Below header

ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ ବୃଦ୍ଧି କଲା ଆରବିଆଇ, ପ୍ରେସ ମିଟରେ ସୂଚନା ଦେଲେ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ

ବଢିଲା ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ ବଢାଇଛି ଆରବିଆଇ । ଫଳରେ ଏହା ୪.୪୦ରୁ ୪.୯୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି । ରେପୋ ରେଟ୍‌ ବଢିବା ପରେ ଲୋନ୍‌ ଏବଂ EMI ଉପରେ ନିଶ୍ଚିତ ରୂପେ ପ୍ରଭାବ ପଡିବ । ଗତ ଏକ ମାସ ଭିତରେ ରେପୋ ରେଟ୍‌ ଦୁଇ ଥର ବୃଦ୍ଧି ପାଇଛି । ରେପୋ ରେଟ ବୃଦ୍ଧି ପାଇବା ପରେ ମୁଦ୍ରାସ୍ଫିତି ଉପରେ ନିୟନ୍ତ୍ରଣ ଆସିବ ବୋଲି ଆରବିଆଇ ଆଶା ରଖିଛି ବୋଲି କହିଛନ୍ତି ଗଭର୍ନର । କିଛି ଦିନ ହେଲା ଦେଶରେ ସବୁ ପ୍ରତ୍ୟକ ଜିନିଷର ଦରଦାମ ବଢି ଚାଲିଛି । ଏପରିକି ଏପ୍ରିଲ ୨୦୨୨ରେ ଖୁଚରା ମୁଦ୍ରାସ୍ପିତି ୭ ଦଶମିକ ୮ ପ୍ରତିଶତ ଛୁଇଁଛି । ତେବେ ଆଗକୁ ମୁଦ୍ରାସ୍ପିତି ହାର ୬ ଦଶମିକ ୭ ପ୍ରତିଶତ ରଖିବାକୁ ଆରବିଆଇ ଟାର୍ଗେଟ ରଖିଛି ।

କିଛି ବର୍ଷ ହେବ ଉଚ୍ଚସ୍ତର ଛୁଇଁଥିବା ଦରଦାମ ବୃଦ୍ଧି କାରଣରୁ ହିଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟ ବଢାଇବା ନେଇ ଘୋଷଣା କରାଯାଇଛି । ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାଶ ଚଳିତ ମାସ ଅନୁଷ୍ଠିତ ହୋଇଥିବା ମୁଦ୍ରନୀତି ବୈଠକ ପରେ ରେପୋ ରେଟ ବଢା ଯାଇଥିବା ନେଇ ସୂଚନା ଦେଇଛନ୍ତି । ଏହି ବୈଠକ ଷୋମବାର ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ଅର୍ଥାତ ବୁଧବାର ଶେଷ ହୋଇଛି । ଚଳିତ ଆର୍ଥିକ ବର୍ଷରେ ଏହା ହେଉଛି ଆରବିଆଇ ଏମପିସିର ତୃତୀୟ ବୈଠକ । ଏଥିରେ ଗଭର୍ଣ୍ଣରଙ୍କ ସମେତ ୫ ଜଣ ସଦସ୍ୟ ଦରବୃଦ୍ଧି ତଥା ଆର୍ଥିକ ଅଭିବୃଦ୍ଧି ଉପରେ ବିଚାର ବିମର୍ଷ କରିଛନ୍ତି । ରେପୋ ରେଟ ବଢାଯିବା ବ୍ୟତୀତ ଅନ୍ୟ କୌଣସି ଚାରା ନଥିବାରୁ ଏହି ପରି ନିଷ୍ପତ୍ତି ନିଆଯାଇଥିବା ନେଇ ଜଣାଯାଇଛି ।

ଏହା ପୂର୍ବରୁ ଦୀର୍ଘ ଦିନର ବ୍ୟବଧାନ ପରେ ଗତ ମାସ ଅଚାନକ ରେପୋ ରେଟ ବୃଦ୍ଧି କରାଯିବା ନେଇ ଘୋଷଣା କରାଯାଇଥିଲା । ଆଉ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସରକାରୀ ହିସାବ କିତାବ ଅନୁଯାୟୀ ୨୦୨୨ରେ ଖୁଚୁରା ଦରବୃଦ୍ଧି ୭.୮ ପ୍ରତିଶତ ଥିଲା । ଯାହାକି ୨୦୧୪ ପରେ ସର୍ବାଧିକ । ଗତ ଏପ୍ରିଲ ମାସ ହୋଲସେଲ ଦରବୃଦ୍ଧି ବୃଦ୍ଧିପାଇ ୧୫.୦୮ ପ୍ରତିଶତରେ ପହଂଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.