ଆମିର ତନୟା ଇରାଙ୍କ କ୍ରେଜି ଫଟୋ ଭାଇରାଲ, ଦେଖନ୍ତୁ ତାଙ୍କର ଗ୍ଲାମର୍ସ ଅବତାର

ବଲିଉଡର ମିଷ୍ଟର ପରଫେକନିଷ୍ଟ ଆମିର ଖାନଙ୍କ ଝିଅ ଇରା ଖାନଙ୍କ କ୍ରେଜି ଫଟୋଶୁଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଇରା ବହୁତ ଗ୍ଲାମର୍ସ ଅବତାରରେ ନଜର ଆସିଛନ୍ତି। ଏହି ପୋଷ୍ଟକୁ ସୋସିଆଲ ମିଡିଆରେ ସେୟାର କରି ଇରା ଲେଖିଛନ୍ତି ‘ହୁ ଆର ୟ୍ୟୁ’।

ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ଇରା ବିଭିନ୍ନ ପ୍ରକାର ଅବତାରରେ ନଜର ଆସିଛନ୍ତି। ଇରା ଏହି ଫଟୋଶୁଟ ପାଇଁ ବେଲି ବଟନ ପିୟର୍ସିଙ୍ଗ, ଡ୍ରାମଟିକ ମେକଅପ୍‌ ମଧ୍ୟ ନେଇଛନ୍ତି। ଇରାଙ୍କ ଏହି ଫଟୋଶୁଟ ତାଙ୍କ ଫ୍ୟାନଙ୍କୁ ବେଶ୍‌ ପସନ୍ଦ ଆସିଛି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଭଲ କମେଣ୍ଟ ମିଳିଛି। ସୂଚନା ମୁତାବକ, ଇରା ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି। ସୋସିଆଲ ମିଡିଆରେ ତାଙ୍କର ୭୦ ହଜାରରୁ ଊର୍ଦ୍ଧ ଫଲେୟର୍ସ ରହିଛନ୍ତି। ବଲିଉଡରେ ତାଙ୍କର ଡେବ୍ୟୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି। କେବଳ ସେତିକି ନୁହେଁ ଇରା ତାଙ୍କ ବଏଫ୍ରେଣ୍ଡ ମିଶାଲ ଖାନଙ୍କ ସହିତ ସମ୍ପର୍କକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଦୁହିଁଙ୍କର ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏହାସହ ପଢନ୍ତୁ ;  ଅନୁଷ୍କାଙ୍କ ପଶୁପ୍ରୀତି, ପଶୁ କ୍ରୁରତା ନିୟମରେ ପରିବର୍ତ୍ତନ କରିବାକୁ ଦାବି

ira