Ola ଇଲେକଟ୍ରିକ କାରର ରହିଛି ଜବରଦସ୍ତ ଡିଜାଇନ, ଥରେ ଦେଖନ୍ତୁ

ଇଲେକଟ୍ରିକ ଗାଡ଼ି ରେସରେ ଆଡ ହେବାକୁ ଯାଉଛି OLAର ଏହି ଦମଦାର ଇଲେକଟ୍ରିକ କାର। ଯାହାର ଲୁକ ରହିଛି ସବୁଠୁ ଭିନ୍ନ। ଓଲାର ସିଇଓ ଭବିଶ ଅଗ୍ରଓ୍ଵାଲ ଟ୍ଵିଟରରେ ନିଜର ଆଗାମୀ ଇଲେକଟ୍ରିକ କାରର ଡିଜାଇନ ପ୍ରୋଟୋଟାଇପ ଦେଖାଇଛନ୍ତି। ଗାଡ଼ିର ପ୍ରଥମ ଲୁକ ହିଁ ସମସ୍ତଙ୍କୁ ଦିଓ୍ଵାନା କରି ରଖିଛି।

ଦେଖିଛନ୍ତି କି ଏଭଳି ଡିଜାଇନର କାର। ହୁଏତ ଆଗରୁ କେବେ ବି ଦେଖିନଥିବେ। ଏହି ଜବରଦସ୍ତ ଡିଜାଇନର କାରକୁ ବିଦେଶର କୌଣସି ବଡ଼ କମ୍ପାନୀ ନୁହେଁ ବରଂ ଭାରତରେ ହିଁ ତିଆରି ହେବାକୁ ଯାଉଛି। ଯାହା ଖୁବ ଶୀଘ୍ର ବଜାରରେ ବିକ୍ରି ହେବ।

ଓଲା ଇଲେକଟ୍ରିକ କାର ଏବେ ନୂଆ ଡିଜାଇନରେ ବଜାରକୁ ଆସିବ। ଡିଜାଇନ ପ୍ରୋଟୋଟାଇପରେ ହ୍ୟାଚବ୍ୟାକ ଲାଗିଛି। ଏଥିରେ ୫ଟି ଡୋର ରଖାଯାଇଛି। ଏହି କାରର କେବିନରେ ଅଧିକ ସ୍ପେସ ରହିଛି, ଯେଉଁଥିରେ ଯାତ୍ରୀମାନେ ଭଲ ଭାବେ ଯାତ୍ରା କରିପାରିବେ। ଏହାସହ ଟେସଲାର ଛୋଟ ଇଲେକଟ୍ରିକ ହ୍ୟାଚବ୍ୟାକ ଉପରେ କାମ ଚାଲିଛି। ଯାହା ସବୁଠୁ ଶସ୍ତା ଟେସଲା କାର ହେବ ଏବଂ ଏହା ମାର୍କେଟରେ ମଡେଲ ୩ର ସ୍ଥାନ ନେବ।

ଓଲାର ଏହି ପ୍ରୋଟୋଟାଇପ ଏଲଇଡି ଲାଇଟ୍ସ ସହ ବ୍ୟତିତ କମ୍ପାକ୍ଟ ସାଇଜ କେବିନରେ ଭଲ ସ୍ପେସ ରଖାଯାଇଛି। ଟାବଲେଟ ସହ ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ଦିଆଯାଇଛି। ଏଥିରେ ସ୍ପୋର୍ଟି ସିଟ୍ସ ସହ ୩୬୦ଡିଗ୍ରୀ କାଚର ପ୍ୟାନେଲ ଦିଆଯାଇଛି। ଏଥିରେ ହ୍ଵିଲସ୍‌ ଆଡ ହେବା ସହ ହ୍ଵିଲ ପିଲେ ବ୍ରେକ କୋଲିପର୍ସ ସହ ନଜର ଆସିବ ।