୨୧ ବର୍ଷରେ ମିଳିବ ୬୫ ଲକ୍ଷ ଟଙ୍କା

ସରକାରଙ୍କ ଏହି ସ୍କିମରେ ଲାଗୁ ହୋଇଛି ନୂଆ ସୁଧ ଦର, ଯୋଜନାରେ ମାତ୍ର କମ ଟଙ୍କା ନିବେଶ କଲେ ମିଳିବ ୬୫ ଲକ୍ଷ ଟଙ୍କା

ସୁକନ୍ୟା ସମୃଦ୍ଧି ଯୋଜନା କେନ୍ଦ୍ର ସରାକରଙ୍କ ତରଫରୁ ଲାଗୁ ହୋଇଥିବା ଏକ ବଢ଼ିଆ ସ୍କିମ। ଯାହା ଖାସ କରି ଝିଅମାନଙ୍କ ପାଇଁ ତିଆରି କରାଯାଇଛି। ଯାହାଦ୍ୱାରା ସେମାନଙ୍କ ଭବିଷ୍ୟତକୁ ସୁରକ୍ଷା ଦେଇହେବ। ଏହା ମଧ୍ୟରେ ଅନେକ ଲିମିଟ ରହିଛି ଯାହା ଅନ୍ତର୍ଗତ ଆପଣ ନିଜ ସୁବିଧା ଅନୁଯାୟୀ ଟଙ୍କା ଡିପୋଜିଟ କରି ଲାଭବାନ ହୋଇପାରିବେ।

ଯଦି ଆପଣ ବି ନିଜ ଝିଅର ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ଏହି ଯୋଜନା ସବୁଠୁ ବେଷ୍ଟ ରହିବ। ପାଠ ପଢ଼ାଠୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁ ଚିନ୍ତାକୁ ଦୂର କରିବ ଏହି ସ୍କିମ। ଏହ ି ଖାସ ସ୍କିମରେ ଆପଣଙ୍କ ଝିଅକୁ ୨୧ ବର୍ଷ ପରେ ଲକ୍ଷାଧିକ ଟଙ୍କା ମିଳିବ। ତେବେ ଏଥିରେ ଆପଣଙ୍କୁ ବେଶି କିଛ ି କରିବାକୁ ପଡ଼ିବ ନାହିଁ କେବଳ ପ୍ରତିଦିନ କିଛି ଟଙ୍କା ଡିପୋଜିଟ କରିବାକୁ ହେବ।

ସୁକନ୍ୟା ସମୃଦ୍ଧି ଯୋଜନା ଏକ ଲମ୍ବା ଅବଧି ସ୍କିମ। ଯେଉଁଥିରେ ଆପଣ ନିବେଶ କରି ଆପଣ ନିଜ ଝିଅ କୁ ପଢ଼ାଇପାରିବେ ଓ ତାର ଭବିଷ୍ୟତକୁ ସୁରକ୍ଷିତ କରିପାରିବେ। ଏଥିରେ ବେଶି ଟଙ୍କା ଦେବାକ ୁ ହେବ ନାହିଁ। ତେବେ ଏଥିରେ ଟାଇମ ଲିମିଟକୁ ନେଇ ସ୍କିମ ରହିଛି। ୨୧ ବର୍ଷ ପାଇଁ ସ୍କିମ ରେ କିଛି ନିର୍ଦ୍ଦିଷ୍ଟ ଟଙ୍କା ଲିମିଟକୁ ସେଟ କରା ଯାଇଛି।ସରକାର ମଧ୍ୟ ଏହି ସ୍କିମର ସୁଧ ଦର ଏବେ ୭.୬ ପ୍ରତିଶତରୁ ୮% କୁ ବୃଦ୍ଧି କରିଛନ୍ତି ।

ସୁକନ୍ୟା ସମୃଦ୍ଧି ଯୋଜନା ୨୧ ବର୍ଷ ପାଇଁ ଖୋଲାଯାଉଛି । ହେଲେ ମାତା-ପିତାଙ୍କୁ ଆରମ୍ଭରୁ ୧୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡିଥାଏ । ସୁକନ୍ୟା ସମୃଦ୍ଧି ଯୋଜନାରେ ୧୦ ବର୍ଷରୁ କମ ଝିଅ ମାନଙ୍କ ଖାତା ଖୋଲାଯାଇଥାଏ । ଏହି ସ୍କିମ ଅନୁଯାୟୀ ବାର୍ଷିକ ୨୫୦ ଟଙ୍କାରୁ ଜମା କରାଯାଉଛି ।

