କଶ୍ମୀର ପ୍ରସଙ୍ଗରେ ଚୀନ୍‌ ଅଯଥା ମନ୍ତବ୍ୟ ଦେବା ବନ୍ଦ କରୁ, ଜୟଶଙ୍କରଙ୍କ ବେଜିଂ ଗସ୍ତ ପୂର୍ବରୁ ପ୍ରତିକ୍ରିୟା ରଖିଲା ଭାରତ

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ଚୀନ୍‌ ଅଯଥା ମନ୍ତବ୍ୟ ଦେବା ବନ୍ଦ କରୁ । ଜମ୍ମୁକଶ୍ମୀର ବିଲ୍‌ ପୁନଃଗଠନ ବିଲ୍‌ ଜରିଆରେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଗଠନ ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ବେଜିଂ ଗସ୍ତ ପୂର୍ବରୁ ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି । କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର ଏହାର ସ୍ୱାୟତତାକୁ କ୍ଷୂର୍ଣ୍ଣ କରୁଛି ବୋଲି କହିଥିଲା ବେଜିଂ । ଏହାର ଜବାବରେ ଭାରତ କହିଛି, ଏହା ଆମର ଆଭ୍ୟନ୍ତରୀଣ ବ୍ୟାପାର । ଭାରତ ଅନ୍ୟଦେଶର ଆଭ୍ୟନ୍ତରୀଣ ମାମଲାରେ କୌଣସି ମନ୍ତବ୍ୟ ଦିଏ ନାହିଁ । ତେଣୁ ଅନ୍ୟ ଦେଶ ଭାରତ ପ୍ରସଙ୍ଗରେ ଏପରି ମନ୍ତବ୍ୟ ଦେବା ଠିକ୍‌ ନୁହଁ । ଆସନ୍ତା ୧୧ ତାରିଖରେ ଚୀନ୍‌ ଗସ୍ତରେ ଯିବେ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର । ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଭାଗନେବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.