ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୭୪ ଟଙ୍କା, ୧ ମାସ ମାସକ ଭିତରେ ୨ଟଙ୍କା ୩୦ପଇସା ବୃଦ୍ଧି

ଭୁବନେଶ୍ୱର: ପିଆଜ ସହ ବଢିବାରେ ଲାଗିଛି ପେଟ୍ରୋଲ ଦର। ଦେଶରେ ପେଟ୍ରୋଲ ଲିଟର ପିଛା ୭୫ଟଙ୍କାରେ ପହଞ୍ଚିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ରହିଛି ୭୪ଟଙ୍କା। ଗତ ନଭେମ୍ବର ୮ ତାରିଖରୁ ଦର ଲଗାତାର ବଢିବାରେ ଲାଗିଛି। ଏକ ମାସ ମଧ୍ୟରେ ଲିଟର ପିଛା ୨ଟଙ୍କା ୩୦ପଇସା ବୃଦ୍ଧି ପାଇଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମ ରହିଥିବାରୁ ଏଭଳି ସ୍ଥିତି ଉପୁଜିଛି। ଗୋଟିଏ ପରେ ଗୋଟିଏ ସାମଗ୍ରୀର ଦର ବୃଦ୍ଧି ଖାଉଟିଙ୍କୁ ହନ୍ତସନ୍ତ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.