ଆସନ୍ତାମାସଠାରୁ PNB ଆକାଉଣ୍ଟଧାରୀ ଏଟିଏମ୍‌ରୁ ଉଠାଇପାରିବେନି ଟଙ୍କା, ବ୍ୟାଙ୍କ କଲା ବଡ଼ ଘୋଷଣା

ଏଟିଏମ୍‌ ଠକେଇ ରୋକିବା ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଆଲର୍ଟ କରିଛି ଓ ଏକ ବଡ଼ ପଦକ୍ଷେପ ନେଇଛି। ଯଦି ଆପଣଙ୍କ ଆକାଉଣ୍ଟ ପିଏନ୍‌ବିରେ ରହିଛି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। କାରଣ ଏହାର ପ୍ରଭାବ ସିଧାସଳଖ ଆପଣଙ୍କ ନେଣଦେଣ ଉପରେ ପଡ଼ିବ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକ ୧ ଫେବ୍ରୁଆରୀରୁ ନନ୍‌ ଇଏମ୍‌ଭି ଏଟିଏମ୍‌ ମେସିନ୍‌ରେ ଟଙ୍କା ନେଣଦେଣ କରିପାରିବେ ନାହିଁ। ଅର୍ଥାତ୍‌, ଗ୍ରାହକ ନନ୍‌ ଇଭିଏମ୍‌ ମେସିନ୍‌ରୁ ଟଙ୍କା ଉଠାଇପାରିବେ ନାହିଁ। ପିଏନ୍‌ବି ତରଫରୁ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି। ଏହି ପ୍ରତିବନ୍ଧକ ଉଭୟ ଫାଇନାନ୍ସିଆଲ ଓ ନନ୍‌ ଫାଇନାନ୍ସିଆଲ ଟ୍ରାନ୍‌ଜାକ୍ସନ୍‌ରେ ଲାଗୁ ହେବ।

ପିଏନ୍‌ବି ଟ୍ଵିଟ୍‌ କରି କହିଛି, ‘ଗ୍ରାହକଙ୍କୁ ଠକେଇରୁ ବଞ୍ଚାଇବା ପାଇଁ ବ୍ୟାଙ୍କ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପିଏନ୍‌ବି ନନ୍‌ ଇଏମ୍‌ଭି ଏଟିଏମ୍‌ ମେସିନ୍‌ରୁ ୦୧.୦୨.୨୦୨୧ରୁ ନେଣଦେଣରେ ପ୍ରତିବନ୍ଧକ ଲଗାଇବ। ଗୋ-ଡିଜିଟାଲ, ଗୋ ସେଫ୍‌…!’

ନନ୍‌ ଇଏମ୍‌ଭି ଏଟିଏମ୍‌ କ’ଣ?

ନନ୍‌ ଇଏମ୍‌ଭି ଏଟିଏମ୍‌ରେ ନେଣଦେଣ ବେଳେ କାର୍ଡ ସ୍ୱାଇପ୍‌ କରିବାର ଆବଶ୍ୟକତା ନାହିଁ। ଏଥିରେ ମ୍ୟାଗ୍ନେଟିକ୍‌ ଷ୍ଟ୍ରିପ୍‌ ମାଧ୍ୟମରେ ଡାଟା ରିଡ୍‌ କରାଯାଏ। ଏହା ବ୍ୟତୀତ ନନ୍‌ ଇଏମ୍‌ଭି ଏଟିଏମ୍‌ରେ କାର୍ଡ କିଛି ସେକେଣ୍ଡ ପାଇଁ ଲକ୍‌ ହୋଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.