Below header

ଏ କି ପରମ୍ପରା : ଏଠାରେ ବର ନୁହଁ ତାଙ୍କ ଭଉଣୀ କରିଥାନ୍ତି କନ୍ୟା ସହ ବିବାହ, ଘରେ ରହି ବର କରିଥାଏ ସ୍ତ୍ରୀର ଅପେକ୍ଷା

ସାରା ଦୁନିଆରେ ବିବାହକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ରୀତିନୀତି ରହିଛି। ଏପରି ହିଁ ଭିନ୍ନ ଏକ ପରମ୍ପରା ଦେଖିବାକୁ ମିଳିଥାଏ ଗୁଜୁରାତର ଅଦିବାସୀ ସମୁଦାୟରେ। ଏହି ବିବାହରେ ବର ନୁହଁ ବରଂ ତାଙ୍କ ଭଉଣୀ କନ୍ୟା ସହ ବିବାହ କରି ନୂଆ ବୋହୂ ଘରକୁ ଆଣିଥାଏ। ଆଉ ନିଜ ନୂଆ କନ୍ୟାର ଘରେ ରହି ଅପେକ୍ଷା କରିଥାଏ ବର। ଆସନ୍ତୁ ଜାଣିବା ଏପରି ଭିନ୍ନ ପରମ୍ପରା ପଛର ସତ୍ୟତା।

tribal-tradition-marriage

ଗୁଜୁରାତର ଏକ ଗ୍ରାମରେ ରାଡଓ୍ଵା ଆଦିବାସୀ ସମୁଦାୟରେ ବିବାହକୁ ନେଇ ଏକ ଭିନ୍ନ ପରମ୍ପରା ରହିଛି। ଏହି ପରମ୍ପରା ଅନୁଯାୟୀ ବରର ଭଉଣୀ ବରଯାତ୍ରୀ ନେଇ ଯାଇଥାନ୍ତି ଏବଂ କନ୍ୟାକୁ ବିବାହ କରି ନିଜ ସହ ଆଣିଥାନ୍ତି । ଏପରି କରିବା କାରଣ ତାଙ୍କର ଆରାଧ୍ୟ ଦେବତା। ତାଙ୍କ ଦେବତା ବିବାହ କରିନଥିଲେ ଏଣୁ ତାଙ୍କ ସମ୍ପ୍ରଦାୟରେ କୌଣସି ପୁରୁଷ ବିବାହ କରିବାକୁ ଅଶୁଭ ମାନା ଯାଇଥାଏ।

ଏହି ପରମ୍ପରା ପାଳନ ପଛରେ ଏକ ଅଦ୍ଭୁତ କାରଣ ରହିଥାଏ। କୁହାଯାଇଥାଏ କି, ଯଦି କୌଣସି ବର ବରଯାତ୍ରୀ ନେଇ ଯାଇଥାନ୍ତି ତେବେ ତାଙ୍କ ସହ କିଛି ନା କିଛି ଦୁର୍ଘଟଣା ଘଟିଥାଏ। ଅଥବା ତାଙ୍କୁ ଭଗବାନ କିଛି ନା କିଛି ଅଭିଶାପ ଦେଇଥାନ୍ତି। ଏଣୁ ବର ସ୍ଥାନରେ ତାଙ୍କ ଭଉଣୀ ବରଯାତ୍ରୀ ନେଇ ଯାଇଥାନ୍ତି।

marriage 1

ଯଦି ବରର କୌଣସି ନିଜର ଭଉଣୀ ନଥାନ୍ତି ତେବେ ତାଙ୍କ ସଂପର୍କୀୟ ଭଉଣୀ ଏହି ରୀତି ତୁଲାଇଥାନ୍ତି । ତେବେ ଏହି ବରଯାତ୍ରୀ ନେଉଥିବା ମହିଳାଙ୍କ ବୟସ ୨୦ ରୁ ୨୨ବର୍ଷ ମଧ୍ୟରେ ରହିବା ସହ କୁଆଁରୀ ହୋଇଥିବା ଆବଶ୍ୟକ । ବିବାହ ସମୟରେ ବର ବେଶ ଭାବେ ସଜପାଜ୍ଜ ହୋଇ ଘରେ ମାଙ୍କ ସହ ରହିଥାନ୍ତି। ପରେ ତାଙ୍କ ଭଉଣୀଙ୍କୁ ସଜାଇ କନ୍ୟା ଘରକୁ ନେଇଥାନ୍ତି। ସେଠାରେ ବେଶ ଧୁମଧାମରେ ଭାଉଜ-ନଣନ୍ଦଙ୍କର ବାହାଘର ହୋଇଥାଏ। ଏପରିକି ବିବାହରେ କରାଯାଇଥିଲା ସମସ୍ତ ରୀତିନୀତି ପାଳନ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.