ଏସବୁ ସ୍ଥାନରେ ରହିଲେ ମିଳିବ ଲକ୍ଷାଧିକ ଟଙ୍କା

ଦୁନିଆର ଏସବୁ ସୁନ୍ଦର ସ୍ଥାନରେ ରହିଲେ ମିଳିବ ଲକ୍ଷାଧିକ ଟଙ୍କା, ସର୍ତ୍ତ ମାନିଲେ ମିଳିବ ସବୁ ସୁବିଧା

ଭରମଣ୍ଟ୍‌ ଆମେରିକାର ଏକ ପାହାଡ଼ିଆ ରାଜ୍ୟ । ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରା ଏହି ସୁନ୍ଦର ଜାଗା । ଥରେ ଦେଖିନେଲେ ଆଖି ଲାଖି ହୋଇ ରହିବ । ଚାହିଁଲେ ବି ନଜର ଆଉ କୁଆଡେ ଯିବ ନାହିଁ । ଏଭଳି ଦୃଶ୍ୟ ଆମେ ସୀନେରୀ ଫୋଟୋ ରେ ଦେଖିବାକୁ ପାଇଥାଉ । କିନ୍ତୁ ସତରେ ଏହି ସ୍ଥାନ ଦେଖିଲେ ମନ ଖୁସି ରେ ଭରିଯିବ। ଏହି ସ୍ଥାନ ଟି ବେନ୍ ଆଣ୍ଡ ଜେରୀ ଆଇସ୍କ୍ରିମ୍ ପାଇଁ ବେଶ ଜଣାଶୁଣା । ପ୍ରକୃତିର ସୌନ୍ଦର୍ଯ୍ୟ ଭରମଣ୍ଟ୍‌କୁ ପର୍ଯ୍ୟଟନ ପାଇଁ ଏକ ସୁନ୍ଦର ଗନ୍ତବ୍ୟସ୍ଥଳ କରିଚି । କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ରାଜ୍ୟରେ ପ୍ରାୟ ୬୨୦,୦୦୦ ଲୋକ ବାସବାସ କରନ୍ତି । ଏଠାରେ ରହୁଥିବ ଲୋକଙ୍କୁ ରାଜ୍ୟ ଟଙ୍କା ଦେଉଛି । କଣ ରହିଛ ଏହା ପଛରେ କାରଣ ଏବେ ଜାଣି ନିଅନ୍ତୁ ..

ଏଠାରେ ରିମୋଟ ୱାର୍କର୍ ଗ୍ରାଣ୍ଟ ପ୍ରୋଗ୍ରାମ ଆବେଦନକାରୀଙ୍କୁ ଦୁଇ ବର୍ଷ ପାଇଁ ୧୦,୦୦୦ ଡଲାର୍ ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୭.୪ ଲକ୍ଷ ଟଙ୍କା ପ୍ରଦାନ କରୁଛି । ୨୦୧୮ ମସିହା ମେ ମାସରେ ଭରମଣ୍ଟ୍‌ ରାଜ୍ୟପାଳ ଫିଲ୍ ସ୍କଟ୍ ଏକ ପଦକ୍ଷେପ ପାଇଁ ବିଲ୍ ସ୍ୱାକ୍ଷର କରିଥିଲେ ଯାହା ଭରମଣ୍ଟ୍‌କୁ ଯାଇ ରାଜ୍ୟରେ କାମ କରିବାକୁ ଇଛୁକ ଲୋକଙ୍କୁ ୧୦,୦୦୦ ଡଲାର୍ ପ୍ରଦାନ କରାଯିବ ।

