ସରକାର ଆଣିଲେ ନୂଆ ନିୟମ, ଏହି ସବୁ କାରଣରୁ ଲୋକଙ୍କର ରାସନ କାର୍ଡ ହୋଇଯିବ ରଦ୍ଦ

ବିପିଏଲ କ୍ୟାଟୋଗରୀରେ ଆସୁଥିବା ଲୋକଙ୍କ ପାଇଁ ରାସନ କାର୍ଡ ଏକ ବହୁତ ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ୍‌।କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଅଯୋଗ୍ୟ ହେବ ପରେ ବି ରାସନ ସୁବିଧା ର ଲାଭ ଉଠାଉଛନ୍ତି। ଏହାକୁ ରୋକିବା ପାଇଁ ସରକାର ନୂଆ ନିୟମ ଆଣିଛନ୍ତି । ଏହା ଅନ୍ତର୍ଗତ ଅଯୋଗ୍ୟ ଜିତଅଧିକାରୀ ରାସନ ସୁବିଧା ର ଆଉ ଫାଇଦା ପାଇପାରିବେ ନାହିଁ । ଏହି ୪ଟି କାରଣରୁ ରାସନ କାର୍ଡ ହୋଇଯିବ ରଦ୍ଦ ।

ବିପିଏଲ କ୍ୟାଟୋଗରୀରେ ଆସୁଥିବା ଲୋକଙ୍କ ପାଇଁ ରାସନ କାର୍ଡ ଏକ ବହୁତ ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ୍‌। ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏହି କାର୍ଡରେ ଲୋକଙ୍କୁ ଶସ୍ତା ମୂଲ୍ୟରେ ରାସନ ଯୋଗାଇଦିଆଯାଏ। ତେବେ ଏହି ସୁବିଧା କେବଳ ଗରିବ ଶ୍ରେଣୀ ର ଲୋକଙ୍କ ପାଇଁ ଆରମ୍ଭ ହୋଇଥିଲା। କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଅଯୋଗ୍ୟ ହେବ ପରେ ବି ରାସନ ସୁବିଧା ର ଲାଭ ଉଠାଉଛନ୍ତି। ଏହାକୁ ରୋକିବା ପାଇଁ ସରକାର ନୂଆ ନିୟମ ଆଣିଛନ୍ତି । ଏହା ଅନ୍ତର୍ଗତ ଅଯୋଗ୍ୟ ଜିତଅଧିକାରୀ ରାସନ ସୁବିଧା ର ଆଉ ଫାଇଦା ପାଇପାରିବେ ନାହିଁ ।

ଯଦି ଆପଣ ମଧ୍ୟ ଏକ ରାସନ କାର୍ଡ ବ୍ୟବହାରକାରୀ ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଲକ୍ଷ ଲକ୍ଷ ରାସନ କାର୍ଡଧାରୀଙ୍କୁ କେନ୍ଦ୍ର ସରକାର ମାଗଣାରେ ରାସନ ସୁବିଧା ପ୍ରଦାନ କରୁଛନ୍ତି । ସରକାର ଘୋଷଣା କରିଛନ୍ତି ଯେ ଚଳିତ ବର୍ଷ ଅର୍ଥାତ୍ ୨୦୨୩ ମସିହାରେ, ରାସନ କାର୍ଡଧାରୀମାନେ ମାଗଣା ରାସନର ଲାଭ ପାଇବା ସହିତ ଯେଉଁମାନେ ଅଯୋଗ୍ୟ ହେବ ସତ୍ୱେ ରାସନ ସୁବିଧା ର ଲାଭ ଉଠାଉଛନ୍ତି ସେମାନଙ୍କ ଉପରେ ସରକାରଙ୍କ କଡା ନଜର ରହିବ। ଏବେ କିଛି ଦିନ ହେବ ଦେଖାଯାଉଛି ଯେ ଅନେକ ଅଯୋଗ୍ୟ ବ୍ୟକ୍ତି ମାଗଣା ରାସନର ଲାଭ ଉଠାଉଛନ୍ତି, ଏହି ଲୋକଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଫେରାଇ ଦିଅନ୍ତୁ ରାସନ କାର୍ଡ:

ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ସରକାର ନିର୍ଦେଶ ଜାରି କରିଛନ୍ତି ` ଏଥିପାଇଁ ସରକାରଙ୍କ ତରଫରୁ ଲୋକଙ୍କ ନିକଟରେ ଏକ ଆବେଦନ କରାଯାଉଛି ଯେ ଏହିପରି ବ୍ୟକ୍ତିମାନେ ନିଜେ ରାସନ କାର୍ଡ ଫେରାଇ ଦିଅନ୍ତୁ । ଯଦି ରାସନ କାର୍ଡ ଫେରାଇବେ ନାହିଁ, ତେବେ ଖାଦ୍ୟ ବିଭାଗ ଟିମ୍ ର ଯାଞ୍ଚ ପରେ ଏହାକୁ ବାତିଲ କରିଦିଆଯିବ । ଏପରି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । ତେଣୁ ଆପଣଙ୍କ ମଧ୍ୟରୁ ଯିଏ ବି ଏହି ଭୁଲ କାମ କରୁଛନ୍ତି ସେମାନେ ଏଥିପାଇଁ ସତର୍କ ରୁହନ୍ତୁ। ନଚେତ ଦଣ୍ଡ ଭୋଗିବା ସୁନିଶ୍ଚିତ ।

ଜାଣନ୍ତୁ ସରକାରଙ୍କ ନିୟମ କ’ଣ ରହିଛି ?

ଯଦି ଜଣେ କାର୍ଡଧାରୀଙ୍କ ପାଖରେ ନିଜର ଏକ ପ୍ଲଟ୍ ଅବା ଫ୍ଲାଟ ଥିବ ନଚେତ ୧୦୦ ବର୍ଗ ମିଟର ଘର, ଚାରି ଚକିଆ ଯାନ, ଅସ୍ତ୍ରଶସ୍ତ୍ର ଲାଇସେନ୍ସ, ଗାଁରେ ଦୁଇ ଲକ୍ଷରୁ ଅଧିକ ଓ ସହରରେ ତିନି ଲକ୍ଷରୁ ଅଧିକ ଆୟ ରହିଥାଏ, ତେବେ ଏପରି ଲୋକମାନେ ରାସନ କାର୍ଡ ପାଇଁ ଅଯୋଗ୍ୟ ହୋଇଥାନ୍ତି । ଏମାନ ଙ୍କୁ ରାସନ କାର୍ଡ ତହସିଲ କିମ୍ବା ଡିଏସଓ କାର୍ଯ୍ୟାଳୟ ରେ ଫେରାଇବାକୁ ପଡିବ ।

ଯଦି ଏପରି ନକରିବେ ତେବେ ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସରକାରଙ୍କ ନିୟମ ଅନୁଯାୟୀ, ଯଦି ଅଯୋଗ୍ୟ ପ୍ରାର୍ଥୀ ରାସନ କାର୍ଡକୁ ନଫେରନ୍ତି ତେବେ ଯାଞ୍ଚ ପରେ ଏପରି ଲୋକଙ୍କ କାର୍ଡ ବାତିଲ କରାଯିବ । ଏହା ସହିତ ସେହି ପରିବାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । ସାବଧାନ ରୁହନ୍ତୁ କେବଳ ଏତିକି ନୁହେଁ, ବ୍ୟକ୍ତି ଯେବେଠାରୁ ରାସନ ନେଉଥିବେ, ସେହି ଦିନଠାରୁ ସମସ୍ତ ରାସନ ତାଙ୍କୁ ଫେରାଇବାକୁ ପଡ଼ିବ ।