ପୂର୍ବ ଯୋଜନା ମାଧ୍ୟମରେ ଝିଅ ମାନଙ୍କୁ ଖାତାରେ ୮୦ସି ମାଧ୍ୟମରେ ଟ୍ୟାକ୍ସର ରିହାତି ମିଳୁଥିଲା । ହେଲେ କିଛି ମାସ ପୂର୍ବ ସ୍କିମର ନିୟମରେ ପରିବର୍ତ୍ତନ ଘଟିଛି ଏବଂ ବର୍ତ୍ତମାନ ଗୋଟିଏ ଝିଅ ପରେ ଯଦି ୨ଟି ଯାଆଁଳା ଝିଅ ହୁଏ ତେବେ ତାଙ୍କ ଖାତାରେ ମଧ୍ୟ ଟ୍ୟାକ୍ସର ରିହାତି ପାଇପାରିବେ । ଏହି ଯୋଜନାର ଲାଭ ଉଠାଇବା ପାଇଁ ପାଖରେ ଥିବା ପୋଷ୍ଟ ଅଫିସ ବା ବ୍ୟାଙ୍କକୁ ଯାଇ ଆପଣ ଖାତା ଖୋଲିପାରିବେ ।

ସୁକନ୍ୟା ସମୃଦ୍ଧି ଯୋଜନା ରେ ଝିଅକୁ ୨୧ ବର୍ଷ ହେବା ପର୍ଯ୍ୟନ୍ତ ଏଥିରେ ଭଲ ସୁଧ ହାର ମିଳିବ। ଝିଅ ମାନଙ୍କୁ ୧୮ ବର୍ଷ ହେଲେ ଏହି ଖାତାରୁ ପାଠ ପଢା ପାଇଁ ଟଙ୍କା ଉଠାଯାଇପାରିବ । ୨୦୨୩ ଫେବୃଆରୀ ମାସ ପର୍ଯ୍ୟନ୍ତ ଏହି ମାସରେ ପାଖାପାଖି ୩ କୋଟି ଆକାଉଣ୍ଟ ଖୋଲା ଯାଇପାରିବ ବୋଲି ସୂଚନା ମିଳିଛି । ୨୦୧୫ରେ ସରକାରଙ୍କ ତରଫରୁ ଝିଅ ମାନଙ୍କ ଭବିଷ୍ୟତ ପାଇଁ ଆର୍ଥିକ ରୂପରେ ସୁରକ୍ଷିତ କରିବା ପାଇଁ ଏହି ଯୋଜନାକୁ ଆରମ୍ଭ କରାଯାଇଥିଲା । ଆପଣ ଏଥିରେ ମାତ୍ର ୨୫୦ ଟଙ୍କାରୁ ନିବେଶ କରିପାରିବେ ।

ଯଦି କେହି ଶିଶୁ କନ୍ୟାର ଜନ୍ମ ହେବା ପରଠାରୁ ମାସିକ ୧୨,୫୦୦ ଟଙ୍କା ନିବେଶ କରନ୍ତି ତେବେ ତାହା ବର୍ଷକୁ ୧,୫୦,୦୦୦ ଲକ୍ଷ ଟଙ୍କା ହେବ । ଏହିପରି ୧୫ ବର୍ଷରେ ମୋଟ ୨୨,୫୦,୦୦ ଟଙ୍କା ହେବ । ବର୍ତ୍ତମାନ ଯଦି ଆମେ ପୂରୁଣା ସୁଧ ଦରରେ ହିସାବ କରିବା ତେବେ ତାହା ୭.୬ ପ୍ରତିଶତ ଅନୁସାରେ, ତାହା ୪୨,୫୦,୦୦୦ ଟଙ୍କା ହେବ। ଏହାପରେ ୨୧ ବର୍ଷ ପରେ ଏହା ମ୍ୟାଚୁର ହୋଇଯିବ। ଏମିତିରେ ମୋଟ ଆମାଉଣ୍ଟ ହେବ ୬,୫୦୦,୦୦୦ ଟଙ୍କା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.