Below header

ରେଳଯାତ୍ରୀଙ୍କ ପାଇଁ ଖୁସିଖବର : ଏବେ Paytmରେ ବୁକିଂ କଲେ ଲାଗିବ ନାହିଁ ଟ୍ରାଂଜାକସନ୍ ଚାର୍ଜ

ରେଳଯାତ୍ରୀଙ୍କ ପାଇଁ ଖୁସିଖବର। ଯଦି ଆପଣ ଟିକେଟ ବୁକ୍ କରିବା ପରେ ଡିଜିଟାଲ ମାଧ୍ୟମରେ ଏହି ଟଙ୍କାକୁ ଭରୁଛନ୍ତି ଏବଂ ଏହି କାରଣରୁ ହେଉଥିବା ଟ୍ରାଜାକସନ ଚାର୍ଜ ପାଇଁ ଚିନ୍ତିତ ହେଉଛନ୍ତି। ତେବେ ଏବେ ଏହି ଖବର ଶୁଣିବା ପରେ ଆପଣଙ୍କୁ ଶାନ୍ତି ମିଳିବ। ମୋବାଇଲ ୱାଲେଟ କମ୍ପାନୀ ପେଟିଏମ୍ , ଟିକେଟ ବୁକିଂ ପାଇଁ ଲାଗୁଥିବା ସମସ୍ତ ଦେୟକୁ ହଟା ଯାଇଛି। ଏହି ସୁବିଧା ପେଟିଏମ୍ ଆପ୍ ଏବଂ ୱେବସାଇଟ୍ ମିଳିବ।

ପେଟିଏମ୍ ଏହି ବୟାନକୁ ଜାରି କରି କହିଛି ଯେ ଏବେ ଆମର ଉପଭୋକ୍ତା ସେବା ଶୁଳ୍କ, ପେମେଣ୍ଟ ଗେଟୱେ ଶୁଳ୍କ ବା କୌଣସି ଅନ୍ୟ ପ୍ରକାରର ଲେଣଦେଣ ଶୁଳ୍କ, ପେମେଣ୍ଟ ଗେଟୱେ ଏବଂ ସେବା ଶୁଳ୍କ ନଦେଇ ପେଟିଏମ ଦ୍ବାରା ଟ୍ରେନ ଟିକେଟ ବୁକିଂ କରିପାରିବେ।

trainଗୋଟିଏ ମିନିଟରେ ଯାଞ୍ଚ ହେବ ପିଏନଆର

କମ୍ପାନୀ କହିବାନୁଯାୟୀ ଏବେ ଯାତ୍ରୀ ତାଙ୍କର ମୋବାଇଲ ଆପ୍ କିମ୍ବା ୱେବସାଇଟରେ ପିଏନଆର ଷ୍ଟାଟସ ଚେକ୍ କରିବା ଠାରୁ ଟିକେଟ ବୁକ୍ କରିବା ପର‌୍ୟ୍ୟନ୍ତ ସମସ୍ତ କାମ ଗୋଟିଏ ମିନିଟ ଭିତରେ ହୋଇଯିବ। ଟିକେଟ ରଦ୍ଦ କଲେ ମଧ୍ୟ ରିଫଣ୍ଡ ତତ୍କାଳରେ ମିଳିଯିବ।

ଏହା ସହ ପଢ଼ନ୍ତୁ : ଗ୍ରାହକଙ୍କ ପାଇଁ Paytm ଅଣିଲା ଖୁସି ଖବର , ଏବେ ଜିନିଷ କିଣି ମାସେ ପରେ ଦିଅନ୍ତୁ ଟଙ୍କା

 

ହୋଲି ପାଇଁ ଆରମ୍ଭ କରିଛନ୍ତି ବୁକିଂ

ଯଦି ଆପଣ ମାର୍ଚ୍ଚରେ ହୋଲି ପାଇଁ ଘରକୁ ଯିବା ପାଇଁ ଟିକେଟ ବୁକିଂ କରିବା ପାଇଁ ଅପେକ୍ଷା କରିଛନ୍ତି ତେବେ କମ୍ପାନୀ ଏବେ ଠାରୁ ହିଁ ଅଫର ଦେବା ଆରମ୍ଭ କରିଦେଇଛି। କମ୍ପାନୀ ହୋଲି ପାଇଁ ବର୍ତ୍ତମାନ ଠରୁ ଆଡଭାନ୍ସ ଟିକେଟ ବୁକିଂ କରିବା ଆରମ୍ଭ କରିଦେଇଛି।

train ticketକମିଲା ତତ୍କାଳ ଟିକେଟର ଟାଇମ୍

ପେଟିଏମ୍ ତାର ଆପରେ ତତ୍କାଳ ଟିକେଟ ବୁକ୍ କରିବାର ସମୟକୁ କମ୍ କରିଦେଇଛନ୍ତି। ଏହା ପୂର୍ବରୁ ପେଟିଏମରେ ପ୍ରତିଦିନ ସକାଳ ୧୧.୩୦ ପରେ ତତ୍କାଳ ଟିକେଟର ବୁକିଂ ଆରମ୍ଭ ହେଉଥିଲା। ଯାହା ଏବେ ୧୧.୧୫ରେ କରିପାରିବେ। ୧୫ ମିନିଟ ସମୟ କମିଯିବାରୁ ଲୋକମାନଙ୍କୁ ଫାଇଦା ମିଳିବ, ଖାସ କରି ସେହି ଲୋକମାନଙ୍କ ପାଇଁ ଯେଉଁମାନେ ଆଇଆରସିଟିସିର ୱେବସାଇଟରେ ତତ୍କାଳ ଟିକେଟ ବୁକ୍ କରିବାରେ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.