SBI Qucik Missed Call Banking ସେବାର ଉଠାନ୍ତୁ ଫାଇଦା

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ସୁବିଧାକୁ ଏସବିଆଇ କ୍ୱିକ୍ ମିସ୍ କଲ୍ ବ୍ୟାଙ୍କିଙ୍ଗ୍ ସେବା ନାମରେ ନାମିତ କରିଛି । ଏସବିଆଇ କ୍ୱିକ୍ ଏକ ପ୍ରକାରର ମିସ କଲ ବ୍ୟାଙ୍କିଂ ସର୍ଭିସ୍, ଯାହାକି ଏସବିଆଇ ବ୍ୟାଙ୍କର ଗ୍ରହକଙ୍କୁ ରେଜିଷ୍ଟ୍ରେସନ୍, ଆକାଉଣ୍ଟ୍ ବାଲାନ୍ସ, ମିନି ଷ୍ଟେଟମେଣ୍ଟ, ଏଟିଏମ୍ କାର୍ଡ ବନ୍ଦ, ଲୋନ୍ ଏବଂ ପିଏମ୍ ସୋଶାଲ ସିକ୍ୟୁରିଟି ଯୋଜନା ସମେତ ଅନେକ ପ୍ରକାର ସେବାର ଅଫର ଦେଉଛି ।

ଗ୍ରାହକଙ୍କ ପାଇଁ ଜରୁରୀ ଖବର। ଦର୍ଶକବନ୍ଧୁ ଯଦି ଆପଣଙ୍କର ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଆକାଉଣ୍ଟ ଅଛି ତାହେଲେ ଆପଣଙ୍କ ପାଇଁ ଜରୁରୀ ଖବର। ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇ ଦ୍ୱାରା ବଡ ସୂଚନା ଦିଆଯାଇଛି। କୋଟି କୋଟି ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି ବ୍ୟାଙ୍କ କିଛି ନମ୍ବର ଜାରି କରିଛି ଯେଉଁଥିରେ ଆପଣ ବହୁତ ବଡ ଲାଭ ପାଇବାକୁ ଯାଉଛନ୍ତି ବୋଲି କୁହାଯାଇଛି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କୁ ମିସ୍ କଲ ଏବଂ ଏସଏମଏସ ମାଧ୍ୟମରେ ବିଭିନ୍ନ ବ୍ୟାଙ୍କ ସେବା ଯୋଗାଉଛି । ଏସବିଆଇ ଗ୍ରାହକମାନେ ସେମାନଙ୍କ ମୋବାଇଲରୁ ମିସ୍ କଲ ବା ମେସେଜ୍ କରି ନିଜ ଆକାଉଣ୍ଟ ବାଲାନ୍ସ , ମିନି ଷ୍ଟେଟମେଣ୍ଟ ଏବଂ ଅନ୍ୟାନ୍ୟ ତଥ୍ୟ ହାସଲ କରିପାରିବେ ।

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ସୁବିଧାକୁ ଏସବିଆଇ କ୍ୱିକ୍ ମିସ୍ କଲ୍ ବ୍ୟାଙ୍କିଙ୍ଗ୍ ସେବା ନାମରେ ନାମିତ କରିଛି । ଏସବିଆଇ କ୍ୱିକ୍ ଏକ ପ୍ରକାରର ମିସ କଲ ବ୍ୟାଙ୍କିଂ ସର୍ଭିସ୍, ଯାହାକି ଏସବିଆଇ ବ୍ୟାଙ୍କର ଗ୍ରହକଙ୍କୁ ରେଜିଷ୍ଟ୍ରେସନ୍, ଆକାଉଣ୍ଟ୍ ବାଲାନ୍ସ, ମିନି ଷ୍ଟେଟମେଣ୍ଟ, ଏଟିଏମ୍ କାର୍ଡ ବନ୍ଦ, ଲୋନ୍ ଏବଂ ପିଏମ୍ ସୋଶାଲ ସିକ୍ୟୁରିଟି ଯୋଜନା ସମେତ ଅନେକ ପ୍ରକାର ସେବାର ଅଫର ଦେଉଛି । ଏସବିଆଇର ଗ୍ରାହକମାନେ ଏହି ସେବାରେ ନିଜକୁ ଡି-ରେଜିଷ୍ଟର କରିପାରିବେ । ଏହା ସହ ଗ୍ରାହକମାନେ ଇମେଲ ମାଧ୍ୟମରେ ନିଜ ଆକାଉଣ୍ଟର ସୂଚନା ହାସିଲ କରିପାରିବେ । ଏହା ବ୍ୟତୀତ ଏସବିଆଇ ଗ୍ରାହକମାନେ ଇମେଲ ମାଧ୍ୟମରେ ହୋମ୍ ଲୋନ୍ ଏବଂ ଏଜୁକେସନ୍ ଲୋନର ସୁଧ ପ୍ରମାଣପତ୍ର ମଧ୍ୟ ପାଇପାରିବେ ।

