ଏବେ ମାତ୍ର ୫୦ ଟଙ୍କାରେ ଖାଦ୍ୟ ଯୋଗାଇବ ରେଳ ବିଭାଗ
ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା ସମୟରେ ଉନ୍ନତମାନର ଖାଦ୍ୟ ମିଳୁନଥିବା ନେଇ ଅନେକ ସମୟରେ ଅଭିଯୋଗ ଆସେ। ଟ୍ରେନରେ ଦିଆଯାଉଥିବା ଅସ୍ୱାସ୍ଥ୍ୟକର ଖାଦ୍ୟ ସମ୍ପର୍କରେ ପ୍ରାୟ ସମୟରେ ସୋସିଆଲ ମିଡିଆରେ ବି ଚର୍ଚ୍ଚା ହୁଏ। ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ତଥା ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ କ୍ୟାଟରିଙ୍ଗ ନୀତିରେ କେତେକ ପରିବର୍ତ୍ତନ କରିବାକୁ ଯାଉଛି।
ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଏବେ ରେଳବିଭାଗ ମାତ୍ର ୫୦ ଟଙ୍କାରେ ଉନ୍ନତମାନର ଭୋଜନ ଯୋଗାଇବ। ଖାଦ୍ୟ ତାଲିକାରେ ରାଜମା-ଭାତ, ଡାଲି-ଭାତ, ୪ ରୁଟି ଏବଂ ତରକାରୀ ରହିଥିବା ଜଣାଯାଇଛି। ଏଥି ସହିତ ନୂତନ କ୍ୟାଟରିଙ୍ଗ ନୀତିରେ ସ୍ଥାନୀୟ ଖାଦ୍ୟକୁ ବି ଗୁରୁତ୍ୱ ଦିଆଯିବ ବୋଲି ସୂଚନା ମିଳିଛି। ଏହି ନୂତନ କ୍ୟାଟରିଙ୍ଗ ନୀତି ଆଗାମୀ ଡିସେମ୍ବରରୁ ଲାଗୁ ହେବ ବୋଲି ସୂଚନା ମିଳିଛି।
ଏହାସହ ପଢନ୍ତୁ: ‘‘ଦ ସ୍କାଏ ଇଜ୍ ପିଙ୍କ୍’’ର ଟ୍ରେଲର ରିଲିଜ୍, ଜାଣନ୍ତୁ କ’ଣ ରହିଛି ଫିଲ୍ମର ଷ୍ଟୋରୀ
ରେଳ ବିଭାଗ ଇ-କ୍ୟାଟରିଙ୍ଗ ଏବଂ ଫୁଡ ଅନ ଅର୍ଡର ଉପରେ ଗୁରୁତ୍ବ ଦେଉଛି। ଇ-କ୍ୟାଟରିଙ୍ଗର ସଂପ୍ରସାରଣ ଲାଗି ଡୋମିନୋଜ ସହିତ ବୁଝାମଣା ହେବାର ଅଛି। ତେବେ ପ୍ରତ୍ୟେକ ଷ୍ଟେସନରେ ପ୍ରତି ଟ୍ରେନରେ ଏହି ସେବା ଯୋଗାଇବାକୁ ଭାରତୀୟ ରେଳ ବିଭାଗ ଲକ୍ଷ୍ୟ ରଖିଥିବା ଜଣାଯାଇଛି।