ଏବେ ଆନଡ଼୍ରୋଏଡ଼ ସ୍ମାର୍ଟଫୋନରେ ମିଳିବ ଆଇଫୋନ ଏକ୍ସ ଭଳି ଫିଚର , ଗୁଗୁଲ କଲା ଆନଡ଼୍ରୋଏଡ଼୍ ୯.୦ ପି ଲଞ୍ଚ

ନୂଆଦିଲ୍ଳୀ : ଗୁଗୁଲ କିଛି ମାସର ଟେଷ୍ଟିଂ ପରେ ଲଞ୍ଚ କରିଛି ଆନଡ୍ରୋଏଡ଼୍ ୯.୦ପି। ଏଥିରେ ଅନେକ ପ୍ରକାରର ନୂତନ ଫିଚର ଦିଆଯାଇଛି ଯାହା ଏବେ ପର୍ୟ୍ୟନ୍ତ ଅନ୍ୟ କୌଣସି ଆନଡ୍ରୋଏଡ଼୍ ସ୍ମାର୍ଟଫୋନରେ ଦେଖାଯାଇ ନାହିଁ। ରିପୋର୍ଟ ମୁତାବକ, ଏହାକୁ ପ୍ରଥମେ ଗୁଗୁଲର ଫିକ୍ସଲ ଫୋନରେ ଉପଲବ୍ଧ କରାଯିବ। କିଛି ମାସ ପରେ ଏହାକୁ ଅନ୍ୟ ସ୍ମାର୍ଟଫୋନ ମାନଙ୍କରେ ଲଞ୍ଚ କରାଯିବ। କମ୍ପାନୀ ୬ମାସ ପୂର୍ବରୁ ଏହା ବିଷୟରେ ଘୋଷଣା କରିବା ସହ ଏହାର ନାମ ଆଡ୍ରୋଏଡ଼୍ ପି କହିଥିଲେ କିନ୍ତୁ ଏବେ ଲଞ୍ଚ ସମୟରେ ଏହାକୁ ଆନଡ୍ରୋଏଡ଼୍ ୯.୦ ପି ନାମରେ ଲଞ୍ଚ କରାଯାଇଛି। ସବୁଠାରୁ ଖାସ କଥା ଗୁଗୁଲ ଏଥିରେ ଆଇଫୋନ୍ ଏକ୍ସ ଭଳି ଡ଼ିସପ୍ଲେ କଟଆଉଟକୁ ସପୋଟ କରାଯାଉଛି। ଏହି ଆନଡ଼୍ରୋଏଡ଼୍ ଅପଡ଼େଟ ପରେ ୟୁଜର୍ସ ଗୋଟିଏ ଆପ ବ୍ୟବହାର କରୁଥିବା ସମୟରେ ଆଉ ଗୋଟେ ଆପକୁ ମଧ୍ୟ ବ୍ୟବହାର କରିପାରିବେ।

 

ଗୁଗୁଲ କମ୍ପାନୀର ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ, ୟୁଜର୍ସଙ୍କୁ ଅନେକ ଜିନିଷ ଶିଖେଇବା ନେଇ ଏହାକୁ ଲଞ୍ଚ କରାଯାଇଛି। ଏହା ଦ୍ବାରା ସ୍ମାର୍ଟଫୋନରେ ଅଧିକ ସହଜରେ ଏବଂ ସୁବିଧାରେ ସମସ୍ତ କାମ କରିପାରିବେ। ଏହାକୁ ପୁରୁଣା ଆନଡ଼୍ରୋଏଡ଼୍ ଅପଡ଼େସନରେ କେବେ ପର୍ୟ୍ୟନ୍ତ ଉପଲବ୍ଧ କରାଯିବ ସେ ନେଇ କୌଣସି ସୂଚନା ମିଳିନି। ଏବେ ଗୁଗୁଲ ପିକ୍ସଲ୨ ଫୋନରେ ଏହାର ଲଞ୍ଚ ହେବା ପରେ ଏନଡ଼୍ରୋଏଡ଼୍ ୱାନ ଚାଲୁଥିବା ସ୍ମାର୍ଟଫୋନ୍ ମାନଙ୍କରେ ଅପଡ଼େଟ ହେବ। ଏହାକୁ ଖୁବ୍ ଶୀଘ୍ର ସୋନି, ୱାନପ୍ଲସ, ନୋକିଆ, ସାଓମି ଏବଂ ଓପୋ ଆଦିରେ ଉପଲବ୍ଧ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.