ଜନ ଧନ ଆକାଉଣ୍ଟରୁ ଟଙ୍କା ଉଠାଇଲେ ଦେବାକୁ ପଡିବ ୧୦୦ ଟଙ୍କା ଚାର୍ଜ ! ଏହା ସତ ନା ମିଛ ଜାଣି ରଖନ୍ତୁ

ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କାଢ଼ିବାକୁ ନେଇ ହେଉ ଅବା ଟଙ୍କା ଜମା କରିବାକୁ ନେଇ ହେଉ ଏବାବଦରେ ସାଧାରଣ ଲୋକେ ଦ୍ବନ୍ଦ୍ବରେ ରୁହନ୍ତି । ଆଉ ଏହାବାଦ ମଝିରେ ମଝିରେ ଉଠୁଥିବା ଗୁଜବ ବି ଲୋକଙ୍କ ମନରେ ଅଧିକ ସନ୍ଦେହ ସୃଷ୍ଟି କରିଥାଏ । କିଛି ଦିନ ହେବ ଏକ ଖବର ଭାଇରାଲ ହେଉଛିକି ଏଣିକି ବ୍ୟାଙ୍କରୁ ଟଙ୍କା କାଢ଼ିଲେ କିମ୍ବା ଜମା କଲେ ଅଧିକ ଚାର୍ଜ ଦେବାକୁ ହେବ । ଆଉ ଏକ ଖବର ଅନୁଯାୟୀ ଜନଧନ ଆକାଉଣ୍ଟରୁ ଟଙ୍କା ଉଠେଇଲେ ୧୦୦ ଟଙ୍କା ଚାର୍ଜ ବାବଦରେ ଦେବାକୁ ହେବ । କିଛି ଦିନ ହେବ ଏହା ମଧ୍ୟ ପ୍ରଚାରିତ ହୋଇଥିଲାକି ଦେଶର ଅନ୍ୟତମ ଅଗ୍ରଣୀ ବ୍ୟାଙ୍କ “ବ୍ୟାଙ୍କ ଅଫ ବରୋଦା” ଟଙ୍କା ଜମା କରିବା ଓ ଉଠାଇବା ବାବଦ ଚାର୍ଜ ବଢ଼ାଇ ଦେଇଛି । କିନ୍ତୁ ଅନ୍ୟପକ୍ଷରେ ଏସମସ୍ତ ତଥ୍ୟକୁ ଭୁଲ ବା ମିଥ୍ୟା ବୋଲି ଦାବି କରିଛି ପିଆଇବି ବା ପିଆଇବି ଫ୍ୟାକ୍ଟ ଚେକ ।

jan dhan yojana

ଉପରୋକ୍ତ ତିନିଟି ଖବରକୁ ଭୁଲ ବୋଲି ଘୋଷଣା କରିଥିବା ବେଳେ ଏନେଇ ସଂସ୍ଥା ପକ୍ଷରୁ ଟ୍ୱିଟ ଜରିଆରେ ସବିଶେଷ ସୂଚନା ଦିଆଯାଇଛି । କହିରଖିବା ଉଚିତ ହେବକି, ପିଆଇବି ହେଉଛି ଏକ ସରକାରୀ ଏଜେନ୍ସି, ଯାହାକି ଭାରତ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ବିଭିନ୍ନ ପଲିସି, କାର୍ଯ୍ୟକ୍ରମ ତଥା ଉପଲବ୍ଧି ବାବଦରେ ମିଡ଼ିଆକୁ ସୂଚନା ଦେଇଥାଏ । ପ୍ରସାରିତ ହେଉଥିବା ଫେକ ଖବର ଗୁଡିକ ଉପରେ ନିୟନ୍ତ୍ରଣ ଆଣିବା ପାଇଁ “ପିଆଇବି ଫ୍ୟାକ୍ଟ ଚେକ”ନାମକ ଏକ ନୂଆ ଯୋଜନା ଆରମ୍ଭ ହୋଇଛି । ସାଧାରଣ ଲୋକଙ୍କ ନିକଟରେ କିପରି ସଠିକ ତଥ୍ୟ ପହଂଚିପାରିବ ସେନେଇ ପ୍ରୟାସ ଜାରି ରଖିଛି ଏହି ସଂସ୍ଥା । ଆଉ ନିକଟରେ ଏହା ଦାବି କରିଛିକି ଟଙ୍କା ଉଠାଣ କିମ୍ବା ଜମାକୁ ନେଇ ପ୍ରସାରିତ ହୋଇଥିବା ସମସ୍ତ ଖବର ସମ୍ପୂର୍ଣ୍ଣ ରୂପେ ମିଥ୍ୟା । ଏନେଇ କୌଣସି ପ୍ରକାର ପଦକ୍ଷେପ ନିଆଯାଇନାହିଁ । ଏହା ସହ ଜନ ଧନ ଯୋଜନାରେ ଟଙ୍କା ଉଠାଇଲେ ପ୍ରତି ଥର ୧୦୦ ଟଙ୍କା ଲେଖାଏଁ ଚାର୍ଜ ଦେବାକୁ ପଡିବ ଖବରକୁ ମଧ୍ୟ ମିଥ୍ୟା ବୋଲି ଦାବି କରିଛି ପିଆଇବି ।ସୂଚନା ଦେବା ଯୋଗ୍ୟକି,

ସରକାରଙ୍କ ସହ ଜଡିତ କୌଣସି ଖବର ସତ କିମ୍ବା ମିଛ , ଏବାବଦରେ ଜାଣିବା ପାଇଁ ଆପଣ ପିଆଇବି ଫ୍ୟାକ୍ଟ ଚେକର ସାହାଯ୍ୟ କରିପାରିବେ । କୌଣସି ଖବରକୁ ନେଇ ମନରେ ସନ୍ଦେହ ହେଲେ ଆପଣ ଏବାବଦରେ ସଂସ୍ଥାକୁ ସୂଚନା ଦେଇପାରିବେ । କୌଣସି ସନ୍ଦେହାତ୍ମକ ଖବରର ସ୍କ୍ରିନ ସଟ , ଟ୍ୱିଟ କିମ୍ବା ଫେସବୁକ ପୋଷ୍ଟ ଯୁଆରଏଲ ହୁଆର୍ଟ୍ସ ଅପ ନମ୍ବର 918799711259କୁ ପଠାଇ ପାରିବେ ।ଅଥବା pibfactcheck @gmail .comକୁ ମେଲ କରି ପାରିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.