ଆଉ ନିଅନ୍ତୁନି ଟେନସନ୍‌ ! ପାନ୍‌ ସହ ଆଧାରକୁ ସଂଯୋଗ କରିବାର ତାରିଖ ବଢ଼ାଇଲେ ସରକାର

କଣ ଆପଣ ପାନ ଆଧାର କାର୍ଡ ଲିଙ୍କ କରାଇନାହାଁନ୍ତି ବୋଲି ଟେନସନରେ ଅଛନ୍ତି । ସଂଯୋଗ ନକଲେ ପାନ୍‌ କାର୍ଡ ନିଷ୍କ୍ରୀୟ ହୋଇଯିବ ତାହା ଭାବି ଚିନ୍ତାରେ ଅଛନ୍ତି । ତାହେଲେ ଏଥିପାଇଁ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ ।

କଣ ଆପଣ ପାନ ଆଧାର କାର୍ଡ ଲିଙ୍କ କରାଇନାହାଁନ୍ତି ବୋଲି ଟେନସନରେ ଅଛନ୍ତି । ୧ ଏପ୍ରିଲ ପୂର୍ବରୁ କିପରି ସାରିବେ ଭାବୁଛନ୍ତି । ସଂଯୋଗ ନକଲେ ପାନ୍‌ କାର୍ଡ ନିଷ୍କ୍ରୀୟ ହୋଇଯିବ ତାହା ଭାବି ଚିନ୍ତାରେ ଅଛନ୍ତି । ତାହେଲେ ଆମେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଏଥିପାଇଁ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ । କାହିଁକିନା ଆପଣଙ୍କ ପାଇଁ ରହିଛି ଆସ୍ୱସ୍ତିକର ଖବର । ପାନ୍ କାର୍ଡ ସହିତ ଆଧାର ଲିଙ୍କ୍ କରିବାର ସମୟସୀମାକୁ ପୁଣି ବଢାଇଛନ୍ତି ସରକାର ।

ପୁର୍ବରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲିଙ୍କ କରିବାର ଶେଷ ସମୟ ଥିବା ବେଳେ ଏବେ ଏହାକୁ ବୃଦ୍ଧି କରି ଜୁନ୍ ୩୦ କରିଦିଆଯାଇଛି। ଆଧାର ସହିତ ପାନ୍ କାର୍ଡ ଲିଙ୍କ କରିବାର ସମୟସୀମା ସରି ଆସୁଥିବାରୁ ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ । କିନ୍ତୁ ସରକାର ଏହି ସମୟକୁ ବୃଦ୍ଧି କରି ଲୋକମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଆୟକର ବିଭାଗର ରିପୋର୍ଟ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨ କୋଟିରୁଉର୍ଦ୍ଧ ଲୋକେ ପାନ୍କାର୍ଡ ସହିତ ଆଧାର ଲିଙ୍କ କରି ନାହାନ୍ତି।

ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ ବା ସିବିଡିଟି ଜରିଆରେ ପାନକୁ ଆଧାର ସହ ଲିଙ୍କ କରିବାର ଶେଷ ତାରିଖକୁ ପୂର୍ବରୁ ବହୁତ ଥର ବୃଦ୍ଧି କରାଯାଇସାରିଛି । ତେଣୁ ସମୟ ସୀମା ଭିତରେ ନିଜ ପାନକୁ ଆଧାର କାର୍ଡ ଠାରୁ ଲିଙ୍କ କରାଇବାକୁ ହେବ। କିନ୍ତୁ ଅନେକ ଲୋକ ଏବେବି ଏହାକୁ ହାଲୁକା ଭାବରେ ନେଉଛନ୍ତି। ଯଦି ଆପଣ ମଧ୍ୟ ଏମିତି ଭାବୁଛନ୍ତି ଯେ ପାନ ଆଧାର ସଂଯୋଗ ନକଲେ କଣ ଏମିତି ହୋଇଯିବ? ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଏପରି ନକଲେ ଆପଣ ଅନେକ ସମସ୍ୟାକୁ ସାମ୍ନା କରିପାରନ୍ତି ।

