RBIର ବଡ ଘୋଷଣା, ଡିସେମ୍ବର ଠାରୁ ଏନଇଏଫଟି ଜରିଆରେ ୨୪ ଘଣ୍ଟା ପଠାଇ ପାରିବେ ଟଙ୍କା

ଡିସେମ୍ବର ଠାରୁ ଆପଣ ଏନଇଏଫଟି ଜରିଆରେ ୨୪ ଘଣ୍ଟା କେଉଁଠି ବି ଟଙ୍କା ପଠାଇ ପାରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଡିଜିଟାଲ ନେଣଦେଣକୁ ପ୍ରତ୍ସୋହନ ଦେବା ପାଇଁ ଏହି ଘୋଷଣା କରିଛି।  ଏହାଦ୍ୱାରା ଦେଶରେ କ୍ଷୁଦ୍ର ଶୁଳ୍କ ପ୍ରଣାଳୀରେ ନୂଆ କ୍ରାନ୍ତି ଆସିବାର ଅନୁମାନ କରାଯାଉଛି।’

ଆରବିଆଇ ଦ୍ୱାରା ପରିଚାଳିତ ନ୍ୟାସନାଲ ଇଲେକଟ୍ରୋନିକ ଫଣ୍ଡ ଟ୍ରାନ୍ସଫର (ଏନଇଏଫଟି)ରେ ଗ୍ରାହକଙ୍କୁ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରକୁ ଛାଡି ସମସ୍ତ କାର୍ଯ୍ୟ ଦିବସରେ ସକାଳ ୮ ଟାରୁ ସଂଧ୍ୟା ୭ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ଏନଇଏଫଟିକୁ ୨ ଲକ୍ଷ ଟଙ୍କାରୁ ଅଧିକ ଧନରାଶି ଟ୍ରାନ୍ସଫର କରିବା ପାଇଁ ବ୍ୟବହାର କରାଯାଇଥାଏ।

neftଆରବିଆଇ ଡିଜିଟାଲ ନେଣଦେଣକୁ ବୃଦ୍ଧି କରିବା ପାଇଁ ଜୁନର ମୌଦ୍ରିକ ସମୀକ୍ଷାରେ ଆରଟିଜିଏସ୍‌ ଏବଂ ଏନଇଏଫଟି ରୁଟରେ ଟଙ୍କା ପଠାଇବା ଶୁଳ୍କକୁ ପୂରାପୂରି ଭାବରେ ଶେଷ କରି ଦେଇଥିଲେ। ଏହାସହିତ ବ୍ୟାଙ୍କ୍‌ ଠାରୁ ଏହାର ଫାଇଦା ଗ୍ରାହକଙ୍କୁ ପହଁଚାଇବା ପାଇଁ କହିଥିଲେ।

ନିଶ୍ଚିତ ପଢନ୍ତୁ : ପ୍ରତିମାସ ୩୦୦୦ ଟଙ୍କା ପେନସନ ପାଇବା ପାଇଁ ଚାଷୀଙ୍କୁ ଦେବାକୁ ହେବ ଏହ ଜରୁରୀ କାଗଜପତ୍ର

ସମସ୍ତ ଶୁଳ୍କ ଶେଷ କରିବା ପାଇଁ ମଧ୍ୟ ପ୍ରସ୍ତୁତି

ରିୟଲ ଟାଇମ ଗ୍ରସ୍‌ ସେଟଲାଇଟ ସିଷ୍ଟମ (ଆରଜିଏସ)ରୁ ବଡ ରାଶି ତୁରନ୍ତ ପଠାଇବା ପାଇଁ ବ୍ୟବହାର କରାଯାଇଥାଏ। ଏଟିଏମ ଶୁଳ୍କ ସହିତ ସବୁ ପ୍ରକାରର ଶୁଳ୍କର ସମୀକ୍ଷା ପାଇଁ ଇଣ୍ଡିଆନ ବ୍ୟାଙ୍କ୍‌ ଆସୋସିଏସନ (ଆରବିଆଇ)ର ମୁଖ୍ୟ କାର୍ଯ୍ୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସମସ୍ତ ପକ୍ଷଧାରକଙ୍କୁ ଭାଗିଦାରୀ ସମିତିର ଗଠନ ପୂର୍ବରୁ ହିଁ କରାଯାଇ ସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.