ଓଡିଶାରେ ଖାଲିପଡିଛି ୩୪୮୧ ମେଡିକାଲ ଅଫିସର ପଦବୀ, ଡିଗ୍ରୀ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଓଡିଶାରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଓଡିଶା ଲୋକ ସେବା ଆୟୋଗ ପକ୍ଷରୁ ୩୪୮୧ ପଦ ଖାଲିପଡିଛି। ଯେଉଁଥିପାଇଁ ନୋଟିଫିକେସନ ଜାରି ହୋଇଛି। ଓଡିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସ ଅଧିନରେ ଗ୍ରୁପ ଏ ଜୁନିଅର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଯେଉଁମାନଙ୍କ ପାଖରେ ମେଡିକାଲ ଶିକ୍ଷାଗତ ଯୋଗ୍ୟତା ରହିଛି, ସେମାନେ ଏହି ଭର୍ତ୍ତି ପାଇଁ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଅନଲାଇନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି। opsc.gov.in କୁ ଯାଇ ୨୭ ଜାନୁଆରୀ ୨୦୨୩ ପୂର୍ବରୁ ଆବେଦନ କରିନିଅନ୍ତୁ ।

ପଦବୀ ବିବରଣୀ : ୩୪୮୧

ସାଧାରଣ ବର୍ଗ : ୧୦୦
SEBC : ୨୨୪
ଅନୁସୂଚିତ ଜାତି : ୮୫୨
ଅନୁସୂଚିତ ଜନଜାତି : ୧୪୦୪

ବୟସ ସୀମା : ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୮ ବର୍ଷ ହେବା ଜରୁରୀ ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୭ ଜାନୁଆରୀ ୨୦୨୩ ରହିଛି ।

ଆବେଦନ ଶୁଳ୍କ : ପ୍ରାର୍ଥୀଙ୍କୁ ଆବେଦନ କରିବା ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ହେବ ନାହିଁ ।

ଚୟନ ପ୍ରକ୍ରିୟା : ମେଡିକାଲ ଅଫିସର ପଦବୀ ପାଇଁ ଚୟନ ଲିଖିତ ପରୀକ୍ଷା ଆଧାରରେ କରାଯିବ।

ଶିକ୍ଷାଗତ ଯୋଗ୍ୟତା :ଇଚ୍ଛୁକ ପ୍ରାର୍ଥୀ କୌଣସି ସରକାରୀ କିମ୍ବା ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ମେଡିକାଲ ସମ୍ବନ୍ଧୀୟ ଡିଗ୍ରୀ ହେବା ଜରୁରୀ।

କେମିତି କରିବେ ଆବେଦନ : ଏଥିରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ଅଫିସିଆଲ ୱେବସାଇଟ୍‌ www.opsconline.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ପ୍ରଥମେ ଅଧିକାରକ ୱେବସାଇଟ୍‌ www.opsc.gov.in କୁ ଯାଆନ୍ତୁ ।

ଏହାପରେ ଅନଲାଇନ ଅପ୍ଲାଏ ଟ୍ୟାବ୍‌ରେ କ୍ଲିକ୍‌ କରିବେ ।

ରେଜିଷ୍ଟର କରିବା ପରେ ଆପ୍ଲିକେସନ ଫର୍ମ ପୂରଣ କରନ୍ତୁ। ତା’ ପରେ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲକ୍‌ କରନ୍ତୁ :

www.opsc.gov.in

www.opsconline.gov.in

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.