ଆସନ୍ତୁ ଜାଣିବା କେତେ ହୋଇଛି ମୂଲ୍ୟ ହ୍ରାସ

ଆଜି ପେଟ୍ରୋଲର ମୂଲ୍ୟରେ ୬ ପଇସା ଏବଂ ଡିଜେଲର ମୂଲ୍ୟରେ ୬-୭ପଇସା ପର୍ଯ୍ୟନ୍ତ ହ୍ରାସ ପାଇଛି। ଯାହାପରେ ନୂଆଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୭୧ଟ.୮୦ପ ରହିଥିବା ବେଳେ ଡିଜେଲର ମୂଲ୍ୟ ୬୬ଟ.୬୩ପ ରହିଛି। ସେହିପରି ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ୭୦ଟ.୭୬ପ ରହିଥିବା ବେଳେ ଡିଜେଲର ମୂଲ୍ୟ ୭୧.୪୭ ରହିଛି। ଅନେକ ପ୍ରଚେଷ୍ଟା ପରେ ମଧ୍ୟ ବିଗତ କିଛି ମାସ ହେବ ରାଜ୍ୟରେ ଡିଜେଲର ମୂଲ୍ୟ ପେଟ୍ରୋଲରୁ ଅଧିକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.