ବାହାନଗା ଟ୍ରେନ ଦୁର୍ଘଟଣା, ସିବିଆଇରେ ହାଜର ହେଲେ ଦୁଇ ରେଳ କର୍ମଚାରୀ

ବାହାନଗା ଟ୍ରେନ ଦୁର୍ଘଟଣାରେ ତଦନ୍ତ ଜୋରଦାର । ସିବିଆଇରେ ହାଜର ହେଲେ ଦୁଇ ରେଳ କର୍ମଚାରୀ । ସେମାନଙ୍କ ମଧ୍ୟରେ ଷ୍ଟେସନ ମାଷ୍ଟର ଏ ଏସ ପଟ୍ଟନାୟକ ଓ ସେଦିନ ଦାୟିତ୍ୱରେ ଥିବା ଷ୍ଟେସନ ମାଷ୍ଟର ଶଶୀ ଭୂଷଣ ମହାନ୍ତି ବି ହାଜର ହୋଇଛନ୍ତି । ଚନ୍ଦକା ଥାନାରେ ଦୁଇ ଅଧିକାରୀଙ୍କୁ ପଚରାଉଚରା କରାଯାଉଛି ।

ଅନ୍ୟପଟେ ମାମଲାରେ ଆଜି ସରିବ ୩ ଅଭିଯୁକ୍ତଙ୍କ ରିମାଣ୍ଡ । ରିମାଣ୍ଡ ସରିବା ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହଜାର ହେବେ ଅଭିଯୁକ୍ତ । ତିନି ଅଭିଯୁକ୍ତ ହେଲେ ସିନିଅର ସେକ୍ସନ ଇଂଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମ୍ମୀର ଖାନ ଓ ଟେକ୍ନିସିଅନ ପପୁ କୁମାର ।

ଗିରଫ ୩ ରେଳ ଅଧିକାରୀଙ୍କୁ ମାରାଥନ୍‌ ଜେରା କରୁଛି ସିବିଆଇର ସ୍ୱତନ୍ତ୍ର ଟିମ୍‌ । ସିଗନାଲିଂ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ କେଉଁ ପରିସ୍ଥିତିରେ ଏମିତି ହେଲା, ଦୁର୍ଘଟଣା ପରେ କାହିଁକି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଚାଲିଥିଲା, ଏହା ପଛରେ ଷଡ୍‌ଯନ୍ତ୍ର ରହିଛି କି, ଏସବୁ ଦିଗରେ ସିବିଆଇ ଅଧିକ ତଦନ୍ତ ଚଳାଇଛି ।

୧୦ ଜଣ ରେଳବାଇ କର୍ମଚାରୀଙ୍କୁ ସମନ କରାଯାଇଛି । ଖୁବଶୀଘ୍ର ହାଜର ହୋଇ ସେମାନେ ନିଜର ପକ୍ଷ ରଖିବେ । ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା ପରେ ଛାଡ଼ିଦେଇଛି ସିବିଆଇ । ଟ୍ରେନ୍‌ ଟ୍ରାଜେଡି ଘଟଣାରେ ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିପାରେ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.