Below header

ସାହସିକତାର ପରିଚୟ ଦେଲେ ବୃଦ୍ଧ ଦମ୍ପତି: ଅସ୍ତ୍ର ଧରି ଲୁଟ୍ କରିବାକୁ ଆସିଥିବା ଦୁର୍ବୃତ୍ତଙ୍କୁ କଲେ ଏମିତି ସାମ୍ନା, ଦେଖନ୍ତୁ ଭିଡିଓ

ତାମିଲନାଡୁ: ସାହସ ଦେଖାଇଲେ ବୃଦ୍ଧ ଦମ୍ପତି । ଦୁଇ ଅଜ୍ଞାତ ଦୁର୍ବୃତ୍ତଙ୍କ ସହିତ ମୁହାଁମୁହିଁ ହୋଇ ବଞ୍ଚାଇଲେ ଜୀବନ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ବୃଦ୍ଧ ଦମ୍ପତିଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ସୂଚନା ଅନୁଯାୟୀ ରବିବାର ରାତି ୯ଟା ବେଳେ କଦାଇୟମ୍ ର କଲ୍ୟାଣପୁରମ୍ ରେ ଏହି ଘଟଣା ଘଟିଛି ।

ସୂଚନା ଅନୁଯାୟୀ ୭୦ ବର୍ଷୀୟ ସନମୁଗାବେଲ୍ ନାମକ ଜଣେ ବୃଦ୍ଧ ନିଜର ଘର ବାହାରେ ଏକ ଚୌକିରେ ବସିଥିଲେ । ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ହଠାତ୍ ତାଙ୍କ ପଛପଟେ ଆସି ଛିଡା ହୋଇଥିଲେ । ଯେତେବେଳେ ବୃଦ୍ଧ ଜଣଙ୍କ ଚେୟାରରୁ ଉଠିଥିଲେ ସେତେବେଳେ ଜଣେ ଦୁର୍ବୃତ୍ତ ଏକ କପଡା ସାହାଯ୍ୟରେ ବୃଦ୍ଧଙ୍କ ବେକକୁ ପଛପଟୁ ଚାପି ଧରିଥିଲା । ସେହି ସମୟରେ ବୃଦ୍ଧ ଜଣଙ୍କ ହଠାତ୍ କିଛି ବୁଝି ପାରିନଥିଲେ ଏବଂ ଚିତ୍କାର କରିବାକୁ ଲାଗିଥିଲେ । ବୃଦ୍ଧଙ୍କ ପାଟି ଶୁଣି ଘର ଭିତରେ ଥିବା ତାଙ୍କ ପତ୍ନୀ ୬୫ ବର୍ଷୀୟା ସେଂଥମାରଇ ଘର ଭିତରୁ ଦୌଡି ଆସିଥିଲେ ଏବଂ ଯାହା ଦେଖିଥିଲେ ତାଙ୍କ ପାଦ ତଳୁ ମାଟି ଖସି ପଡିଥିଲେ । ହେଲେ ସେ ଡରି ନଯାଇ ସାହସର ସହିତ ନିଜ ସ୍ବାମୀଙ୍କୁ ରକ୍ଷା କରିବା ପାଇଁ ଦମ୍ଭ ଧରିଥିଲେ ।

ଏହାସହ ପଢନ୍ତୁ : ବରଯାତ୍ରୀ ଗଲା ବାପାର ଶବ, ମୃତଦେହକୁ ସାକ୍ଷୀ ରଖି ହେଲା ବାହାଘର

ଘର ବାହାରେ ଥୁଆ ହୋଇଥିବା ଚପଲକୁ ଉକ୍ତ ଡକାୟତମାନଙ୍କ ଉପରକୁ ପକାଇଥିଲେ । ଯାହାଫଳରେ ଜଣେ ଡକାୟତ ଭାରସାମ୍ୟ ହରାଇବା ଫଳରେ ସନମୁଗାବେଲ୍ ବସିଥିବା ଚେୟାରରୁ ତଳକୁ ପଡି ଯାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ମୁହାଁମୁହିଁ । ଏପଟେ ଦୁର୍ବୃତ୍ତଙ୍କ ହାତରେ ଧାରୁଆ କାତିକୁ ସେପଟ ବୃଦ୍ଧ ଦମ୍ପତିଙ୍କ ହାତରେ ପ୍ଳାଷ୍ଟିକ୍ ଚେୟାର । କାତିର ଧାର ଦେଖି ଯେକେହି ବି ନିଜର ବୁଦ୍ଧିକୁ ହରାଇ ବସିବ ଏବଂ ସେଠାରେ ପ୍ରାଣ ହାରିବାକୁ ବାଧ୍ୟ ହେବ କିନ୍ତୁ ଏଠାରେ ତାହା ହୋଇନଥିଲା । ବୃଦ୍ଧ ଦମ୍ପତି ସାହସର ସହିତ ଦୁଇ ଦୁର୍ବୃତ୍ତଙ୍କ ମୁକାବିଲା କରିଥିଲେ । ଶେଷରେ ହାର ମାନି ସେଠାରୁ ଦୌଡି ପଳାଇଥିଲେ ଦୁଇ ଡକାୟତ ।

ଦେଖନ୍ତୁ ଭିଡିଓ:

video courtesy:The News Minute

ଯାହାର ଭିଡିଓ ଘର ବାହାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏ ଘଟଣା ଚାରିଆଡ଼େ ନିଆଁ ଭଳି ବ୍ୟାପି ଯିବା ପରେ  ଏହି ସାହସୀ ଦମ୍ପତିଙ୍କ ପ୍ରଶଂସା କରାଯିବା ସହିତ ଏହି ଘଟଣା ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ଏହା ସହିତ ଉକ୍ତ ଦମ୍ପତିଙ୍କ ଭିତରେ ପରସ୍ପର ପ୍ରତି ଥିବା ଭଲ ପାଇବା ଏବଂ ଦୁର୍ବୃତ୍ତଙ୍କ ସହିତ ଏକାଠି ହୋଇ ଲଢିବା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ ଗାଁଠାରୁ ଅଳ୍ପ ଦୂରରେ ଜଙ୍ଗଲ ନିକଟବର୍ତ୍ତୀ ଏକ ଫାର୍ମହାଉସରେ ଏହି ବୃଦ୍ଧ ଦମ୍ପତି ଦୀର୍ଘ ୪୦ ବର୍ଷ ହେଲା ରହି ଆସୁଛନ୍ତି । ଦୁର୍ବୃତ୍ତ+++ମାନେ ଲୁଟ୍ କରିବା ଉଦ୍ଦେଶ୍ୟରେ ଆସିଥିବା ବେଳେ ବୃଦ୍ଧ ଦମ୍ପତିଙ୍କ ସାମ୍ନାରେ ସେମାନଙ୍କ ସବୁ ଉଦ୍ୟମ ଫେଲ୍ ମାରିଥିଲା । ଅନ୍ୟପଟେ ସିସିଟିଭି ଆଧାରରେ ମାମଲା ରୁଜୁ ହେବା ସହିତ ପୋଲିସ୍ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.