ଏବେ ସିନିୟର ସିଟିଜେନଙ୍କୁ ମିଳିବ ଲକ୍ଷେ ଟଙ୍କାରୁ ଅଧିକ ପେନସନ, ଶୀଘ୍ର କରନ୍ତୁ ଆବେଦନ

ସରକାର ଏବେ ସିନିୟର ସିଟିଜେନଙ୍କ ପାଇଁ ଏହି ସ୍କିମ ବାହାର କରିଛନ୍ତି। ଏହାର ଫାଇଦା ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକ ଉଠାଇପାରିବେ। ଏହି ସ୍କିମର ନାମ ହେଉଛି PM Vaya Vandana Yojana। ଏଥିରେ ବୟସ୍କଙ୍କୁ ସେମାନଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଆର୍ଥିକ ରୂପେ ଆତ୍ମନିର୍ଭର କରିବାରେ ସାହାଯ୍ୟ କରିବ। ଏହାର ଅବଧି ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଥିବା ବେଳେ ଏହା ଏବେ ୨୦୨୩ ମସିହାକୁ ବଢ଼ାଇଦିଆଯାଇଛି। ଏହି ଯୋଜନାର ଫାଇଦା ଉଠାଇବା ପାଇଁ ବୟସ୬୦ବର୍ଷରୁ ଅଧିକ ହେବା ଆବଶ୍ୟକ। ତେବେ ଏହାର ଅଧିକତର ବୟସର ସୀମା ଦିଆଯାଇନାହିଁ।

ଏହି ସ୍କିମରେ ବ୍ୟକ୍ତି ଅଧିକତର ଭାବେ ୧୫ ଲକ୍ଷ ଟଙ୍କା ନିବେଶ କରାଇପାରିବେ। ଏହି ସ୍କିମ ସଞ୍ଚାଳନର ପୁରା ଦାୟିତ୍ୱ ଜୀବନ ବୀମା ନିଗମକୁ ଦିଆଯାଇଛି। ଏହି ଯୋଜାନାରେ ପ୍ରଥମେ ଆକୁମେସନ ରାଶି ଦେବାକୁ ପଡ଼ିଥାଏ। ପରେ ଆପଣ ମାସିକ, ତ୍ରୟିମାସି, ଅର୍ଧବାର୍ଷିକ କିମ୍ବା ବାର୍ଷିକ ପେନସନର ବିକଳ୍ପ ସମୟ ବାଛିପାରିବେ।

pm
pc: india.com

ଏଥିରେ ଆପଣଙ୍କୁ ହଜାର ଟଙ୍କା ପ୍ରତି ମାସରେ ଦେବାକୁ ହେବ। ମାନେ ମୋଟ ଆପଣଙ୍କୁ ୧,୬୨,୧୬୨ ଟଙ୍କା ନିବେଶ କରିବାକୁ ହେବ। ଏମିତିରେ ମାସିକ ପେନସନ ୯,୨୫୦ ଟଙ୍କା , ତ୍ରୈୟିମାସିକ ୨୭,୭୫୦ ଟଙ୍କା, ଅର୍ଧବାର୍ଷିକ ୫୫,୫୦୦ ଟଙ୍କା ଏବଂ ଶେଷରେ ବାର୍ଷିକ ଆକାରରେ ୧, ୧୧,୦୦୦ ଟଙ୍କା ମିଳିବ।
ନିବେଶ କରିବାର ଜାଣନ୍ତୁ ଷ୍ଟେପ:

-ପ୍ରଥମେ ୦୨୨-୬୭୮୧୯୨୮୧ କିମ୍ବା ୦୨୨-୬୭୮୧୯୨୯୦ ନମ୍ବରକୁ ଡାଏଲ କରନ୍ତୁ।
-ଏହାବ୍ୟତିତ ଆପଣ ଟୋଲ ଫ୍ରି ନମ୍ବର ୧୮୦୦ ୨୨୭ ୭୧୭କୁ ମଧ୍ୟ ଫୋନ କରିପାରିବେ।

pension
pc: zee business

ଏହି ଯୋଜନାରେ ସର୍ଭିସ ଟାକ୍ସ ସହ ଜିଏସଟି ଟାକ୍ସକୁ ଛାଡ କରାଯାଇଛି। ସବୁଠୁ ବଡ଼ କଥା ହେଉଛି କୌଣସି ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ଜୀବନସାଥିର କିଛି ସମସ୍ୟା ହେଲେ ଆପଣ ଏହାକୁ ସମୟ ପୂର୍ବରୁ ମଧ୍ୟ ଉଠାଇପାରିବେ। ତେବେ ଏହାକୁ ଆପ୍ଲାଏ କରିବା ପାଇଁ ପାନ କାର୍ଡ କପି ସହ ଠିକଣା ପ୍ରମାଣ ପତ୍ର କପି ଏବଂ ବ୍ୟାଙ୍କ ପାସବୁକର ପ୍ରଥମ ପେଜକୁ କପି କରିନେବା ଅନିବାର୍ଯ୍ୟ। ଏହା ଆଧାରରେ ଆପଣ ଏହି ସ୍କିମ ର ଫାଇଦା ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.