Below header

ଏବେ ଆଧାର ଜରିଆରେ କରିପାରିବେ ୧୦ରୁ ଅଧିକ ଟ୍ରେନ ଟିକେଟ ବୁକିଂ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଟ୍ରେନରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ଖୁସି ଖବର। ଆଧାର କାର୍ଡ ଜରିଆରେ ଟ୍ରେନ ଯାତ୍ରା କରିବା ବହୁତ ସହଜ ହୋଇଯିବ। ଭାରତୀୟ ରେଳବାଇ କ୍ୟାଟରିଂ ଏଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି)ରେ ଟ୍ରେନ ବୁକିଂ କରିବା ପାଇଁ ଆଧାର ଭେରିଫିକେସନ କରିବା ପରେ ୧୨ଟି ଟ୍ରେନ ଟିକେଟ ବୁକ୍‌ କରିପାରିବେ। ସୂଚନାଯୋଗ୍ୟ, ଟ୍ରେନ ଟିକେଟ ବୁକ୍‌ କରିବା ପାଇଁ ଆଧାର ନଂ ଅନିବାର୍ଯ୍ୟ ନୁହେଁ , କିନ୍ତୁ ବିନା ଆଧାର କାର୍ଡରେ ଆପଣ ମାସକୁ ୬ରୁ ଅଧିକ ଟିକେଟ କରିପାରିବେ ନାହିଁ।

କିପରି କରିବେ ଆଧାର କାର୍ଡ ଅପଟେଡ

-ଆଇଆରସିଟିସରେ ନିଜର ଆଧାର ନଂ ଲିଙ୍କ କରିବା ପାଇଁ ବ୍ୟବହାରୀ ନିଜର ଆଇଆରସିଟିସିର ଆକାଉଣ୍ଟକୁ ଯିବାକୁ ପଡିବ।

– ଏହା ପରେ ମାଇଁ ପ୍ରୋଫାଇଲି ଯାଇ ଅପଡେଟ ଆଧାରରେ କ୍ଲିକ କରନ୍ତୁ।

– ଆଧାର କାର୍ଡ ଲିଙ୍କ ଥିବା ମୋବାଇଲ ନମ୍ବରକୁ ଏକ ଓଟିପି ନଜର ଯିବ।

– ଏହି ଓଟିପିକୁ ଆଇଆରସିଟିସିରେ ଦେବାକୁ ହେବ।

-ଏହାପରେ ଆପଣଙ୍କ ଆଧାର ନଂ ଆଇଆରସିଟିସି ଆକାଉଣ୍ଟରେ ଲିଙ୍କ ହୋଇଯିବ।

-ଏପରି ହୋଇଗଲେ ଆପଣ ମାସକୁ ୧୨ଟି ଅଧିକ ଟିକେଟ ବୁକ୍‌ କରିପାରିବେ।

irctc 1

ତତ୍କାଳ ଟିକେଟ ବୁକିଂ:

ତତ୍କାଳ ଟିକେଟ ଯାତ୍ରାର ଏକଦିନ ପୂର୍ବରୁ ବୁକ ହୋଇପାରିବ। ଏସି ପାଇଁ ତତ୍କାଳ ଟିକେଟ ସକାଳ ୧୦ ଟାରୁ ବୁକ୍‌ କରାଯାଇପାରିବ, ସେହିପରି ବିନା ଏସି ପାଇଁ ସକାଳ ୧୧ଟାରୁ ତତ୍କାଳ ଟିକେଟ ବୁକିଂ କରିପାରିବେ। ଯଦି ଆପଣଙ୍କ ତତ୍କାଳ ଟିକେଟ କନଫର୍ମ ହୋଇଥିବ ଟିକେଟ ରଦ୍ଦ କରିବା ପରେ ଆପଣଙ୍କୁ କୌଣସି ପଇସା ଫେରି ପାଇବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.