Below header

ସୋସିଆଲ ମିଡିଆରେ ସମ୍ମାନ, ମର୍ଯାଦା ଓ ଘରୋଇ ହିଂସାକୁ ନେଇ ମତ ରଖି ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା

କେନ୍ୟୁଜ୍: ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା ନିଜ ସୋସିଆଲ ମିଡିଆରେ ସମ୍ମାନ, ମର୍ଯାଦା ଓ ଘରୋଇ ହିଂସାକୁ ନେଇ ମତ ରଖିଛନ୍ତି । କହିଛନ୍ତି ସମସ୍ତଙ୍କୁ ସମ୍ମାନ ମିଳିବା ଦରକାର । କେବଳ ମହିଳାଙ୍କ ସମ୍ମାନ ଓ ମର୍ଯ୍ୟାଦା କାହିଁକି ପୁରୁଷଙ୍କ ପାଇଁ କାହିଁକି ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଘରୋଇ ହିଂସାକୁ ନେଇ ମଧ୍ୟ ସେ ମତ ରଖିଛନ୍ତି । ଘରୋଇ ହିଂସାର ଅର୍ଥ କେବଳ ଶାରୀରିକ ନିର୍ଯାତନା ନୁହେଁ ମାନସିକ ନିର୍ଯାତନା ବି ଏହାର ଅଂଶ ବିଶେଷ । ପୁରୁଷ ମାନେ ମଧ୍ୟ ଘରୋଇ ହିଂସାର ଶିକାର ହେଉଛନ୍ତି ବୋଲି କହିଛନ୍ତି । ସେହିପରି ମହିଳାଙ୍କୁ ଗୋଟିଏ ଜିନିଷ ଯେତେଶୀଘ୍ର ମିଳିଥାଏ ପୁରୁଷଙ୍କୁ ଏଥିପାଇଁ ଅଧିକ ସଂଘର୍ଷ କରିବାକୁ ପଡିଥାଏ । ଗୋଟିଏ ପଟେ ବର୍ଷା ଅନୁଭବ ପରିବାରିକ ମାମଲା କୋର୍ଟରେ ଚାଲିଥିବା ବେଳେ ଜାଗୃତିଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଜୋର ଧରିଛି ।

ଏପଟେ ,ପୁଣି କୋର୍ଟରେ ବର୍ଷା ପ୍ରିୟଦର୍ଶିନୀ। ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ କଟକ ପରିବାର ଅଦାଲତରେ ହାଜର ହୋଇଛନ୍ତି ବର୍ଷା। ବର୍ଷା ପ୍ରିୟଦର୍ଶିନୀଙ୍କୁ ଜେରା କରିବେ ଅନୁଭବଙ୍କ ଓକିଲ। ଗତକାଲି ମଧ୍ୟ କୋର୍ଟରେ ହାଜର ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ । ଅଦାଲତରେ ସାକ୍ଷ୍ୟ ଗ୍ରହଣ ସମୟରେ ବର୍ଷାଙ୍କୁ ଆପତ୍ତିଜନକ ପ୍ରଶ୍ନ ପଚାରିଥିଲେ ଅନୁଭବଙ୍କ ଓକିଲ । ଏହାକୁ ବିରୋଧ କରିଥିଲେ ବର୍ଷାଙ୍କ ଓକିଲ । ଅନୁଭବଙ୍କ ଓକିଲ ବର୍ଷାଙ୍କୁ ଇଂରାଜୀରେ ଉତ୍ତର ରଖିବାକୁ କହିଥିଲେ । ବର୍ଷା କିନ୍ତୁ ଓଡ଼ିଆରେ ଉତ୍ତର ରଖିବେ ବୋଲି କୋର୍ଟଙ୍କୁ ଜଣାଇଥିଲେ । ଫଳରେ କାଲି ଅସମ୍ପୂର୍ଣ୍ଣ ରହିଥିଲା ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.