Below header

ଘର ଭଡ଼ା ପଇସା ବଦଳରେ ସେକ୍ସ ପାଇଁ କହୁଥିଲେ ଘର ମାଲିକ, ତେଜସ୍ୱିନୀ ପଣ୍ଡିତଙ୍କ ବଡ଼ ଖୁଲାସା

ଲୋକପ୍ରିୟ ମରାଠୀ ଅଭିନେତ୍ରୀ ତେଜସ୍ୱିନୀ ପଣ୍ଡିତ ବଡ ଖୁଲାସା କରିଛନ୍ତି। ଯାହା ବିଷୟରେ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଅଭିନେତ୍ରୀ ଜଣକ କହିଛନ୍ତି, ସେ ଯେଉଁ ଆପାର୍ଟମେଣ୍ଟରେ ରହୁଥିଲେ, ସେଠାରେ ତାଙ୍କ ସହିତ ର୍ଦୁବ୍ୟବହାର କରାଯାଉଥିଲା । ଆପାର୍ଟମେଣ୍ଟ ମାଲିକ ତାଙ୍କୁ ଅଶ୍ଳୀଳ କାମ କରିବା ପାଇଁ କହୁଥିଲେ । ଭଡା ବଦଳରେ ସେକ୍ସ କରିବାକୁ କହୁଥିଲେ।

ଅଭିନେତ୍ରୀ ଜଣକ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ୨୦୦୯-୧୦ ସମୟରେ ପୁନେ ସ୍ଥିତ ସିଂହଗଢ ରୋଡ ସ୍ଥିତ ଏକ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲେ। ସେତେବେଳେ ମାତ୍ର ଗୋଟିଏ କିମ୍ବା ୨ଟି ଫିଲ୍ମ ରିଲିଜ ହୋଇଥିଲା। ଆଉ ଯେଉଁ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲି, ସେ ଆପାର୍ଟମେଣ୍ଟ ଜଣେ କର୍ପୋରେଟରଙ୍କର ରହିଥିଲା । ଯେତେବେଳେ ଭଡା ଦେବାକୁ ଅଫିସ ଯାଉଥିଲି, ସେତେବେଳେ ସେ ମୋତେ ଦୁର୍ବ୍ୟବହାର କରିବା ସହିତ ସେକ୍ସ କରିବାକୁ ଅଫର ଦେଉଥିଲେ। ଘରର ଭଡା ନ ଦେଇ ସେକ୍ସ କରିବା ପାଇଁ କହୁଥିଲେ ।

ଅଭିନେତ୍ରୀ ଜଣକ ଆହୁରି କହିଛନ୍ତି, ହୁଏତ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରୁଛି ବୋଲି ଏଭଳି ସେ ମୋତେ ଅଫର ଦେଇଥିଲେ। ନଚେତ ମୋ ଆର୍ଥିକ ସ୍ଥିତି ସେତେ ମଜବୁତ ନୁହେଁ, ତେଣୁ ଏମିତି କହିଥିଲେ ।

ତେବେ ତେଜସ୍ୱିନୀଙ୍କ ଏପରି ଖୁଲାସା ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଆଉ ତେଜସ୍ୱୀଙ୍କୁ ମନୋବଳ ସୁଦୃଢ କରିବା ପାଇଁ କହିଥିଲେ ।

 

View this post on Instagram

 

A post shared by Tejaswwini (@tejaswini_pandit)

ତେଜସ୍ୱିନୀ ପଣ୍ଡିତ ମରାଠୀ ଫିଲ୍ମ ଏବଂ ଟେଲିଭିଜନ ଅଭିନେତ୍ରୀ । କ୍ୟାରିଅରରେ ଆକ୍ଟିଂ ଡେବ୍ୟୁ ଅଗା ବାଈ ଆରେଚା ଫିଲ୍ମରୁ କରିଥିଲେ। ଏହି ଫିଲ୍ମରେ ନେଗେଟିଭ ଭୂମିକାରେ ନଜର ଆସିଥିଲେ । ଫିଲ୍ମ ଛଡା ଟେଲିଭିଜନରେ ମଧ୍ୟ କାମ କରିଛନ୍ତି। ଏହାଛଡା ସୋସିଆଲ ମିଡିଆରେ ତେଜସ୍ୱିନୀ ବେଶ୍‌ ଆକ୍ଟିଭ ରୁହନ୍ତି । ଇନଷ୍ଟାଗ୍ରାମରେ ତାଙ୍କ ୧ ମିଲିଅନ ଫଲୋୟର୍ସ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.