ଭୟଙ୍କର ସଡ଼କ ଦୁର୍ଘଟଣା: କାର ଏବଂ ଅଟୋ ମୁହାଁମୁହିଁ ଧକ୍କା, ୫ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାରେ ପଡିଛି ଖଣ୍ଡ ବିଖଣ୍ଡିତ ମୃତଦେହ । କାର ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ମୃତ । ଦୁର୍ଘଟଣା ପରେ ରାସ୍ତାରେ ୧୦ରୁ ୧୫ ଫୁଟ ଦୂରକୁ ଛିଟିକି ପଡିଥିଲା ମୃତଦେହ । ଉତ୍ତରପ୍ରଦେଶ କୋତଓ୍ଵାଲି ଦେହାତ ଅଞ୍ଚଳରେ ଘଟିଛି ଘଟଣା ।

ଉତ୍ତର ପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ଜୀବନ । ଦୁର୍ଘଟଣାଟି କୋତଓ୍ଵାଲି ଦେହାତ ଅଞ୍ଚଳର ଲକ୍ଷ୍ମୌ ହରଦାଇ ମାର୍ଗରେ ହୋଇଛି। ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାସ୍ତାରେ ଶବ ଖଣ୍ଡ ବିଖଣ୍ଡିତ ହୋଇ ପଡିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାକୁ ଗୋଟାଇ ଥିଲା । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଦୁର୍ଘଟଣାଟି କୋତଓ୍ଵାଲି ଦେହାତ ଅଞ୍ଚଳର ଲକ୍ଷ୍ମୌ ହରଦାଇ ମାର୍ଗରେ ଟମ୍ରା ସେଣ୍ଟର ପାଖରେ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁୟୀ, ହରଦାଇ ତରଫରୁ ଆସୁଥିବା ଏକ ଦ୍ରୁତଗାମୀ ଅଟୋ ଏବଂ ଅନ୍ୟପଟୁ ଆସୁଥିବା ଏକ ଓ୍ଵାଗନର କାର ମଧ୍ୟରେ ଧକ୍କା ହୋଇଥିଲା । ପରସ୍ପର ମଧ୍ୟରେ ମୁହାଁମୁହିଁ ଟକ୍କର ହୋଇଥିବା ଯୋଗୁଁ ଦୁଇଟି ଯାକ ବାହାନର ଉପର ଉଡିଯାଇଥିଲା । ଫଳରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ଆଉ ୫ ଜଣ ଗୁରୁତର ଆହତ ହୋଇଥିଲେ । ମୃତକ ଖଣ୍ଡ ବିଖଣ୍ଡିତ ଶବ ରାସ୍ତାରେ ଏତେତେଣେ ପଡିଥିଲା । ଯାହାକୁ ପୋଲିସ ଆସି ଗୋଟାଇ ଥିଲା ।

ଖଣ୍ଡ ବିଖଣ୍ଡିତ ମାଂସ ପିଣ୍ଡୁଳା ସବୁ ୧୦ ଫୁଟ ଦୂରରେ ଛିଟିକି ପଡିଥିଲା। ଘଟଣା ସ୍ଥଳରେ ପୋଲିସ ଏସପି ରାଜେଶ ଦ୍ୱିବେଦୀଙ୍କ ସମେତ ଜିଲ୍ଲାପାଳ, ଏସଡିଏମଓ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୋଲିସ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.