ଓଲା ଇଲେକ୍ଟ୍ରିକ୍ ସ୍କୁଟରର ଧମାଲ୍, ୨୪ ଘଣ୍ଟାରେ ୧ ଲକ୍ଷର ବୁକିଂ ରେକର୍ଡ

ଚର୍ଚ୍ଚାରେ ଓଲା ଇଲେକ୍ଟ୍ରିକ୍ ସ୍କୁଟର। ଲଞ୍ଚ ହେବା ପୂର୍ବରୁ ରେକର୍ଡ କରିଛି ଓଲା। ଗ୍ରାହକଙ୍କ ଜବରଦସ୍ତ ରେସପନ୍ସ ମିଳିଛି। ଓଲା ଇଲେକ୍ଟ୍ରିକର ସିଇଓ ଭାବିଶ ଅଗ୍ରୱାଲ କହିଛନ୍ତି, ଓଲା ଇଲେକ୍ଟ୍ରିକ୍ ସ୍କୁଟରର ପ୍ରି ଲଞ୍ଚିଂ ଆରମ୍ଭ ହୋଇଯିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ବୁକିଂ ମିଳିସାରିଛି। ଯେଉଁଥିପାଇଁ ଏହା ଦୁନିଆର ‘ମୋଷ୍ଟ ପ୍ରି ବୁକଡ ସ୍କୁଟର’ ହୋଇଛି।

ମାତ୍ର ୪୯୯ ଟଙ୍କାରେ ବୁକିଂ

ଦେଶରେ ଏବେ ଇଲେକ୍ଟ୍ରିକ୍ ସ୍କୁଟରର କ୍ରେଜ୍ ବଢିବାରେ ଲାଗିଛି । ଓଲା ସ୍କୁଟର ମାତ୍ର ୪୯୯ ଟଙ୍କାରେ ବୁକ୍ କରିହେବ । ଏହି ରାଶି ମଧ୍ୟ ସମ୍ପୂର୍ଣ୍ଣ ରୂପେ ରିଫଣ୍ଡେବଲ । ପ୍ରଥମ ଥର ପାଇଁ କୌଣସି ଇଲେକ୍ଟ୍ରିକ୍ ସ୍କୁଟରର ବୁକିଂ ରାଶି ଏତେ କମ୍ ରଖାଯାଇଛି । କମ୍ପାନୀ ଏହାର ଡେଲିଭରୀ ପ୍ରଥମ ବୁକିଂ ଆଧାରରେ କରିବ ଅର୍ଥାତ୍ ଯିଏ ପ୍ରଥମେ ବୁକ୍ କରିବ ତାକୁ ପ୍ରଥମେ ଡେଲିଭରୀ ମିଳିବ ।

କମ୍ପାନୀର ଏହି ଫ୍ୟାକ୍ଟ୍ରି ବିଶ୍ୱର ସବୁଠାରୁ ବଡ ଇଲେକ୍‌ଟ୍ରିକ୍ ୨ ଚକିଆ ଯାନ ଫ୍ୟାକ୍ଟ୍ରି । ଏହାର କ୍ଷମତା ଅନୁସାରେ ବାର୍ଷିକ ୧ କୋଟି ଯାନ ନିର୍ମାଣ କରିହେବ । ଏହି ଇଲେକ୍ଟ୍ରିକ୍ ସ୍କୁଟର ମାତ୍ର ୧୮ ମିନିଟରେ ଜିରୋରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇଯିବ । ଏବଂ ଏଥିରେ ପ୍ରାୟ ୭୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିହେବ । ଫୁଲ୍ ଚାର୍ଜ ହେଲେ ଏହାର ରେଞ୍ଜ ପ୍ରାୟ ୧୫୦ କିଲୋମିଟର ହେବା ଆଶା ରହିଛି । ଏଥିରେ ଫୁଲ୍-ଏଲଇଡି ଲାଇଟିଂ, ଫାଷ୍ଟ ଚାର୍ଜିଂ, ଫ୍ରଣ୍ଟ ଡିସ୍କ ବ୍ରେକ୍ ଭଳି ଫିଚର୍ସ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.