Below header

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର: ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂରେ ଦିନ ୧୧ଟାରେ ବୈଠକ ବସିବ । ବର୍ତ୍ତମାନ ରାଜ୍ୟରେ କରୋନା ଭାଇରସକୁ ନେଇ ଚିନ୍ତାଜନକ ପରିସ୍ଥିତି ଦେଖାଦେଇଥିବାବେଳେ ଏହି କ୍ୟାବିନେଟ୍‌ ବୈଠକ ବେଶ୍‌ ଗୁରୁତ୍ୱ ରଖୁଛି। କିନ୍ତୁ ବୈଠକରେ କଣ ରହିବ ଏଜେଣ୍ଡା ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ କରୋନା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଓ ଅପ୍ରିଲ ୧୪ପରେ ଲକ୍‌ଡାଉନ୍‌ ସମୟସୀମା ବୃଦ୍ଧି ଉପରେ କ୍ୟାବିନେଟ୍‌ ମୋହର ଲାଗିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.