ଅନ୍ୟ ଏକ ସ୍ଥାନ ହେଉଛି ଆଲାସ୍କା। ଯଦି ଆପଣ ସୁନ୍ଦର ସ୍ଥାନ କୁ ଯାଇ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବାକୁ ଚାହୁଁଛନ୍ତି ତେବେ ଆଲାସ୍କା ରାଜ୍ୟ ସ୍ଥାୟୀ ଭାବରେ ରହିବା ପାଇଁ ଲୋକଙ୍କୁ ପଇସା ଦେଉଛି । ଏହି ଅଞ୍ଚଳର ଜନସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଉଥିବାରୁ ସରକାର ଆଲାସ୍କା ବାସିନ୍ଦାଙ୍କୁ ସେଠାରେ ଖଣିଜ ପ୍ରାକୃତିକ ସମ୍ପଦରୁ ବିନିଯୋଗ ଆୟ ପ୍ରଦାନ କରନ୍ତି । ଏହା ପ୍ରତିବର୍ଷ ଜଣେ ବ୍ୟକ୍ତିଙ୍କ ପାଇଁ ପ୍ରାୟ ୨୦୭୨ ଡଲାର ଯାହାକି ଭାରତୀୟ ମୂଲ୍ୟରେ ପ୍ରାୟ ୧.୫ ଲକ୍ଷ ଟଙ୍କା ରହିଛି । ଯେଉଁ ସର୍ତ୍ତରେ ଆପଣଙ୍କୁ ଅତି କମରେ ଗୋଟିଏ ବର୍ଷ ରହିବାକୁ ପଡିବ ।

ସ୍ପେନର ପୋଙ୍ଗା ନବ ବିବାହିତାଙ୍କ ପାଇଁ ଏକ ସ୍ୱର୍ଗ । ଯଦି ଆପଣ ଆସନ୍ତି ତେବେ ସରକାର ଆପଣଙ୍କୁ ଦୁଇ ଲକ୍ଷ ୬୮ ହଜାର ଦେବାକୁ ପ୍ରସ୍ତୁତ ଅଛନ୍ତି । ପୋଙ୍ଗା ସୁନ୍ଦର ଓ ଦୃଶ୍ୟମାନ ସହର ଓ ରହିବାକୁ ସର୍ବୋତ୍ତମ ସ୍ଥାନ । ଯଦି କାହାର ପିଲା ଅଛନ୍ତି ତେବେ ସରକାର ମଧ୍ୟ ଅତିରିକ୍ତ ଅର୍ଥ ଦେବାକୁ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଏଠାରେ ଜନସଂଖ୍ୟା ପ୍ରାୟ ୮୫୧ ।

ସେହିପରି ସ୍ୱିଜରଲ୍ୟାଣ୍ଡର ଆଲବିନ୍ନ୍ ସହରର ଜନସଂଖ୍ୟା ବୃଦ୍ଧି ପାଇଁ ଲୋକଙ୍କୁ ଅର୍ଥ ଦେଉଛି । ଏଠାରେ ୪୫ ବର୍ଷରୁ କମ୍ ଯୁବକଙ୍କୁ ସରକାର ୨୦ ଲକ୍ଷ ଟଙ୍କା ଓ ପିଲାଙ୍କ ପାଇଁ ୮ ଲକ୍ଷ ଟଙ୍କା ଦିଏ ।କିନ୍ତୁ ଏଠାରେ ଏକ ସର୍ତ୍ତ ଅଛି ଯେ ଆପଣଙ୍କୁ ଅତିକମରେ ୧୦ ବର୍ଷ ରହିବାକୁ ପଡିବ । ବର୍ତ୍ତମାନ ଏହି ସହରର ଜନସଂଖ୍ୟା ମାତ୍ର ୨୪୦।

ଆଣ୍ଟିକାଇଥେରା ହେଉଛି ଏକ ଗ୍ରୀକ୍ ଦ୍ୱୀପ ଯାହାକି ଏହାର ଜନସଂଖ୍ୟା ବୃଦ୍ଧି କରିବାକୁ ଚାହୁଁଛି । ଏହି ଦ୍ୱୀପର ବର୍ତ୍ତମାନର ଜନସଂଖ୍ୟା ମାତ୍ର ୨୦ ଜଣ । ଏହି ଦ୍ୱୀପରେ ବସବାସ କରୁଥିବା ବ୍ୟକ୍ତିଙ୍କୁ ପ୍ରଥମ ତିନି ବର୍ଷ ପାଇଁ ମାସିକ ପ୍ରାୟ ୪୫ ହଜାର ଟଙ୍କା ପ୍ରଦାନ କରାଯାଉଛି ଓ ଜମି କିମ୍ବା ଘର ମଧ୍ୟ ଯୋଗାଇ ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.