କୋର୍ଟଙ୍କ ଆଦେଶ : ଏବେ ଫିଲ୍ମ ଲିକ୍ କରୁଥିବା ସବୁ ୱେବସାଟ୍ ହେବ ବନ୍ଦ, ଆଉ ଡାଉନଲୋଡ୍ କରିପାରିବେନି କୌଣସି ମୁଭି

ନୂଆଦିଲ୍ଳୀ: ଦିଲ୍ଳୀ ଉଚ୍ଚ ନ୍ୟାୟାଳୟ ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡରସ୍(ଆଇଏସପି) କୁ ତାମିଲ୍ ରକର୍ସ,କ୍ୟାଟମୁଭି ଏବଂ ଲାମ ଟୋରେଣ୍ଟ ପରି ୱେବସାଇଟ୍ କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସବୁ ୱେବସାଇଟ୍ ଉପରେ ୱାରନର୍ ବ୍ରୋସ୍,ୟୁନିଭର୍ସାଲ ଏବଂ ନେଟଫ୍ଳିକ୍ସ ପରି ପ୍ରଡକ୍ସନ ହାଉସର ଫିଲ୍ମ ଏବଂ ଟିଭି ଶୃଙ୍ଖଳାର ଅନାଧିକୃତ ଷ୍ଟ୍ରିମିଙ୍ଗ ଏବଂ ବିତରଣ କରିବା ନେଇ ଅଭିଯୋଗ ହୋଇଛି। ବିଚାରପତି ସଞ୍ଜୀବ ନରୁଲା ଏହି ସବୁ ୱେବସାଇଟର ସବୁ ୟୁଆରଏଲ୍ ଏବଂ ଆଇପି ଆଡ୍ରେସ୍ କୁ ବନ୍ଦ କରିବାକୁ କହିଛନ୍ତି ।

କୋର୍ଟ ଦୂରସଞ୍ଚାର ବିଭାଗ ଏବଂ ସୂଚନା ପ୍ରଦ୍ୟୋଗିକ ମନ୍ତ୍ରାଳୟୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କି ,ସେ ପ୍ରଡକ୍ସନ୍ ହାଉସର କପିରାଇଟ୍ ର କୌଣସି ଉଲ୍ଲଙ୍ଘନ କରୁଥିବା ୱେବସାଇଟ୍ କୁ ଡୋମେନ୍ ନେମର ପଞ୍ଜିକରଣ ରଦ୍ଦ କରୁ । କେବଳ ଏହା ନୁହେଁ, ଏହି ୱେସାଇଟକୁ ବନ୍ଦ କରିବା ପାଇଁ ଇଣ୍ଟରନେଟ୍ ଏବଂ ଦୂରସଞ୍ଚାର ସେବା ଦାତାଙ୍କ ଜରୁରୀ ଅଧିସୂଚନା ଜାରି କରାଯିବାକୁ କୋର୍ଟ କହିଛନ୍ତି ।

courtଏହାସହ ପଢନ୍ତୁ : ସୁପ୍ରିମକୋର୍ଟ ପଚାରିଥିଲେ ରଘୁବଂଶର କିଏ ଦାୟାଦ ଅଛନ୍ତ କି? ବିଜେପି ନେତ୍ରୀ କହିଲେ ଆମେ କୁଶ ବଂଶଜ, କଂଗ୍ରେସ ନେତା…

ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଆମେରିକାର ମନୋରଞ୍ଜନ କମ୍ପାନୀ ୱାରନର୍ସ ବ୍ରଦର୍ସର ଯାଚିକା ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି । କମ୍ପାନୀ ପକ୍ଷରୁ କୁହାଯାଇଛି କି, ଏହି ସବୁ ୱେସାଇଟ୍ ବିନା କୌଣସି ଅନୁମତିରେ ପୁଣି ୟୁଟ୍ୟୁବ୍,ଷ୍ଟାର,ନେଟଫ୍ଳିକ୍ସ ପରି ପ୍ଳାଟଫର୍ମ ମାନଙ୍କର ମୂଳ ସାମଗ୍ରୀକୁ ଷ୍ଟ୍ରିମିଙ୍ଗ କରିଥାଏ ଏବଂ ତାହାକୁ ସାର୍ବଜୈନିକ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.