Below header

କମିଲା ଗ୍ୟାସ ସିଲିଣ୍ଡର ମୂଲ୍ୟ, ଆଜିଠୁ ଲାଗୁ ହେବ ନୂଆ ଦର

କରୋନା ଭାଇରସ ଏବଂ ଲକଡାଉନ ମଧ୍ୟରେ ସମସ୍ୟାର ସାମ୍ନା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ସବସିଡି ଭଳି LPG Cylinder ଶସ୍ତା ହୋଇଛି। ତେଲ କମ୍ପାନୀ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ LPG Cylinderର ଦାମ ସମୀକ୍ଷା କରିବା ପରେ ଚଳିତ ମାସରେ ରାଜଧାନୀ ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ୧୩୩ ଟଙ୍କା ଶସ୍ତା ହୋଇଛି। ସୂଚନା ମୁତାବକ ଭିନ୍ନ ଭିନ୍ନ ରାଜ୍ୟରେ ଲାଗୁ ହୋଇଥିବା ଟ୍ୟାକ୍ସ ଅନୁଯାୟୀ ଏହି ମୂଲ୍ୟରେ ଅନ୍ତର ଆସିପାରିବ।

lpg

ରିପୋର୍ଟ ଅନୁଯାୟୀ ନୂଆଦିଲ୍ଲୀରେ ଗତ ଏପ୍ରିଲ ମାସରେ ଯେଉଁ ସିଲିଣ୍ଡର ପାଇଁ ୭୪୪ଟଙ୍କା ଦେବାକୁ ପଡିଥିଲା ବେଳେ ଚଳିତ ମାସରେ ୬୧୧ ଟଙ୍କା ଦେବାକୁ ପଡିବ। ସେହିଭଳି ଜୟପୁରରେ ଗ୍ରାହକଙ୍କୁ କେବଳ ୬୧ ଟଙ୍କାର ଲାଭ ମିଳିବ। ଏଠାରେ ଗତ ଏପ୍ରିଲ ମାସରେ ଯେଉଁ ସିଲିଣ୍ଡର ପାଇଁ ୭୯୨ ଦେବାକୁ ପଡିଥିଲା ବେଳେ ବର୍ତ୍ତମାନ ୭୩୧ ଟଙ୍କା ଦେବାକୁ ପଡିବ।

ଜାଣନ୍ତୁ ଅନ୍ୟ ସହରରେ କଣ ରହିଛି LPG Cylinder ର ଦାମ:

କୋଲକାତାରେ ଗତ ମାସରେ ମୂଲ୍ୟ ୮୩୯.୫୦ ଥିବାବେଳେ ଏବେ ୭୭୪.୫୦ ଦେବାକୁ ପଡିବ। ସେହିଭଳି ମୁମ୍ବାଇରେ ଗତ ମାସରେ ୭୭୬.୫୦ ରହିଥିଲା, ଯାହା ବର୍ତ୍ତମାନ ୭୧୪.୫୦ ହୋଇଛି। ଚେନ୍ନାଇରେ ୮୨୬ ଟଙ୍କା ତୁଳନାରେ ୭୬୧.୫୦ ଟଙ୍କା ଦେବାକୁ ପଡିବ। ସେହିଭଳି ଗୁରୁଗ୍ରାମରେ ଗତ ମାସରେ ସିଲିଣ୍ଡରର ମୂଲ୍ୟ ୮୧୧ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ୭୫୦ଟଙ୍କା ରହିଛି।

lpg

ନୋଏଡାରେ ଗତ ଏପ୍ରିଲରେ ୮୦୧ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା ୭୩୯.୫୦ ହୋଇଯାଇଛି। ବାଙ୍ଗାଲୋରରେ ୮୦୭.୫୦ ତୁଳନାରେ ବର୍ତ୍ତମାନ ୭୪୪ଟଙ୍କା ହୋଇଛି। ସେହିଭଳି ଭୁବନେଶ୍ୱରରେ ଗତ ମାସରେ ୮୩୯ଟଙ୍କା ଥିବା ବେଳେ ବର୍ତ୍ତମାନ ୭୭୪.୫୦ ଟଙ୍କା ରହିଛି। ଚଣ୍ଡିଗଡ଼ରେ ୭୫୮.୫୦ ଟଙ୍କା ତୁଳନାରେ ବର୍ତ୍ତମାନ ୫୮୩ ଟଙ୍କା ଦେବାକୁ ପଡିବ। ହାଇଦ୍ରାବାଦରେ ୮୬୨ ଟଙ୍କା ବଦଳରେ ୭୯୬.୫୦ ଟଙ୍କା ଦେବାକୁ ପଡିବ।

ଉତ୍ତର ପ୍ରଦେଶର ରାଜାଫହାଣୀ ଲକ୍ଷନୌରେ ଗତ ମାସରେ ସିଲିଣ୍ଡରର ମୂଲ୍ୟ ୮୪୧ ଟଙ୍କା ରହିଥିଲା, ଯାହା ବର୍ତ୍ତମାନ ୭୭୯ ଟଙ୍କା ହୋଇଛି। ସେହିଭଳି ବିହାରର ରାଜଧାନୀ ପାଟଣାରେ ଗତ ମାସରେ ୮୩୫ଟଙ୍କା ତୁଳନାରେ ୬୨୧ ଟଙ୍କା ଦେବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.