ଦୁନିଆର ସବୁଠୁ ଲମ୍ବା ଟ୍ରାନ୍ସ- ସାଇବେରିଆନ ଟ୍ରେନ

ଦୁନିଆର ସବୁଠୁ ଲମ୍ବା ଯାତ୍ରା କରୁଥିବା ଟ୍ରେନ, ଯାହାକି ୭ ଦିନରେ ଅତିକ୍ରମ କରେ ୮୬ ଟି ସହର। ଏହାକୁ Longest Train Route in the World ମଧ୍ୟ କୁହାଯାଏ। ଏହାର ନାମ ହେଉଛି ଟ୍ରାନ୍ସ ସାଇବେରିଆନ ଟ୍ରେନ।

ଦୁନିଆର ସବୁଠୁ ଲମ୍ବା ଯାତ୍ରା କରୁଥିବା ଟ୍ରେନ, ଯାହାକି ୭ ଦିନରେ ଅତିକ୍ରମ କରେ ୮୬ ଟି ସହର। ଏହାକୁ Longest Train Route in the World ମଧ୍ୟ କୁହାଯାଏ। ଏହାର ନାମ ହେଉଛି ଟ୍ରାନ୍ସ ସାଇବେରିଆନ ଟ୍ରେନ।

ଇତିହାସକୁ ଦେଖିଲେ ଏହି ଟ୍ରେନର ଆରମ୍ଭ ୧୯୧୬ ମସିହାରେ ହୋଇଥିଲା। ଟ୍ରାନ୍ସ ସାଇବେରିଆନ ରେଲେଓ୍ଵ ଯାତ୍ରୀଙ୍କୁ ମସ୍କୋ ରୁ ଋଷ ର ବ୍ଲାଦିବୋସ୍ତୋକ ପର୍ଯ୍ୟନ୍ତ ନେଇ ଯାତ୍ରା କରିଥାଏ। ଏହି ରୁଟ ଦୁନିଆର ଦ୍ୱିତୀୟ ସବୁଠୁ ଲମ୍ବା ରେଳ ରୁଟ।

ସାଧାରଣତଃ ଟ୍ରେନ ଯାତ୍ରା ଲମ୍ବା ହୋଇଥାଏ। ଭାରତରେ ମଧ୍ୟ ଟ୍ରେନର ଯାତ୍ରା ଅନେକ ଦିନ ପର୍ଯ୍ୟନ୍ତ ହୋଇଥାଏ। କଣ ଆପଣ ଜାଣିଛନ୍ତି ଦୁନିଆରେ ସବୁଠୁ ଲମ୍ବା ଟ୍ରେନ ଯାତ୍ରା କେତେ ଦିନ ଧରି ହୋଇଥାଏ? ଏହି ଯାତ୍ରା ସମୟରେ ଟ୍ରେନ କେତୋଟି ସହର ଦେଇ ଅତିକ୍ରମ କରେ? ଏହାର ପୁରା ତଥ୍ୟ ଆମେ ଆପଣଙ୍କୁ ଆଜି କହିବୁ।

ଭାରତରେ ରେଳ ଯାତ୍ରା ସବୁଠୁ ସୁରକ୍ଷିତ ଓ ଆରାମଦାୟକ ହୋଇଥାଏ। କିନ୍ତୁ ଆଜି ଦୁନିଆର ସେହି ଟ୍ରେନ ରୁଟ ବିଷୟରେ କହିବୁ ଯାହା ସବଠୁ ଦୂର ଯାତ୍ରା କରେ। ଏହାର ନାମ ଟ୍ରାନ୍ସ ସାଇବେରିଆନ। ଏହା ମସ୍କୋ ରୁ ପ୍ୟୋଗୟାଙ୍ଗ ପର୍ଯ୍ୟନ୍ତ ଯାତ୍ରା କରିଥାଏ। ଋଷରୁ ମସ୍କୋକୁ ଉତ୍ତର କୋରିଆ ସହର ପ୍ୟୋଗୟାଙ୍ଗ ପର୍ଯ୍ୟନ୍ତ ୧୦,୨୧୪ କିଲୋମିଟର ଯାତ୍ରା କରେ। ଏହି ଟ୍ରେନ ପାହାଡ଼ ଓ ଜଙ୍ଗଲ ରୁଟ ଦେଇ ଯାତ୍ରା କରିଥାଏ।

ଏହି ଟ୍ରେନ ନର୍ଥ କୋରିଆରୁ ଋଷ ର ମସ୍କୋ ପାଇଁ ଯାତ୍ରୀଙ୍କୁ ନେବା ପାଇଁ ଏକ ଟ୍ରେନ କାର ଋଷ ରୁ ବ୍ଲାଦିବୋସ୍ତିକ ଦେଇ ଯାତ୍ରା କରେ। ଏହାପରେ ଟ୍ରେନ କାର ବ୍ଲାଦିବୋସ୍ତିକରୁ ମସ୍କୋ ପାଇଁ ଯାଉଥିବା ଟ୍ରେନର ପଛ ସାଇଡ଼ରେ କନେକ୍ଟ ହୋଇଥାଏ। ଏହାର ସବୁଠୁ ଖାସ କଥା ହେଉଛି ଏହା ଯେକୌଣସି ଯାତ୍ରୀଙ୍କୁ ଏହି ଯାତ୍ରା ସମୟରେ ନିଜ ସିଟ ବଦଳାଇବାର ଆବଶ୍ୟକତା ନଥାଏ। କିମ୍ବା ଅନ୍ୟ କୌଣସି ଟ୍ରେନ ରେ ଯିବାକୁ ପଡ଼ିନଥାଏ। ଏହି ଯାତ୍ରା ପୂରା ହେବା ପାଇଁ ୭ ଦିନ ୨୦ ଘଣ୍ଟା ୨୫ ମିନିଟ ସମୟ ଲାଗେ। ଏହି ସମୟରେ ଟ୍ରେନ ୧୬ ଟି ପ୍ରମୁଖ ନଦୀ ଦେଇ ୮୬ ଟି ସହର ଅତିକ୍ରମ କରି ଯାତ୍ରା କରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.