କିପରି କରିବେ ରେଜିଷ୍ଟ୍ରେସନ୍ ?
ଏସବିଆଇ କ୍ୱିକ୍ ମିସ୍ଡ କଲ ବ୍ୟାଙ୍କିଂ ସେବାର ଲାଭ ଉଠାଇବା ପାଇଁ ଏସବିଆଇ ଗ୍ରାହକଙ୍କୁ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ଏଥିପାଇଁ ଆକାଉଣ୍ଟ ହୋଲ୍ଡରଙ୍କୁ ନିଜର ରେଜିଷ୍ଟ୍ରେସନ୍ ମୋବାଇଲ ନମ୍ବରରୁ ୦୯୨୨୩୪୮୮୮୮୮କୁ ‘REGaccount number’ଲେଖି ମେସେଜ ପଠାଇବାକୁ ପଠିବ । ମାନେ କରନ୍ତୁ ଆପଣଙ୍କ ଆକାଉଣ୍ଟ୍ ନମ୍ବର ୧୨୩୪୫୬୭୮୯, ତେବେ ଆପଣଙ୍କୁ REG୧୨୩୪୫୬୭୮୯ ଲେଖି ମେସେଜ୍ ପଠାଇବାକୁ ପଡିବ ।

ବାଲାନ୍ସ ଏବଂ ଅନ୍ୟାନ୍ୟ ସୂଚନା ଯାଞ୍ଚ ପାଇଁ ଆପଣଙ୍କୁ ଏକ ମିସ୍ କଲ୍ ଦେବାକୁ ପଡିବ କିମ୍ବା ୦୯୨୨୩୭୬୬୬୬୬ କୁ BAL ଟାଇପ୍ କରି ମେସେଜ ପଠାଇବାକୁ ପଡିବ । ମିନି ଷ୍ଟେଟମେଣ୍ଟ ଯାଞ୍ଚ କରିବାକୁ ଆପଣଙ୍କୁ MSTMT ଟାଇପ୍ କରିବାକୁ ପଡିବ ଏବଂ ଏହାକୁ ୯୨୨୩୮୬୬୬୬୬ କୁ ପଠାଇବାକୁ ପଡିବ । ଅନ୍ୟ ପଟେ ଯଦି ଆପଣ ଆପଣଙ୍କର ଏଟିଏମ୍ କାର୍ଡକୁ ବ୍ଲକ୍ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଆପଣଙ୍କର ଏଟିଏମ୍ କାର୍ଡର ଶେଷ ଚାରି ଅଙ୍କକୁ Block ସହିତ ୫୬୭୬୭୬ କୁ ପଠାଇବାକୁ ପଡିବ । ଏହା ସହ କାର କିମ୍ବା ହୋମ୍ ଲୋନ୍ ବିଷୟରେ ସୂଚନା ପାଇବାକୁ ହେଲେ ଆପଣଙ୍କୁ ୫୬୭୬୭୬ କିମ୍ବା ୦୯୨୨୩୫୮୮୮୮୮ କୁ କାର କିମ୍ବା ଘର ଲେଖି ମେସେଜ୍ ପଠାଇବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.