ମାର୍କେଟକୁ ଆସିବ ଟାଟା ନାନୋର ରିବର୍ଣ୍ଣ ଭର୍ସନ!

ଖୁବ ଶୀଘ୍ର ଟାଟା ମୋଟର୍ସ ନିଜର ପୁରୁଣା ନାନୋ ମଡେଲକୁ ଦେବ ଏକ ନୂଆ ରୂପ, EV ମଡେଲରେ କରିବ ଲଞ୍ଚ

ଟାଟା ମୋଟର୍ସର ଡ୍ରିମ କାର ଟାଟା ନାନୋ ଅନେକ ସମୟରୁ ବନ୍ଦ ଅଛି। କିନ୍ତୁ ଅନେକ ଥର ଏହା ପୁଣି ଥରେ ମାର୍କେଟକୁ ଫେରିବାର ଖବର ଶୁଣିବାକୁ ମିଳିଥାଏ। ତେବେ ଏହାକୁ ନେଇ ଟାଟା ମୋଟର୍ସ ଅଫିସିଆଲି କିଛି ବି ଘୋଷଣା କରିନାହିଁ। କିନ୍ତୁ ରିପୋର୍ଟ ଅନୁସାରେ ଏହାର ଛୋଟ ହ୍ୟାଚବ୍ୟାକ ଖୁବ ଶୀଘ୍ର ଇଲେକଟ୍ରିକ ଭେଇକିଲ ରୂପେ ସାମ୍ନାକୁ ଆସିପାରେ।

ଟାଟା ନାନୋ ହେଉଛି ରତନ ଟାଟାଙ୍କ ସ୍ୱପ୍ନର ଗାଡ଼ି। କାରଣ ସେ ଚାହୁଁଥିଲେ ଯେ ନାନୋ ମଡେଲ ସମସ୍ତ ଲୋକଙ୍କ ପାଖରେ ପହଞ୍ଚୁ । ଏହା ସହ ଅନେକ ସାଧାରଣ ବର୍ଗର ପରିବାର ଏହି ଗାଡ଼ିକୁ ରଖିବାକୁ ଯେପରି ସାମର୍ଥ୍ୟ ହେବେ। ସେମାନଙ୍କ ସ୍ୱପ୍ନ ପୂରଣ ହେବ। ଟାଟା ନାନୋ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଲଞ୍ଚ ହୋଇଥିବା ଗାଡ଼ି ଭିତରୁ ସବୁଠୁ ଶସ୍ତା କାର।

ଏମିିତିରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ କଳାକାର ଏସଆରକେ ଡିଜାଇନ ର ଏକ ଛବି ଭିଡ଼ିଓରେ ଦର୍ଶର୍ାଯାଇଛି। ଯାହାକୁ ଅନେକ ଟାଟା ନାନୋର ଭବିଷ୍ୟତ ବୋଲି କହୁଛନ୍ତି।

ଏସଆରକେ ଡିଜାଇନ୍ସର କହିବା ଅନୁସାରେ ଟାଟା ନାନୋ ରିବର୍ଣ୍ଣ କନସେପ୍ଟ କୁ ସହରୀ ପରିବହନ ରେ କ୍ରାନ୍ତି ତଥା ନୂଆ ଦିଗରେ ନେବା ପାଇଁ ଡିଜାଇନ ହୋଇଛି। ଏହା ଏକ ଏପରି ଇଲେକଟ୍ରିକ କାର ହେବ ଯାହା ସହରବାସୀଙ୍କ ପାଇଁ ବିଶେଷ ରୂପରେ ତିଆରି କରାଯାଇଛି । ଯାହାକି ପର୍ଯ୍ୟାବରଣ ଅନୁକୂଳ ହେବ। ଏମିତି କୁହାଯାଉଛି ଯେ ଟାଟା ମୋଟର୍ସ ଖୁବ ଶୀଘ୍ର ଟାଟା ନାନୋକୁ ଇଲେକଟ୍ରିକ ଅବତାରରେ ବଜାରକୁ ଆଣିବ।

You might also like