ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ, ପ୍ରଥମ ଭାରତୀୟ ରୂପେ ପାଇଲେ ‘ଲିଜନ୍ ଅଫ୍ ଅନର୍’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଲିଜନ୍ ଅଫ୍ ଅନର୍’ ସମ୍ମାନରେ ସମ୍ମାନିତ କରିଛି ଫ୍ରାନ୍ସ। ପ୍ରଥମ ଭାରତୀୟ ରୂପେ ମୋଦି ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହା ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ। ଲିଜନ୍ ଅଫ୍ ଅନର ବିଶ୍ୱର ବଛା ବଛା ପ୍ରମୁଖ ନେତା ଏବଂ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଲିଜନ୍ ଅଫ୍ ଅନର୍’ ସମ୍ମାନରେ ସମ୍ମାନିତ କରିଛି ଫ୍ରାନ୍ସ। ପ୍ରଥମ ଭାରତୀୟ ରୂପେ ମୋଦି ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହା ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ। ଲିଜନ୍ ଅଫ୍ ଅନର ବିଶ୍ୱର ବଛା ବଛା ପ୍ରମୁଖ ନେତା ଏବଂ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇଛି। ଏଥିରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲ୍ସନ ମଣ୍ଡେଲା, େଓ୍ଵଲ୍ସର ତତ୍କାଳୀନ ରାଜକୁମାର କିଙ୍ଗ୍ ଚାର୍ଲ୍ସ, ଜର୍ମାନୀର ପୂର୍ବତନ ଚାନ୍ସସେଲର ଏଞ୍ଜେଲା ମର୍କେଲ ପ୍ରମୁଖ ବ୍ୟକ୍ତିବିଶେଷ।
ମୋଦି ବର୍ତ୍ତମାନ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ନିମନ୍ତ୍ରଣ କ୍ରମେ ମୋଦି ମୁଖ୍ୟ ଅତିଥି ଭାବରେ ଫ୍ରାନ୍ସର ଜାତୀୟ ଦିବସ ବ୍ୟାଷ୍ଟିଲ୍ ଡେ’ ପରେଡରେ ସାମିଲ ହୋଇଛନ୍ତି।
ମୋଦିଙ୍କୁ ଫ୍ରାନ୍ସରେ ଜୋର୍ଦାର ସ୍ୱାଗତ କରାଯାଇଛି। ରାଷ୍ଟ୍ରପତି ମାକ୍ରୋନଙ୍କ ତରଫରୁ ମୋଦିଙ୍କ ପାଇଁ ରାତ୍ରି ଭୋଜନର ଆୟୋଜନ କରାଯାଇଥିଲା। ଏହି ସମୟରେ ରାଷ୍ଟ୍ରପତି ମାକ୍ରୋନ୍ ପିଏମ୍ ମୋଦିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଥିଲେ।
ଏହି ସମ୍ମାନ ପାଇ ପିଏମ୍ ମୋଦି ସମଗ୍ର ଦେଶ ତରଫରୁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ‘ମୁଁ ବିନମ୍ରତାର ସହିତ ଗ୍ରାଣ୍ଡ୍ କ୍ରସ୍ ଅଫ୍ ଲିଜନ୍ ଅଫ୍ ଅନର୍କୁ ସ୍ୱୀକାର କରୁଛି। ଏହା ଭାରତର ୧୪୦ କୋଟି ଲୋକଙ୍କ ସମ୍ମାନ। ମୁଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଉଛି। ଏହା ଭାରତ ପ୍ରତି ତାଙ୍କର ଗଭୀର ସ୍ନେହ ଏବଂ ଆମ ଦେଶ ସହିତ ବନ୍ଧୁତାକୁ ଆଗକୁ ବଢ଼ାଇବାର ସଂକଳ୍ପକୁ ଦର୍ଶାଉଛି’।
It is with great humility that I accept the Grand Cross of the Legion of Honor. This is an honour for the 140 crore people of India. I thank President @EmmanuelMacron, the French Government and people for this gesture. It shows their deep affection towards India and resolve for… pic.twitter.com/Nw7V1JVgpb
— Narendra Modi (@narendramodi) July 14, 2023