Below header

ପାଠ ମନେ ନରହିବାରୁ ୭ବର୍ଷ ଛାତ୍ରକୁ ଜବରଦସ୍ତି ଘାସ ଖୁଆଇଲେ ଶିକ୍ଷକ, ଭିଡିଓ ହେଲା ଭାଇରାଲ

ଇସଲାମାବାଦ : ପାଠପଢ଼ା ମନେ ରଖିବା ପାଇଁ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ମାରିବା ଅଥବା ଆଣ୍ଠେଇବା ଭଳି ଦଣ୍ଡ ମିଳିବା ଆପଣ ଶୁଣିଥିବେ ।କିନ୍ତୁ ପାକିସ୍ତାନର ଜଣେ ଶିକ୍ଷକ ଛାତ୍ରକୁ ଏପରି ଏକ ଦଣ୍ଡ ଦେଇଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମିଡିଆ ରିପୋର୍ଟ ମୁତାବକ, ପାକିସ୍ତାନ ପଞ୍ଜାବ ପ୍ରାନ୍ତରେ ଥିବା ଲୋଧରନର ଫତେହପୁର ସ୍କୁଲରେ ଏକ ଛାତ୍ରକୁ ଦଣ୍ଡ ଦେବାକୁ ଯାଇ ଶିକ୍ଷକ ତାକୁ ଘାସ ଖୁଆଇଛନ୍ତି। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଏକ ସାତବର୍ଷର ଛାତ୍ରକୁ କିଛି ପ୍ରଶ୍ନର ଉତ୍ତର ନଆସିବାରୁ ତାଙ୍କ ସହପାଠୀଙ୍କ ସାମ୍ନାରେ ଘାସ ଖାଇବାକୁ ବାଧ୍ୟ କରାଯାଉଛି।ତେବେ ଏହି ଦିର୍ଦ୍ଦୟ ଶିକ୍ଷକଙ୍କ ନାମ ହମିଦ ରଜା ବୋଲି ଜଣାପଡିଛି । ତେବେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଥିବା ବେଳେ ତାଙ୍କ ବିରୋଧରେ ମାମଲାର ତଦନ୍ତ ଚଲାଇଛନ୍ତି ।


video courtesy : Urdu News

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.