ବ୍ୟାଙ୍କ ଚାକିରୀ ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ? ଜାରି ହେଲା ୭୦୦ ପଦ ପାଇଁ ଆବେଦନ ପ୍ରକ୍ରିୟା

ଓଡିଶା ରାଜ୍ୟ ସହକାରୀ ବ୍ୟାଙ୍କ ବା ଓଏସସିବି ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ମେନେଜର ଓ ସିଷ୍ଟମ ମେନେଜର ପଦ ପାଇଁ ଆବେଦନ ପ୍ରକ୍ରିୟା ଜାରି କରିଛି । ଯେଉଁ ମାନେ ବ୍ୟାଙ୍କରେ ଚାକିରୀ କରିବା ନେଇ ଆଶା ରଖିଛନ୍ତି ସେମାନଙ୍କ ପାଇଁ ଏକ ପ୍ରକାର ସୁବର୍ଣ୍ଣ ସୁଯୋଗ ଆସିଛି । ଆସନ୍ତା ଏପ୍ରିଲ ମାସ ୧୫ ତାରିଖ ହେଉଛି ଆବେଦନର ଶେଷ ତାରିଖ । ତେବେ ଆସନ୍ତୁ ଏବିଷୟରେ ବିସ୍ତୃତରେ ଜାଣି ରଖିବା;

ଆସିଷ୍ଟାଣ୍ଟ ମେନେଜର ଗ୍ରେଡ଼ -୨ ପଦ ପୁରଣ ପାଇଁ ସମୁଦାୟ ୨୬୭ ପଦ ପାଇଁ ଆବେଦନ ଜାରି ହୋଇଛି । ସେହିପରି ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ଗ୍ରେଡ଼-୨ ବିଭାଗର ସମୁଦାୟ ୪୮୫ ପଦବୀ ଖାଲିଥିବା ଜଣାଯାଇଛି । ସେହିପରି ସିଷ୍ଟମ ମେନେଜର ପଦ ପାଇଁ ୩୪ଟି ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

job

ଶିକ୍ଷାଗତ ଯୋଗ୍ୟତା;

ଏହି ପଦବୀ ପାଇଁ ଆବେଦନ କରିବା ପାଇଁ ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି । କିନ୍ତୁ ପ୍ରାର୍ଥୀ ଜଣେ ସ୍ନାତକ ହେବା ସହ କମ୍ପୁଟର ସମ୍ବନ୍ଧୀୟ ଜ୍ଞାନ ଥିବା ନିହାତି ଥିବା ଦରକାର ।

ବୟସ:

ଆଶାୟୀ ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ବର୍ଷ ଓ ସର୍ବାଧିକ ବୟସ ୩୨ ବର୍ଷ ରଖାଯାଇଥିବା ଜଣାଯାଇଛି ।

OSCB Recruitment 2020 Online Applications Filling up for 786 ...

ଆବେଦନ ସୀମା :

ଏହି ପଦବୀ ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୨୦ ତାରିଖରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ରଖାଯାଇଥିବା ଜଣାଯାଇଛି ।

ଚୟନ ପ୍ରକ୍ରିୟା;

ଉଭୟ ଲିକ୍ଷିତ ଓ ମୋୖକ୍ଷିକ ପରୀକ୍ଷା ଆଧାରରେ ହିଁ ପ୍ରାର୍ଥୀଙ୍କ ଚୟନ କରାଯିବ ବୋଲି ସଂଘ ତରଫରୁ ସ୍ପଷ୍ଟ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.