ହନୁମାନଙ୍କୁ ପୂଜା କଲେ ଖୁସି ହୁଅନ୍ତି ଶନିଦେବ

ଶନିଙ୍କୁ ଖୁସି କରାଇବା ପାଇଁ କରାଯାଏ ହନୁମାନଙ୍କ ପୂଜା।କୁହାଯାଏ ଯେ ହନୁମାନଙ୍କ ଆଶିର୍ବାଦ ଦ୍ୱାରା ଶନିଙ୍କ ଖରାପ ଦୃଷ୍ଟିରୁ ମୁକ୍ତି ମିଳିଥାଏ। ଶନିଦୋଷରୁ ମୁକ୍ତି ପାଇଁ ହନୁମାନଙ୍କ ଭକ୍ତ ହୋଇଥିବା ଆବଶ୍ୟକ।

ଶନିଦେବ ହେଉଛନ୍ତି ନ୍ୟାୟର ଦେବତା। ଏମିତି କୁହନ୍ତି ଯେ ଶନିଦେବ ଙ୍କ ଚଲଣ ସମୟରେ ଅନେକ ସମସ୍ୟା ଦେଖାଯାଏ। ତେଣୁ ତାଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଲୋକମାନେ ହନୁମାନଙ୍କ ଆଶ୍ରୟ ନେଇଥାନ୍ତି। କୁହାଯାଏ ଯେ ହନୁମାନଙ୍କ ଆଶିର୍ବାଦ ଦ୍ୱାରା ଶନିଙ୍କ ଖରାପ ଦୃଷ୍ଟିରୁ ମୁକ୍ତି ମିଳିଥାଏ। ଶନିଦୋଷରୁ ମୁକ୍ତି ପାଇଁ ହନୁମାନଙ୍କ ଭକ୍ତ ହୋଇଥିବା ଆବଶ୍ୟକ। ତେବେ ଏହା ପଛରେ କାରଣ କଣ? କଣ ପାଇଁ କେବଳ ହନୁମାନଙ୍କୁ ପୂଜା କଲେ ଶନିଙ୍କ କୋପ ଦୃଷ୍ଟି ପଡ଼ିନଥାଏ। ଶନିଙ୍କୁ ଖୁସି କରିବା ପାଇଁ କାହିଁକି କରାଯାଏ ହନୁମାନଙ୍କ ପୂଜା?

ଶନିଦେବ ବ୍ୟକ୍ତିଙ୍କୁ ଭଲ କାମ ପାଇଁ ଭଲ ଫଳ ଓ ଖରାପ କାମ ପାଇଁ ଖରାପ ଫଳ ଦିଅନ୍ତି। ଅନ୍ୟାୟ କରୁଥିବା ଲୋକଙ୍କୁ ସେ ସହିପାରନ୍ତି ନାହିଁ। ଏହାସହ ଯେଉଁମାନେ ଅନ୍ୟ ଲୋକମାନଙ୍କୁ ଶୋଷଣ କରନ୍ତି ସେମାନଙ୍କ ପାଇଁ ଖରାପ କାମ କରନ୍ତି। ତେବେ ଶନିଦେବଙ୍କ ପ୍ରକୋପରୁ ସେ ବଞ୍ଚନ୍ତି ନାହିଁ। ଶନିଙ୍କ କୋପ ଦୃଷ୍ଟି ପଡ଼ିଲେ ବ୍ୟକ୍ତି ନର୍କ ଜୀବନ ଅତିବାହିତ କରେ। ଏହି ସମୟରେ ବ୍ୟକ୍ତିଙ୍କୁ ହନୁମାନଙ୍କ ଆଶ୍ରୟ ନେବା ଆବଶ୍ୟକ।

ଧାର୍ମିକ ମାନ୍ୟତା ଅନୁସାରେ ଏକଦା ହନୁମାନଙ୍କୁ ଶନିଦେବ ବଚନ ଦେଇଥିଲେ ଯେ ସେ କୌଣସି ହନୁମାନ ଭକ୍ତଙ୍କୁ ସମସ୍ୟାରେ ପକାଇବେ ନାହିଁ। କିନ୍ତୁ ଏହି ଶପଥ ସେ ଖୁସିରେ ନୁହେଁ ବରଂ ଭୟରେ ନେଇଥିଲେ। ଏହା ପଛରେ ଏକ ପୌରାଣିକ କଥା ମଧ୍ୟ ରହିଛି। ଏକଦା ହନୁମାନ ରାମଭକ୍ତିରେ ଲୀନ ଥିଲେ। ସେହି ସମୟରେ ଶନିଦେବ ହନୁମାନଙ୍କ ଭକ୍ତିରେ ବିଘ୍ନ ପକାଇଥିଲେ। ଶନିଦେବଙ୍କୁ ନିଜ ଶକ୍ତି ଉପରେ ଗର୍ବ ଥିଲା। ପରେ ହନୁମାନ ତାଙ୍କ ଏହି ଗୁଣ ପାଇଁ ରାଗିଯାଇଥିଲେ।

