ଏବେ ୧୦ ଟଙ୍କାରେ କିଣନ୍ତୁ ଟ୍ରେନ ଟିକେଟ

ରେଳ ବିଭାଗର ନୂଆ ନିୟମରେ ମାତ୍ର ୧୦ ଟଙ୍କା ଖର୍ଚ୍ଚ କରି ଉଠାଇପାରିବେ ଯାତ୍ରା ର ସୁବିଧା, ବାସ କରିବାକୁ ପଡିବ ଏହି କାମ

ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ଏଥି ସହିତ, ଟ୍ରେନର ଯାତ୍ରା ପାଇଁ ଭଡ଼ା ମଧ୍ୟ ପ୍ରତ୍ୟେକ ଟ୍ରେନର ପ୍ରତ୍ୟେକ ଶ୍ରେଣୀ ଏବଂ ବର୍ଗ ଅନୁଯାୟୀ ଭିନ୍ନ ଭିନ୍ନ ହୋଇଥାଏ । ଅନେକ ଥର ଏମିତି ହୁଏ ଯେତେବେଳେ ଆମେ ଆମର ପରିବାର କିମ୍ବା ପରିଚିତ ଲୋକଙ୍କୁ ରେଳ ଷ୍ଟେସନରେ ଛାଡ଼ି ସେଠାରେ ରହିଥାଉ ଯେପର୍ଯ୍ୟନ୍ତ ସେମାନେ ଟ୍ରେନରେ ବସି ନାହାଁନ୍ତି। କିନ୍ତୁ କଣ ଆପଣ ଜାଣନ୍ତି କି ଯଦି ଆପଣ ରେଳ ଷ୍ଟେସନକୁ ଟିକେଟ୍ ବିନା ଯାଆନ୍ତି, ଆପଣ ରେଳବାଇ ଦ୍ୱାରା ଜାରି ହୋଇଥିବା ନିୟମ ଅନୁଯାୟୀ ଜରିମନା ଭରିପାରନ୍ତି। ଅନେକ ଏହା ସମ୍ପର୍କରେ ଜାଣି ନଥାନ୍ତି । ଏହାକୁ ନେଇ ରେଳବାଇ ର କଡ଼ା ନିୟମ ରହିଛି । ଯାହାକୁ ଜାଣିବା ନିହାତି ଦରକାର। ଆଜି ଆମେ ଏହାକୁ ନେଇ ସବୁ ତଥ୍ୟ କହିବୁ । ଏହାସହ କିପରି ଟ୍ରେନରେ ୧୦ ଟଙ୍କା ଦେଇ ଯାତ୍ରା କରିପାରିବେ ସେନେଇ ମଧ୍ୟ କିଛି ଟିପ୍ସ କହିବୁ। ଯାହାକୁ ଜାଣିବା ପାଇଁ ଏହି ଭିଡିଓ କୁ ଶେଷ ଯାଏ ଦେଖନ୍ତୁ ।

ଭାରତୀୟ ରେଳର ନିୟମ ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କର ରେଳ ପ୍ଲାଟଫର୍ମ ଟିକେଟ୍ ନାହିଁ ତାଙ୍କୁ ଜରିମନା ଭରିବାକୁ ପଡିବ । ଯଦି ଆପଣ ଯାତ୍ରା କରିବାକୁ ଚାହୁଁନାହାଁନ୍ତି ଏବଂ ତଥାପି କୌଣସି କାରଣରୁ ଆପଣଙ୍କୁ ରେଳ ଷ୍ଟେସନକୁ ଯିବାକୁ ପଡୁଛି ତେବେ ଆପଣଙ୍କୁ ଏକ ପ୍ଲାଟଫର୍ମ ଟିକେଟ ନେବାକୁ ହେବ।କାହିଁକି ଜାଣନ୍ତୁ ..