ଅର୍ଥ ମନ୍ତ୍ରାଳୟଙ୍କ ମୁତାବକ ଯଦି ଆପଣ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ନିଜ ପାନ କାର୍ଡକୁ ଆଧାର ସହିତ ଲିଙ୍କ୍ କରୁନାହାଁନ୍ତି ତାହେଲେ ଆପଣଙ୍କ ପାନ କାର୍ଡକୁ ନିଷ୍କ୍ରୀୟ ଘୋଷିତ କରିଦିଆଯିବ। ଯଦି ଆପଣଙ୍କ ପାନ କାର୍ଡ ନିଷ୍କ୍ରୀୟ ହୋଇଯାଏ ତାହେଲେ ଏହା କାମ କରିବା ବନ୍ଦ କରିଦେବ। ଯାହାଦ୍ୱାରା ଆପଣଙ୍କ ଟ୍ରାନଜାକସନ୍ ମଧ୍ୟ ଅଟକି ଯିବ। ଏମିତିରେ ଆପଣ ଏହାର ବ୍ୟବହାର ଆର୍ଥିକ ଲେଣଦେଣରେ କରିପାରିବାନାହିଁ। କିମ୍ବା ଅନ୍ୟ ପ୍ରକାର କାମ କରୁଛନ୍ତି ତାହେଲେ ଆପଣଙ୍କ ଉପରେ ଜରିମାନା ମଧ୍ୟ ଲଗାଯାଇପାରେ।

କେମିତି କରିବେ ପାନ-ଆଧାର ଲିଙ୍କ୍

-ପ୍ରଥମେ ଇନକମ୍ ଟ୍ଯାକ୍ସର ଅଫିସିଆଲ ସାଇଟ୍ incometaxindiaefiling.gov.in କୁ ଯାଆନ୍ତୁ। ସେଠାରେ link Aadhaar ରେ କ୍ଲିକ କରନ୍ତୁ।
– ତାପରେ click hereରେ କ୍ଲିକ କରନ୍ତୁ। ତଳେ ଦିଆଯାଇଥିବା ବକ୍ସରେ ପାନ୍, ଆଧାର ନମ୍ବର, ନିଜ ନାମ ଏବଂ ଦିଆଯାଇଥିବା କ୍ଯାପଚା ଟାଇପ କରନ୍ତୁ।
– ସମସ୍ତ ବକ୍ସକୁ ସଠିକ୍ ଭାବେ ପୂରଣ କରିବା ପରେ ଲିଙ୍କ ଆଧାରରେ କ୍ଲିକ କରନ୍ତୁ।

ମୋବାଇଲରୁ ମେସେଜ ମାଧ୍ୟମରେ ଏପରି କରନ୍ତୁ ପାନକୁ ଆଧାର ସହ ଲିଙ୍କ୍‌

ପାନକୁ ଆଧାର ସହ ଯୋଡିବା ପାଇଁ ରେଜିଷ୍ଟର୍ଡ ମୋବାଇଲରୁUIDPAN<space><12 ନମ୍ବର ବିଶିଷ୍ଟ ଆଧାର କାର୍ଡ ନମ୍ବର ><space><10 ନମ୍ବର ବିଶିଷ୍ଟ ପାନ୍‌ ନମ୍ବର> ଏବଂ ଏହାକୁ 567678 କିମ୍ବା 56161କୁ ପଠାଇଦିଅନ୍ତୁ ।

ଯଦି ଆପଣ ଭାବୁଛନ୍ତି ଆପଣଙ୍କ ପାନ୍‌ ଆଧାର ସହ ଲିଙ୍କ ହୋଇଛି । ତାହେଲେ ଆପଣ ଏହାକୁ ଚେକ୍‌ ମଧ୍ୟ କରିପାରିବେ
  • ଚେକ କରିବା ପାଇଁ ପ୍ରଥମେ ଇନକମ୍‌ ଟ୍ୟାକ୍ସ ଇ-ଫାଇଲିଙ୍ଗ ପୋର୍ଟାଲhttps://www1.incometaxindiaefiling.gov.in/e-FilingGS/Services/LinkAadhaarHome.html ରେ ଲଗଇନ୍‌ କରିବାକୁ ହେବ ।
  • ଏହାପରେ ହୋମପେଜରେ ହିଁ ଆପଣଙ୍କୁ ‘କ୍ୱିକ୍‌ ଲିଙ୍କସ’ ଅପ୍ସନ ମିଳିଯିବ । ଏହି ଲିଙ୍କ ଅପ୍ସନ ଉପରେ ଆପଣଙ୍କୁ ଲିଙ୍କ ଆଧାର ଷ୍ଟାଟସ ଉପରେ କ୍ଲିକ କରିବାକୁ ହେବ ।
  • ଏହାକୁ କ୍ଲିକ କରିବା ପରେ ଏଥିରେ ଆପଣଙ୍କ ସାମ୍ନାରେ ଦୁଇଟି ବକ୍ସ ମିଳିବ ଯେଉଁଥିରେ ଆଧାର ନମ୍ବର ଏବଂ ପାନ୍‌ ନମ୍ବର ଦେବାକୁ ହେବ ।
  • ଏହାପରେ ଆପଣ ଜାଣିପାରିବେ ଆପଣଙ୍କ ପାନ୍‌ ଆଧାର ସହ ଲିଙ୍କ ହୋଇଛି ନା ନାହିଁ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.