ଶନିଦେବ ଅନେକ ସମୟ ଧରି ହନ ୁମାନଙ୍କ ଧ୍ୟାନ ଭଙ୍ଗ କରିବାକୁ ଚାହୁଁଥିଲେ। କିନ୍ତୁ ସଫଳ ହୋଇନଥିଲେ। ବହୁତ ସମୟ ପରେ ହନୁମାନ ନିଜ ଆଖି ଖୋଲିଲା ପରେ ବିନମ୍ରତା ସହ ଶନିଦେବଙ୍କୁ ଦେଖିଲେ। ପରେ ତାଙ୍କୁ ଏପରି କରିବାର କାରଣ ପଚାରିଲେ। ଏହି କଥା ଶୁଣିବା ପରେ ଶନିଦେବ ଆହୁରି ରାଗିଗଲେ। ଆଉ କହିଲେ ଆଜି ମୁଁ ତମ ରାଶିରେ ପ୍ରବେଶ କରିବାକୁ ଯାଉଛି। ମୋ ପ୍ରବେଶରେ ସମସ୍ତେ ଭୟ କରନ୍ତି। ଯଦି ରୋକିବାକୁ ଚାହୁଁଛ ତେବେ ରୋକିନିଅ। କିନ୍ତୁ ଏହାପରେ ବି ହନୁମାନ ଶନିଙ୍କ ଆଗରେ ବିନମ୍ରତା ପ୍ରଦର୍ଶନ କଲେ। ପରେ କିନ୍ତୁ ଶନିଦେବ ବିକ୍ରାଳ ରୂପ ଧାରଣ କରିଥିଲେ। ହନୁମାନ ଏହା ଦେଖି ରାଗିଯାଇ ତାଙ୍କ ଲାଞ୍ଜରେ ଶନିଦେବଙ୍କୁ ଘେରିନେଲେ। ତାଙ୍କୁ ନିଜ ଲାଞ୍ଜରେ ବାନ୍ଧିନେଲେ । ଏହାପରେ ଶନିଦେବଙ୍କ ଅବସ୍ଥା ଖରାପ ହେବାକୁ ଲାଗିଲା।

ନିଜ ସାହାଯ୍ୟ ପାଇଁ ଅନେକ ଦେବଦେବୀଙ୍କୁ ଡାକିଲେ। କିନ୍ତୁ କେହି ବି ଶୁଣିଲେନି। ଶେଷରେ ହନୁମାନଙ୍କୁ କ୍ଷମା ମାଗିଲେ। ଏବଂ କହିଲେ ଭବିଷ୍ୟରେ ସେ ହନୁମାନଙ୍କ ଛାୟାରୁ ମଧ୍ୟ ଦରେଇ ରହିବେ। ଏହାପରେ ହନୁମାନ କହିଲେ ଯେ ସେ କେବଳ ତାଙ୍କ ଛାୟା ନୁହେଁ ବରଂ ତାଙ୍କ ସମସ୍ତ ଭକ୍ତଙ୍କ ଛାୟାରୁ ମଧ୍ୟ ଦୂରେଇ ରହିବେ। ଏହାପରଠୁ ଶନିଦେବ ହନୁମାନ ଭକ୍ତଙ୍କଠୁ ସବୁବେଳେ ଦୂରେଇ ରୁହନ୍ତି। ସେମାନଙ୍କୁ ସମସ୍ୟାରେ ପକାନ୍ତି ନାହିଁ। ତେଣୁ ସେହିଦିନଠୁ ଶନିଦେବଙ୍କୁ ଶାନ୍ତ କରିବା ପାଇଁ ହନୁମାନଙ୍କ ପୂଜା ଆରମ୍ଭ ହେଲା। ଆପଣ ବି ଯଦି ଶନିଙ୍କ କୋପ ଦୃଷ୍ଟି ର ଶିକାର ହୋଇଛନ୍ତି ତେବେ ନିଶ୍ଚିତ ଭାବେ ହନୁମାନଙ୍କ ପୂଜା କରନ୍ତୁ। ଆଶିର୍ବାଦ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.