Below header

ବିଶ୍ବକପ୍ ୨୦୧୯ : ଜାଣନ୍ତୁ କେଉଁ ଦିନ ଏବଂ କେଉଁଠାରେ କାହା ବିପକ୍ଷରେ ଖେଳିବ ଭାରତ

ଆଜି ଆରମ୍ଭ ହେବ ବିଶ୍ବକପ ୨୦୧୯। ୧୪ ଜୁଲାଇ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଶ୍ବକପ ଇଂଲଣ୍ଡ ଏବଂ ୱେଲ୍ସ ମିଶି ଆୟୋଜନ କରିଛି। ପୁରା ଟୁର୍ଣ୍ଣାମେଣ୍ଟ ସମୁଦାୟ ୪୫ଟି ମ୍ୟାଚ ଖେଳାଯିବ। ତେବେ ଜାଣନ୍ତୁ ଭାରତୀୟ ଟିମ୍ ବିଶ୍ବକପ୍ ୨୦୧୯ରେ କେଉଁ କେଉଁ ଦିନ ଏବଂ କେଉଁଠାରେ ମ୍ୟାଚ ଖେଳାଯିବ।

ବିଶ୍ବକପରେ ଦୁଇ ଥର ଚମ୍ପିୟାନ ହୋଇଥିବା ଟିମ ଇଣ୍ଡିଆ ନିଜର ଅଭିଯାନ ୫ ଜୁନରେ ଦକ୍ଷିଣଆଫ୍ରିକା ବିରୋଧରେ ସାଉଥମଣ୍ଟନର ରୋଜ ଗ୍ରାଉଣ୍ଡରେ ଆରମ୍ଭ କରିବ। ଏହା ପୂର୍ବରୁ ଆଜିର ଉଦଘାଟନରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବ।

india teemଟିମ୍ ଇଂଣ୍ଡିଆ ୨୮ ବର୍ଷ ୧୯୮୩ ପରେ ୨୦୧୧ରେ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ପୁଣି ଥରେ ଭାରତକୁ ଚମ୍ପିୟାନ କରିଛନ୍ତି। ୨୦୧୫ରେ ଧୋନୀଙ୍କ ପାଇଁ ଟିମ୍ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିଲେ ମଧ୍ୟ ହାରି ଯାଇଥିଲା। କିନ୍ତୁ ବର୍ତ୍ତମାନ ନୂଆ କ୍ୟାପଟେନ ବିରାଟ କୋହଲୀଙ୍କ ପାଇଁ ଭାରତୀୟ ଦଳ ତୃତୀୟ ଥର ପାଇଁ ଚମ୍ପିୟାନ ହେବାର ଆଶା ରଖିଛି।

ଭାରତୀୟ ଦଳର ମୁଖ୍ୟ ବିରାଟ କୋହଲୀ ପାଇଁ ଚଳିତ ବର୍ଷ ବିଶ୍ବକପ୍ ଜିତିବାର ଆଶା କରାଯାଉଛି। ବିଶ୍ବକପ୍ ପୂର୍ବରୁ ଟିମ ଦୁଇଟି ୱାର୍ମ-ଅପ ମ୍ୟାଚ ଖେଳିଛି। ଯେଉଁଥିରେ ଗୋଟିଏ ଥର ହାରିଥିବା ବେଳେ ଗୋଟେ ଥର ଜିତିଥିଲା। ପ୍ରଥମ ମ୍ୟାଚରେ ଟିମ୍ ଇଂଣ୍ଡିଆ ନ୍ୟୁଜଲ୍ୟାଣ୍ଡ ଦ୍ବାରା ୬ ୱିକେଟରେ ପରାସ୍ତ ହୋଇଥିଲା ଏବଂ ଦ୍ବିତୀୟ ମ୍ୟାଚରେ ଇଣ୍ଡିଆ ବାଙ୍ଗଲାଦେଶକୁ ୯୫ ରନରେ ହରାଇଥିଲା।

