ଆଉ ଦିନକ ପରେ ସ୍ୱାଧୀନତା ଦିବସ, ରାଜ୍ୟସ୍ତରୀୟ ଉତ୍ସବ ପାଇଁ ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର(କେନ୍ୟୁଜ୍):  ଆଉ ଦିନକ ପରେ ସ୍ୱାଧୀନତା ଦିବସ। ରାଜ୍ୟସ୍ତରୀୟ ଉତ୍ସବ ପାଇଁ ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି। ସ୍ୱାଧୀନତା ଦିବସ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ୍‌ ପୋଲିସ । ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ପୋଲିସ ଡିଜି। ଏହାସହ ପୋଲିସ ପକ୍ଷରୁ ଫୁଲ ଡ୍ରେସ୍‌ ରିହରସଲ୍‌ ଚାଲିଛି। ଚଳିତ ବର୍ଷ ମୁଭିଂ ପରେଡ ହେବନାହିଁ କେବଳ ରାଷ୍ଟ୍ରୀୟ ସାଲ୍ୟୁଟ୍‌ ଦିଆଯିବ। ଏଥିରେ ଭାଗ ନେବେ ୪ଟି ଟ୍ରୁଫ୍‌। ୧୨ହଜାର ଦର୍ଶକ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଉଛି । ଚଳିତବର୍ଷ ଗାନ୍ଧୀମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡିଆରେ ହେବ ସ୍ୱାଧୀନତା ଉତ୍ସବ।