Below header

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ଏହି ସବୁ ମନ୍ତ୍ରୀଙ୍କ ପାଖକୁ ଯାଇଛି ଫୋନ୍‌ କଲ୍‌

ନୂଆଦିଲ୍ଲୀ : ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତାଙ୍କ ସହ ମନ୍ତ୍ରିମଣ୍ଡଳ ବି ଶପଥ ଗ୍ରହଣ କରିବ। ମୋଦି ତାଙ୍କ ନୂଆ ଟିମରେ କାହାକୁ ସାମିଲ କରିବେ ସେନେଇ ତାଲିକା ପ୍ରସ୍ତୁତ ହୋଇସାରିଛି। ସମ୍ଭାବ୍ୟ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ କଲ୍‌ ଯିବା ଆରମ୍ଭ ହୋଇଛି। ରବି ଶଙ୍କର ପ୍ରସାଦ, ନିର୍ମଳା ସୀତାରମଣ, ପ୍ରକାଶ ଜାଭଡେକର, ସୁଷମା ସ୍ୱରାଜ, ନୀତିନ୍‌ ଗଡକରୀ, ମୁଖତାର ଅବ୍ଦାସ ନକଭି, ପୀୟୁଷ ଗୋୟଲଙ୍କୁ ଫୋନ୍‌ କଲ୍‌ ଆସିଥିବା ସୂଚନା ମିଳିଛି।

ସେହିପରି ଜିତେନ୍ଦ୍ର ସିଂହ, ସ୍ମୃତି ଇରାନୀ, ସଦାନନ୍ଦ ଗୌଡ଼ା, ଅର୍ଜୁନରାମ ମେଘଓ୍ଵାଲ, ସନ୍ତୋଷ ଗଙ୍ଗୱାର, ସାଧ୍ୱୀ ନିରଞ୍ଜନ ଜ୍ୟୋତି, କିରନ ରିଜିଜୁ ହୋଇପାରନ୍ତି ମନ୍ତ୍ରୀ। ଏମାନଙ୍କୁ ବି ଆସିଛି ଫୋନ୍‌ କଲ୍‌। ହରସିମରତ କୌର, ଅନୁପ୍ରିୟା ପଟେଲ, ବାବୁଲ ସୁପ୍ରିୟୋ, ମନସୁଖ ମାଣ୍ଡଭିଆ, ରମେଶ ପୋଖରିୟାଲ୍‌, ଗିରିରାଜ ସିଂହ, ରାଜ୍ୟବର୍ଦ୍ଧନ ସିଂ ରାଠୋର, ପ୍ରହଲାଦ ଯୋଶୀ, ରାଓ ଇନ୍ଦ୍ରଜିତ ପ୍ରମୁଖ ବି ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇପାରନ୍ତି। ଏସମସ୍ତ ସାଂସଦଙ୍କୁ ଫୋନ୍‌ କଲା ଆସିଥିବା ଜଣା ପଡ଼ିଛି। ଯେଉଁମାନେ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ସେମାନଙ୍କୁ ଆଜି ସନ୍ଧ୍ୟା ସାଢ଼େ ଚାରିଟାରେ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାପରେ ସନ୍ଧ୍ୟା ୭ଟାରେ ଦ୍ୱିତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି।

ଓଡିଶାରୁ କେଉଁମାନେ ପାଇପାରନ୍ତି ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ :

ପୁଣି କେନ୍ଦ୍ରମନ୍ତ୍ରୀ ହେବେ ଧର୍ମେନ୍ଦ୍ର ପ୍ରଧାନ। ମନ୍ତ୍ରୀ ହେବା ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖକୁ ଫୋନ କଲ୍‌ ଆସିଥିବା ସୂଚନା ମିଳିଛି। ଏହାପରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଛନ୍ତି। ତେବେ ଏପର୍ଯ୍ୟନ୍ତ ଓଡ଼ିଶାର ଅନ୍ୟ କୌଣସି ସାଂସଦଙ୍କୁ ଫୋନ୍‌ କଲ୍‌ ଆସିଥିବା ନେଇ ସୂଚନା ମିଳି ନାହିଁ। ଓଡ଼ିଶାରୁ ୩ ଜଣ କେନ୍ଦ୍ରମନ୍ତ୍ରୀ ହେବା ସମ୍ଭାବନା ରହିଛି। ସେହିପରି ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡ଼ଙ୍ଗୀ, ସୁରେଶ ପୂଜାରୀଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.