Below header

ଚେନ୍ନାଇ-ବେଙ୍ଗାଳୁରୁ ଏକ୍ସପ୍ରେସରେ ନିଆଁ

ପୁଣି ଟ୍ରେନରେ ନିଆଁ। ଚେନ୍ନାଇ-ବେଙ୍ଗାଳୁରୁ ଏକ୍ସପ୍ରେସରେ ନିଆଁ। ଟ୍ରେନ ଇଞ୍ଜିନରେ ଧୂଆଁ ବାହାରିବାରୁ ଆନ୍ଧ୍ରପ୍ରଦେଶର ଚିତ୍ତୋର ଠାରେ ଅଟକିଲା ଟ୍ରେନ। ଚେନ୍ନାଇରୁ ବେଙ୍ଗାଳୁରୁ ଯାଉଥିବା ଏକ୍ସପ୍ରେସ ଟ୍ରେନ ଗୁଡିୟାଟ୍ଟମ ଷ୍ଟେସନ ଛାଡ଼ିବା ପରେ ଇଞ୍ଜିନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା।

ଇଞ୍ଜିନ ତଳୁ ପ୍ରବଳ ଧୁଆଁ ବାହାରିବା ଦେଖିବା ପରେ ପାଇଲଟ ଚିତ୍ତୋର ଷ୍ଟେସନ ଠାରେ ଟ୍ରେନକୁ ଅଟକାଇଥିଲେ। ବ୍ରେକ୍‌ ଫେଲ୍ୟୁଅରରୁ ନିଆଁ ଲାଗିଥିବା ନେଇ ସୂଚନା ଦେଇଛନ୍ତି ଡିଆରଏମ କୁସୁମା ହରିପ୍ରସାଦ। ଅଗ୍ନିଶମ ବିଭାଗ ଓ ରେଳବାଇ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ଏଥିରେ କିଛି କ୍ଷୟକ୍ଷତି ଘଟିନଥିବା ସେ କହିଛନ୍ତି। ନିଆଁ ଆୟତ୍ତ ହେବ ପରେ ଟ୍ରେନ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.