Paytmକୁ ବଡ଼ ଆଶ୍ୱସ୍ତି… RBI ଦେଲା ଆଉ ୧୫ ଦିନର ସମୟ, ଏବେ ଏହି ତାରିଖ ଯାଏ ଜାରି ରହିବ ସେବା

RBI ପେଟିଏମକୁ ବଡ଼ ଆଶ୍ୱସ୍ତି ଦେଇ ୧୫ ଦିନର ଛାଡ୍‌ ପ୍ରଦାନ କରିଛି । ଏବେ ପେଟିଏମ୍ ପେମେଣ୍ଟସ୍‌ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ସୀମା ଫେବୃୟାରୀ ୨୯ରୁ ଲାଗୁ ହେବ ନାହିଁ ।

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପେଟିଏମକୁ ବଡ଼ ଆଶ୍ୱସ୍ତି ଦେଇ ୧୫ ଦିନର ଛାଡ୍‌ ପ୍ରଦାନ କରିଛି । ଏବେ ପେଟିଏମ୍ ପେମେଣ୍ଟସ୍‌ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ସୀମା ଫେବୃୟାରୀ ୨୯ରୁ ଲାଗୁ ହେବ ନାହିଁ, ବରଂ ଏହାକୁ ଆହୁରି ୧୫ ଦିନ ବଢ଼ାଇ ଦିଆଯାଇଛି ।

ମାର୍ଚ୍ଚ ୧୫ ପରେ ପେଟିଏମ୍ ପେମେଣ୍ଟସ୍‌ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲାଗୁ ହେବ । ଏହାର ଅର୍ଥ ହେଉଛି, ପେଟିଏମ୍ ୱାଲେଟ୍, ଫାଷ୍ଟାଗ୍ ଏବଂ ଗ୍ରାହକ ଆକାଉଣ୍ଟରେ କାରବାର ୨୦୨୪ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କରାଯାଇ ପାରିବ । ଏହା ସହିତ ଆରବିଆଇ ପେଟିଏମ୍‌କୁ ନେଇ FAQ ମଧ୍ୟ ଜାରି କରିଛି ।

ବାସ୍ତବରେ, ୨୦୨୪ ଜାନୁୟାରୀ ୩୧ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବଡ଼ ପଦକ୍ଷେପ ନେଇ ପେଟିଏମର ବ୍ୟାଙ୍କ ସେବାକୁ ବନ୍ଦ କରିବାକୁ ଆଦେଶ ଜାରି କରିଥିଲା । ଏହା ଫେବୃୟାରୀ ୨୯ରୁ ଲାଗୁ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହି ତାରିଖକୁ ସଂଶୋଧନ କରାଯାଇଛି ।

ଆରବିଆଇ ଜାନୁୟାରୀ ୩୧ରେ କହିଥିଲା କି, ପେଟିଏମ୍ ପେମେଣ୍ଟସ୍‌ ବ୍ୟାଙ୍କ ଉପରେ ନିୟାମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଯେଉଁ କାରଣରୁ ପେଟିଏମ୍ ପେମେଣ୍ଟସ୍‌ ବ୍ୟାଙ୍କ ଆକାଉଣ୍ଟରେ କାରବାର, ପେଟିଏମ୍ ୱାଲେଟ୍, ଫାଷ୍ଟାଗ୍ ଏବଂ ଟପ୍ଅପ୍ ଭଳି ସେବା ଫେବୃୟାରୀ ୨୯ରୁ ବନ୍ଦ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.