ପ୍ଲାଟଫର୍ମ ଟିକେଟ୍ :
ପ୍ଲାଟଫର୍ମ ଟିକେଟ୍ ଭିନ୍ନ ଭିନ୍ନ ସ୍ଥାନ ହିସାବରେ ନିର୍ଣ୍ଣୟ କରାଯାଇଥାଏ । ଏଥିପାଇଁ ଆପଣଙ୍କୁ ପ୍ରାୟ ୧୦ ରୁ ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ଗୋଟିଏ ପ୍ଲାଟଫର୍ମ ଟିକେଟ୍ ସହିତ ଦିନସାରା ପ୍ଲାଟଫର୍ମରେ ରହିପାରିବେ ନାହିଁ। ରେଳବାଇର ୱେବସାଇଟ୍ erail.in ଅନୁଯାୟୀ ପ୍ଲାଟଫର୍ମ ଟିକେଟ୍ କେବଳ ଦୁଇ ଘଣ୍ଟା ପାଇଁ ବୈଧ ରହିଥାଏ । ମାନେ ଆପଣ ଥରେ ଟିକେଟ୍ କିଣିବା ପରେ ପ୍ଲାଟଫର୍ମରେ ମାତ୍ର ଦୁଇ ଘଣ୍ଟା ରହିପାରିବେ। ତାଠାରୁ ବେଶୀ ସମୟ ନୁହେଁ । ଯଦି ଏମିତି କରନ୍ତି ତେବେ ଦଣ୍ଡ ଭୋଜିବେ । ପରେ ଆପଣ କୌଣସି ସମ୍ପର୍କୀୟଙ୍କୁ ଆଣିବାକୁ କିମ୍ବା ଛାଡ଼ିକୁ ଯାଉଛନ୍ତି ତେବେ ଏକ ପ୍ଲାଟଫର୍ମ ଟିକେଟ କିଣନ୍ତୁ । ଯଦି ଆପଣ ଦୁଇ ଘଣ୍ଟା ପରେ ପ୍ଲାଟଫର୍ମରେ ରୁହନ୍ତି, ତେବେ ଆପଣଙ୍କୁ ଜୋରିମାନା ଦେବାକୁ ପଡ଼ିବ। ଯଦି ଏହା ନକରନ୍ତି ତେବେ ରେଳ ଟିକେଟ୍ ଯାଞ୍ଚ କରୁଥିବା କର୍ମଚାରୀମାନେ ଅତି କମରେ ୨୫୦ ଟଙ୍କା ଜୋରିମାନା କରିପାରନ୍ତି।

ରେଳ ଟିକେଟ୍:
ଏହା ବ୍ୟତୀତ ଯଦି କୌଣସି ଯାତ୍ରୀ ପ୍ଲାଟଫର୍ମ ଟିକେଟ୍ କିମ୍ବା ଯାତ୍ରା ଟିକେଟ୍ ବିନା ପ୍ଲାଟଫର୍ମରେ ଧରା ପଡନ୍ତି , ତେବେ ତାଙ୍କୁ ଦୁଇଗୁଣ ଜରିମନା ଭରିବାକୁ ହେବ । ଏପରି ପରିସ୍ଥିତିରେ ପ୍ଲାଟଫର୍ମ ଛାଡ଼ିଥିବା ଶେଷ ଟ୍ରେନର ଭଡ଼ା ଅନୁଯାୟୀ ଜରିମନା ଆଦାୟ କରାଯାଏ।

ରେଳ ପ୍ଲାଟଫର୍ମ ଟିକେଟ୍ କେବଳ ପ୍ଲାଟଫର୍ମରେ ଉପଲବ୍ଧ ସ୍ଥାନ ଆଧାରରେ ପ୍ରଦାନ କରାଯାଇଥାଏ। ଏହାର ଅର୍ଥ ହେଉଛି ପ୍ଲାଟଫର୍ମର କ୍ଷମତାଠାରୁ ଅଧିକ ଲୋକଙ୍କୁ ପ୍ଲାଟଫର୍ମ ଟିକେଟ୍ ଦିଆଯାଇନଥାଏ। କ୍ଷମତା ଆଧାରରେ ଯଦି ପ୍ଲାଟଫର୍ମ ଟିକେଟ୍ ଦିଆଯାଇସାରିଛି, ତେବେ ରେଳ କର୍ମଚାରୀ ଟିକେଟ୍ ଦେବାକୁ ମନା କରିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.