ରେଲୱେରେ ଖାଲିପଡିଛି ୨୪୨୨ ପଦବୀ, ୧୦ମ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ରେଲୱେ ଚାକିରି କରିବାକୁ କାହାର ବା ଇଚ୍ଛା ନଥାଏ । ଆଜିକାଲିର ଯୁବପିଢି ଚାକିରି ଖୋଜୁଥିବା ବେଳେ ରେଲୱେ ଆଣିଛି ସୁବର୍ଣ୍ଣ ସୁଯୋଗ । ସେଣ୍ଟ୍ରାଲ ରେଲୱେରେ ଅପାରଣ୍ଟିସ ୨୪୨୨ ପଦବୀ ଖାଲିପଡିଛି। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ rrrccr.com କୁ ଯାଇ ୧୫ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଭର୍ତ୍ତି ମୁମ୍ବାଇ, ଭୁସାବଲ, ପୁନେ, ନାଗପୁର, ସୋଲପୁର କ୍ଲଷ୍ଟରରେ କରାଯିବ ।

ପଦବୀ ବିବରଣୀ : ୨୪୨୨

ମୁମ୍ବାଇ : ୧୬୫୯

ଭୁସାବଲ : ୪୧୮

ପୁନେ : ୧୫୨

ନାଗପୁର : ୧୧୪

ସୋଲପୁର : ୭୯

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୫ ଜାନୁଆରୀ ୨୦୨୨ ରହିଛି ।

ବୟସ ସୀମା : ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୫ ବର୍ଷ ଏବଂ ସର୍ବାଧିକ ବୟସ ୨୪ ବର୍ଷ ରହିଛି । ଏଥର ସେଣ୍ଟ୍ରାଲ ରେଲୱେ ଅଧିନିୟମ ଅପରାଣ୍ଟିସ ୨୦୨୩-୨୪ ଅଧିନରେ ବୟସ ସୀମାରେ ଛୁଟ୍‌ ମିଳିବ।

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀ କୌଣସି ବୋର୍ଡରୁ ୧୦ମ ପାସ୍‌ କରିଥିବା ଜରୁରୀ । ଏହାସହିତ ସମ୍ବନ୍ଧିତ ଟ୍ରେଡରେ ଆଇଟିଆଇ କିମ୍ବା NCVT ରୁ ସାର୍ଟିଫିକେଟ ରହିଥିବା ଜରୁରୀ ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ସାଧାରଣ ବର୍ଗ, ଓବିସି, EWS ପ୍ରାର୍ଥୀ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ। ଏହାଛଡା ଅନୁସୂଚିତ ଜାତି ଏବଂ ଜନଜାତି, ଦିବ୍ୟାଙ୍ଗ ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ଆବେଦନ ଶୁଳ୍କ ଡେବିଟ, କ୍ରେଡିଟ୍‌ କିମ୍ବା ନେଟ ବ୍ୟାଙ୍କିଂ ଜରିଆରେ କରିପାରିବେ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ମେରିଟ ଲିଷ୍ଟ ଆଧାରରେ କରାଯିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://rrccr.com/rrwc/Files/196.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.