ଅଲଗା-ଅଲଗା ଜାତି ଧର୍ମର ୬୨ ପିଲାଙ୍କର ‘ବାପା’ ଖେସାରୀ ଲାଲ ୟାଦବ, କେବଳ ପଢ଼ା ପାଇଁ ଖର୍ଚ୍ଚ କରନ୍ତି ୩ ଲକ୍ଷ

ତଳୁ ଶୀର୍ଷକୁ ଉଠିଥିବା ଭୋଜପୁରୀ ସୁପରଷ୍ଟାର ଖେସାରୀ ଲାଲ ୟାଦବ ଆଜି ମଧ୍ୟ ନିଜର ପୁରୁଣା ଦିନକୁ ଭୁଲି ପାରୁନାହାନ୍ତି। ଦାରିଦ୍ର କଣ ଏହା ଖେସାରୀ ବହୁତ ପାଖରୁ ଅନୁଭବ କରିଛନ୍ତି। ଏହି କାରଣରୁ ଆଜି ଭୋଜପୁରୀ ର ବଡ ଷ୍ଟାର ହୋଇଯିବା ପରେ ମଧ୍ୟ ଦାରିଦ୍ର ମାନଙ୍କୁ ସାହାଯ୍ୟ କରିବାକୁ ଭୁଲନ୍ତି ନାହିଁ। ବହୁତ କମ୍ ଲୋକ ଜାଣିଛନ୍ତି ଯେ ଖେସାରୀ ଲାଲ ନା କେବଳ ନିଜର ପାରିଶ୍ରମିକର ବଡ ଅଂଶ ଲୋକଙ୍କୁ ସାହାଯ୍ୟ କରିବା ଦେଇଦିଅନ୍ତି ବରଂ ନିୟମିତ ଭାବରେ ବୃଦ୍ଧାଶ୍ରମ ଯାଇ ବୃଦ୍ଧା-ବୃଦ୍ଧ ମାନଙ୍କ ମଧ୍ୟରେ ସମୟ କାଟିଥାନ୍ତି ଏବଂ ତାଙ୍କର ଆଶୀର୍ବାଦ ନେଇଥାନ୍ତି।

khesari lalଏକ ସାକ୍ଷାତକାରରେ ଖେସାରୀ ଲାଲ ୟାଦବ ନିଜର ଗରୀବ ଦିନକୁ ମନେ ପକାଇ କହିଲେ,‘ମୁଁ ଆଜି ଯାହା ବି କିଛି ହୋଇଛି କେବଳ ଲୋକଙ୍କ କାରଣରୁ। ଏହି କଥାକୁ ଆଗକୁ ବଢ଼ାଇ ସେ ଏହା ମଧ୍ୟ କହିଛନ୍ତି ଯେ ସେ ସବୁ ଧର୍ମ ଏବଂ ଜାତିର ୬୨ ଜଣ ପିଲାଙ୍କୁ ପୋଷ୍ୟ ସନ୍ତାନ କରିଛନ୍ତି। ଏହି ପିଲାମାନଙ୍କୁ ସେ ସବୁ ମାସ ୩ ଲକ୍ଷ ଟଙ୍କା କେବଳ ପଢ଼ିବା ପାଇଁ ଖର୍ଚ୍ଚ କରୁଛନ୍ତି।

ଖେସାରୀ ଏହି ଇଣ୍ଟର୍ଭ୍ୟୁରେ ଏହା ମଧ୍ୟ କହିଥିଲେ ଯେ,‘ସେ ସବୁ ମାସ ବୃଦ୍ଧାଶ୍ରମ ଯାଆନ୍ତି। ସେହି ସମୟରେ ସେ ୫୦ ହଜାର ଫଳ ମଧ୍ୟ ବୃଦ୍ଧଙ୍କ ପାଇଁ ଦାନ କରନ୍ତି। କେବଳ ଏତିକି ନୁହେଁ ସେହି ବୃଦ୍ଧାଙ୍କର ପାଦ ମଧ୍ୟ ଧୋଇ ଦିଅନ୍ତି ଏବଂ ତାଙ୍କର ଆଶୀର୍ବାଦ ନିଅନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଖେସାରୀଙ୍କ ଜୀବନ ବହୁତ ଦାରିଦ୍ରରେ କଟିଛି। ସେ ବିହାରର ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ପାଖାପାଖି ୧୦ ବର୍ଷ ପର୍ଯ୍ୟନ୍ତ କ୍ଷୀର ବିକ୍ରି କରୁଥିଲେ। ତାଙ୍କର ଏହି ସଂଘର୍ଷ ପାଇଁ ଆଜି ସେ ଏହି ସ୍ଥାନରେ ରହିଛନ୍ତି।

 

View this post on Instagram

 

Telecast this week @sonytvofficial #The_Kapil_Sharma_Show

A post shared by Khesari Lal Yadav (@khesari_yadav) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.