ଏନପିଏସ୍ ରୁଲ କୁ ନେଇ ଆସିଲା ବଡ଼ ଅପଡେଟ। ଯଦି ଆପଣ ବି ରାଷ୍ଟ୍ରୀୟ ପେନସନ ବ୍ୟବସ୍ଥା ତଥା ଅଟଳ ପେନସନ ଯୋଜନା ରେ କୌଣସି ପ୍ରକାର ନିବେଶ କରୁଛନ୍ତି ତେବେ ଆପଣଙ୍କ ପାଇଁ ଜରୁରୀ ଖବର। ପେନ ସନ ଫଣ୍ଡ ନିୟାମକ ପିଏଫଆରଡିଏ ର ଦୁଇଟି ପେନସନ ଯୋଜନାରେ ନିବେଶ କରୁଥିବା ଲୋକଙ୍କ ପାଇଁ ଆସିଲା ଖୁସି ଖବର। ନୂଆ ନିୟମ ଅନୁଯାୟୀ ଏବେ ଯୋଜନା ସହ ଜଡ଼ିତ ସବସ୍କ୍ରାଇବର୍ସ ୟୁପିଆଇ ଜରିଆରେ ମଧ୍ୟ କରିପାରିବେ ନିଜର ଅଂଶଦାନ।
ଆଜ୍ଞା ହଁ ଠିକ ଶୁଣିଛନ୍ତି । ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ଯେଉଁଥିରେ ଏବେ ଆପଣଙ୍କୁ PFRDA ଅନ୍ତର୍ଗତ ସ୍କିମରେ ଅଂଶଦାନ ଅନଲାଇନ ଜରିଆରେ ମଧ୍ୟ କରିପାରିବେ। ଏହାବ୍ୟତିତ ପେନସନ ଫଣ୍ଡ ନିୟାମକ ତରଫରୁ କୁହାଯାଇଛି ଯେ ଯଦି ସବସ୍କ୍ରାଇବର୍ସ ସକାଳ ୯.୩୦ ରୁ ନିଜର ଭୁଗତାନ କରୁଛନ୍ତି ତେବେ ସେହିିଦିନ କୁ ହିଁ ନିବେଶ ମନାଯିବ। ନଚେତ ତାହା ଆଗାମୀ ଦିନକୁ ଧରାଯିବ।
ଏବେ ପର୍ଯ୍ୟନ୍ତ ସବସ୍କ୍ରାଇବର୍ସ ସ୍ୱଚ୍ଛିକ ଅଂଶଦାନ କୁ IMPS, NEFT, RTGS ର ବ୍ୟବହାର କରି ଇଣ୍ଟରନେଟ ବ୍ୟାକିଂ ସୁବିଧା ଜରିଆରେ ସିଧା ଟଙ୍କା ଟ୍ରାନ୍ସଫର କରିପାରିବେ। ତେବେ ଏଥିରେ ଏବେ କିଛି ନୂଆ ନିୟମକୁ ମଧ୍ୟ ଆଡ୍ କରାଯାଇଛି।
NPS:
ଏନପିଏସ୍ ଯୋଜନା ସଂଗଠିତ କ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ଏହାକୁ ସଞ୍ଚାଳିତ କରାଯାଇଛି। ବର୍ଷ ୨୦୦୪ ରେ ଲାଗୁ ହୋଇଥିବା ଏହି ଯୋଜନା କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ଅନିବାର୍ଯ୍ୟ ହୋଇଥାଏ। ଏହା ସେହି କର୍ମଚାରୀଙ୍କ ପାଇଁ ଲାଗୁ ହୋଇଥାଏ ଯେଉଁମାନେ ୧ ଜାନୁଆରୀ ୨୦୦୪ କିମ୍ବା ଏହାପରେ ସେବାରେ ସାମିଲ ଅଛନ୍ତି। ମେ ୨୦୦୯ରେ ଏହାକୁ ବ୍ୟକ୍ତିଗତ ଓ ସଂଗଠିତ କ୍ଷେତ୍ରରେ ବିସ୍ତାରିତ ବା କାର୍ଯ୍ୟକାରୀ କରାଯାଇଛି।
Atal pension Yojana:
ଅନ୍ୟ ପକ୍ଷରେ ଅଟଳ ପେନସନ ଯୋଜନା ଅସଂଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ କାର୍ଯ୍ୟକାରୀ ହେଉଛି। ଏହି ଯୋଜନା ରେ ଅଂଶ ଧାରକ ଙ୍କୁ ତାଙ୍କ ଯୋଗଦାନର ୬୦ ବର୍ଷ ପରେ ଗ୍ୟାରେଣ୍ଟି ସହିତ ୧୦୦୦ ଟଙ୍କା ରୁ ୫ହଜାର ଟଙ୍କା ମାସିକ ନ୍ୟୁନତମ ପେନସନ ମିଳିବ। ଏହି ଦୁଇଟି ଯୋଜନାରେ କୋଟି କୋଟି ଲୋକ ଯୋଡ଼ି ହୋଇ ଅଛନ୍ତି।
ତେବେ ବିତ୍ତ ମନ୍ତ୍ରାଳୟ ଦ୍ୱାରା ନିଆଯାଇଥିବା ନୂଆ ନିୟମ ଆସନ୍ତା ୧ ଅକ୍ଟୋବରରୁ ଲାଗୁ ହେବ। ଏହାକୁ ନେଇ ନୋଟିଫିକେସନ ମଧ୍ୟ ଜାରୀ କରାଯାଇଛି। ଏହି ନିୟମ ଅନ୍ତର୍ଗତ ଏବେ ଆୟକର ଦାତା ଅଟଳ ପେନସନ ଯୋଜନା ପାଇଁ ଆବେଦନ କରିପାରିବେ ନାହିଁ। ବିିତ୍ତ ମନ୍ତ୍ରାଳୟ ନୋଟିଫିକେସନ ଅନୁଯାୟୀ ଏହି ନିୟମ ୧ ଅକ୍ଟୋବର ୨୦୨୨ ରୁ ଲାଗୁ ହେବ। ଏମିତିରେ ଯେକୌଣସି ବ୍ୟକ୍ତି ଆୟକର ନିୟମ ଅନୁଯାୟୀ ଇନକମ ଟାକ୍ସ ପେୟର ସେମାନେ ଆବେଦନ କରିପାରିବେ ନାହିଁ।