ଲଂଚ୍ ହେଲା Paytm Money : ଏବେ ମାତ୍ର ୧୦୦ଟଙ୍କାରେ କରିପାରିବେ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ

ପେଟିଏମ୍ ଗ୍ରାହକଙ୍କ ପାଇଁ ଖୁସି ଖବର । ଲଂଚ୍ ହେଲା ପେଟିଏମ୍ ମନି ଆପ୍ । ଏବେ ଏହି ପ୍ଲାଟଫର୍ମରୁ ଆପଣ ମ୍ୟୁଚୁଆଲ୍ ଫଣ୍ଡ୍ ମଧ୍ୟ କିଣିପାରିବେ । ଏହି ଆପକୁ ଲଂଚ୍ କରିଛି ପେଟିଏମର ପ୍ୟାରେଂଟ୍ କମ୍ପାନୀ ୱନ୍ ୯୭ । ଏହି ଆପ୍ ଜରିଆରେ ନିବେଶକ ମ୍ୟୁଚୁଆଲ୍ ଫଣ୍ଡ ବିକ୍ରି କରିବା ସହ କିଣି ମଧ୍ୟ କରିପାରିବେ ।

ଏହି ଆପ୍ ଜରିଆରେ ଯଦି ନିବେଶକ ମ୍ୟୁଚୁଆଲ୍ ଫଣ୍ଡରୁ ପ୍ଲାନ୍ କିଣୁଛନ୍ତି ତେବେ ସେମାନଙ୍କୁ ୧ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ମିଳିବ । ତେବେ ଏଥିରେ କୌଣସି କମିଶନ୍ ମିଳିବ ନାହିଁ । ଏହି ଆପରେ ନିବେଶକଙ୍କ ପାଇଁ ୨୫ ବଡ କମ୍ପାନୀ ଯେମିତି କି ବିରଲା ସନ୍ ଲାଇଫ୍, ଏକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ, HDFC ମ୍ୟୁଚୁଆଲ୍ ଫଣ୍ଡ, ICICI MF, Kotak MF, LIC MF, SBI MF, Reliance MF ପ୍ଲାନ୍ ସାମିଲ୍ ଅଛି । ଏଥିରେ ନିବେଶକ ୧୦୦ଟଙ୍କାରୁ ନିବେଶ କରିପାରିବେ । ଏଥିପାଇଁ କୌଣସି ଡକ୍ୟୁମେଂଟ୍ ଦେବାକୁ ପଡିବ ନାହିଁ ।

ହା ସହ ପଢନ୍ତୁ ସ୍ବପ୍ନକୁ କରନ୍ତୁ ପୁରା : ବିଏସଏଫରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ଏହି ଆପକୁ ଗୁଗଲ ପ୍ଲେ ଷ୍ଟୋର କିମ୍ବା iOS  ଷ୍ଟୋରରୁ ଡାଉନଲୋଡ୍ କରି ପାରିବେ । ଆପ୍ ଡାଉନଲୋଡ୍ ହେବା ପରେ ଆପଣଙ୍କୁ ରେଜିଷ୍ଟର୍ ମେଲ ଆଇଡି କିମ୍ବା ଫୋନ୍ ନମ୍ବର ଦେଇ ଆକାଉଂଟ୍ କରବାକୁ ପଡିବ । ଏହା ପରେ ମ୍ୟୁଚୁଆଲ୍ ଫଣ୍ଡ ବିକ୍ରି କରିପାରିବେ ଏବଂ କିଣି ପାରିବେ । ଏହି ଆପରେ ଅଟୋ ମେଟେଡ୍ ଇନଭେଷ୍ଟମେଂଟର ବିକଳ୍ପ ବଛାଯାଇପାରିବ । ଏହା ମାଧ୍ୟମରେ ନିବେଶକଙ୍କ ବ୍ୟାଙ୍କ୍ ଆକାଉଂଟରୁ ମ୍ୟୁଚୁଆଲ୍ ଫଣ୍ଡ୍ କିଣାଯାଇପାରିବ ।

ପେଟିଏମ୍ ଆଗାମୀ ୫ ବର୍ଷ ମଧ୍ୟରେ ୨.୫ କୋଟି ଲୋକଙ୍କୁ ନିଜ ପ୍ଲାଟଫର୍ମରେ ଯୋଡିବାର ଲକ୍ଷ ରଖିଛି । ଯେଉଁଥି ପାଇଁ ଏହି ଆପ୍ ଲଂଚ୍ କରାଯାଇଥିବା ସୂଚନା ମିଳିଛି । କମ୍ପାନୀ ମୂତାବକ ପେଟିଏମ୍ ମନି ସ୍ବତନ୍ତ୍ର ଭାବରେ କାମ କରିବ । ଏବଂ ଏହା ବେଙ୍ଗାଲୁରୁରୁ ଅପରେଟ୍ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.