ହାତୀ ଆତଙ୍କରେ ଘର ଛାଡି ମଞ୍ଚା ଉପରେ ରାତି କଟୁଛନ୍ତି କେନ୍ଦୁଝର କୁସୁମୀତା ଗାଁ ଲୋକେ

କେନ୍ଦୁଝର(କେନ୍ୟୁଜ୍) : ହାତୀ ହଜାଉଛି ରାତିର ନିଦ । ହାତୀ ଆତଙ୍କରେ ଘର ଛାଡି ମଞ୍ଚା ଉପରେ ରାତି କାଟୁଛନ୍ତି କେନ୍ଦୁଝର କୁସୁମୀତା ଗାଁ ଲୋକେ । ଗାଁରେ ୩୦ରୁ ଅଧିକ ହାତୀ ବୁଲିବା ସହ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । କିଛି ଦିନ ମଧ୍ୟରେ ୨୦ରୁ ଅଧିକ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଫଳରେ ଭୟଭୀତ ହୋଇ ଗାଁର କିଛି ଲୋକ ଗଛ ଉପରେ ମଞ୍ଚା କରି ରହୁଛନ୍ତି । ସେହିପରି ଶଙ୍କାରୀ ଗାଁର କିଛି ଲୋକ ସ୍କୁଲ ଛାତ ଉପରେ ପାଲ ଟାଣି ରାତି କାଟୁଛନ୍ତି । କେନ୍ଦୁଝର ଜିଲ୍ଲାରେ ୧୫୦ରୁ ଅଧିକ ହାତୀ ଅଛନ୍ତି । ଗତ ଦୁଇ ମାସ ଭିତରେ ହାତୀ ଆକ୍ରମଣରେ ୪ ଜଣ ପ୍ରାଣ ହରାଇବା ସହ ୫୦ରୁ ଅଧିକ ଘର ଭାଙ୍ଗିଛି ।

ହାତୀ ଆତଙ୍କରୁ ବର୍ତ୍ତିବା ପାଇଁ ଚମ୍ପୁଆ, ଯୋଡା, ବଡବିଲ, ଘଟଗାଁ ବ୍ଲକରେ ବହୁ ଲୋକ ଗଛ ଉପରେ ମଞ୍ଚ ବାନ୍ଧି ରହୁଛନ୍ତି । ସେପଟେ ହାତୀ ପଲକୁ ଘଉଡାଇବାକୁ ବନ ବିଭାଗର ଉଦ୍ୟମ ଜାରି ରଖିଛି । ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ସ୍ୱତନ୍ତ୍ର ସ୍କ୍ଵାର୍ଡ
ଗଠନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.