india-1ଦୁଇଟି ୱାର୍ମ-ଅପ ମ୍ୟାଚରେ ଟିମ୍ ଇଂଣ୍ଡିଆର ଅର୍ଡର ଖୁବ୍ ଭଲ ରହିଥିଲା। ପ୍ରଥମ ଅଭ୍ୟାସ ମ୍ୟାଚରେ ଧୋନୀ, ହାର୍ଦ୍ଦିକ ଏବଂ ଜାଡେଜାଙ୍କର ସାଦନାର ଅର୍ଦ୍ଦଶତକ ଟିମ୍ କୁ ବଳ ପହଞ୍ଚାଇଥିଲା। ହାରିବା ପରେ ମଧ୍ୟ କ୍ୟାପଟେନ ବିରାଟ ଟିମର ପ୍ରଦର୍ଶନରେ କୁସି ହୋଇଥିଲେ। ସେହିପରି ଦ୍ବିତୀୟ ମୁକାବିଲାରେ କେଏଲ ରାହୁଲ ଏବଂ ଏମଏସ ଧୋନୀଙ୍କ ସାନଦାର ଶତକରେ ଭାରତର ମିଡିଲ୍ ଅର୍ଡର ମଧ୍ୟ ଭଲ ହୋଇଥିଲା।

ତାରିଖ ବିପକ୍ଷରେ ସମୟ ଗ୍ରାଉଣ୍ଡ
୫ ଜୁନ ଦକ୍ଷିଣଆଫ୍ରିକା ଅପରାହ୍ନ ୩ଟା ରୋଜ ବୋଲ, ସାଉଥମଣ୍ଟନ
୯ଜୁନ ଅଷ୍ଟ୍ରେଲିଆ ଅପରାହ୍ନ ୩ଟା କେନିଂଟନ ଓୱଲ, ଲଣ୍ଡନ
୧୩ ଜୁନ ନ୍ଯୁଜଲ୍ଯାଣ୍ଡ ଅପରାହ୍ନ ୩ଟା ଟ୍ରେଟ ବ୍ରିଜ, ନାଟିଘମ
୧୬ ଜୁନ ପାକିସ୍ତାନ ଅପରାହ୍ନ ୩ଟା ୱାଲ୍ଡ ଟ୍ରେଫର୍ଡ, ମୈନଚେଷ୍ଟର
୨୨ଜୁନ ଆଫଗାନିସ୍ତାନ ଅପରାହ୍ନ ୩ଟା ରୋଜ ବୋଲ, ସାଉଥମଣ୍ଟନ
୨୭ ଜୁନ ୱେଷ୍ଟଇଣ୍ଡିଜ୍ ଅପରାହ୍ନ ୩ଟା ୱାଲ୍ଡ ଟ୍ରେଫର୍ଡ, ମୈନଚେଷ୍ଟର
୩୦ ଜୁନ ଇଂଲଣ୍ଡ ଅପରାହ୍ନ ୩ଟା ଏଜବେଷ୍ଟନ, ବିରମିନଘମ
୨ ଜୁଲାଇ ବାଙ୍ଗଲାଦେଶ ଅପରାହ୍ନ ୩ଟା ଏଜବେଷ୍ଟନ, ବିରମିନଘମ
୬ ଜୁଲାଇ ଶ୍ରୀଲଙ୍କା ଅପରାହ୍ନ ୩ଟା ହେଡିଙ୍ଗଲି, ଲିଡ୍ସ

ଏହା ବ୍ୟତୀତ ୯ ଜୁଲାଇରେ ସେମିଫାଇନାଲ, ୧୧ ଜୁଲାଇରେ ଦ୍ବିତୀୟ ସେମିଫାଇନାଲ ଏବଂ ୧୪ ଜୁଲାଇରେ ଫାଇନାଲ ମ୍ୟାଚ ଖେଳାଯିବ।

India-ବିଶ୍ବକପ୍ ପାଇଁ ଭାରତୀୟ ଦଳ

ବିରାଟ କୋହଲୀ, ରୋହିତ ଶର୍ମା, ଶିଖର ଧୱନ, ଲୋକେଶ ରାହୁଲ, ମହେନ୍ଦ୍ର ସିଂ ଧୋନୀ, ବିଜୟ ଶଙ୍କର, କେଦାର ଯାଦବ, ଦିନେଶ କାର୍ତ୍ତିକ, ଯୁଯବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ବର କୁମାର, ଯଶପ୍ରୀତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମୋହମ୍ମଦ ସମି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.