ଏବେ ବିନା ପ୍ରେସକ୍ରିପସନରେ କିଣିପାରିବେ ୧୬ ପ୍ରକାରର ସାଧାରଣ ଔଷଧ, ସରକାର ଆଣୁଛନ୍ତି ନୂଆ ନିୟମ
ନୂଆଦିଲ୍ଲୀ : ଥଣ୍ଡା, କାଶ, ଜ୍ୱର, ସର୍ଦ୍ଦି ଆଦି ସାଧାରଣ ରୋଗ ପାଇଁ ବ୍ୟବହୃତ ହେଉଥିବା ୧୬ ପ୍ରକାରର ସାଧାରଣ ଔଷଧ ଏବେ ବିନା ପ୍ରେସକ୍ରିପସନରେ କିଣି ହେବ। ଏହି ନୂଆ ନିୟମକୁ ଲାଗୁ କରିବା ଉପରେ ବିଚାର କରୁଛନ୍ତି କେନ୍ଦ୍ର ସରକାର। ଏହି ୧୬ଟି ଔଷଧ ମଧ୍ୟରେ ପାରାସିଟାମଲ, ଆଣ୍ଟିସେପ୍ଟିକ କ୍ରିମ ପ୍ରୋଭିଡୋନ ଆୟୋଡିନ, କ୍ଲୋରୋହେକ୍ସିଡାଇନ ମାଉଥଓ୍ବାସ, କ୍ଲୋଟିମାଜୋଲ, ଡାଇକ୍ଲୋଫେନାକ, ବେଞ୍ଜୋଲ ପେରକ୍ସାଇଡ୍ ଆଦି ଔଷଧ ରହିଛି। ଏପରି ୧୬ଟି ସାଧାରଣ ଔଷଧକୁ ଓଭର-ଦି-କାଉଣ୍ଟର (OTC) ଶ୍ରେଣୀଭୁକ୍ତ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଓଟିସି ବର୍ଗର ମେଡ଼ିସିନକୁ ବିନା ପ୍ରେସକ୍ରିପସନ ଔଷଧ କୁହାଯାଏ ଓ ଏହାକୁ ଡାକ୍ତରଙ୍କ ପରାମର୍ଶ ବିନା କିଣି ହେବ।
ଥଣ୍ଡା, କାଶ, ଜ୍ୱର ଆଦି ସାଧାରଣ ରୋଗର ଔଷଧ ବିଷୟରେ ସାଧାରଣ ଲୋକଙ୍କ ଜ୍ଞାନ ଥିବାରୁ ସେଥିପାଇଁ ଆଉ ପ୍ରେସକ୍ରିପସନ ଦରକାର ପଡ଼ିବନି। ଏସବୁ ଔଷଧକୁ ଏଣିକି ବିନା ପ୍ରେସକ୍ରିପସନରେ ଔଷଧ ଦୋକାନରୁ କିଣିପାରିବେ ଗ୍ରାହକ।
The Union Health Ministry has suggested amendments to the Drugs Rules, 1945, to bring 16 such medicines under Schedule K for providing exemptions from requiring a doctor’s prescription so that they can be sold over-the-counter by retail sellers https://t.co/XEAHEiQc77
— Economic Times (@EconomicTimes) June 8, 2022
ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଡ୍ରଗ ରୁଲ୍ସ ୧୯୪୫ରେ କେତେକ ସଂଶୋଧନ ଆଣିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ସଂଶୋଧନ ଦ୍ବାରା ୧୬ଟି ଔଷଧକୁ ସିଡ୍ୟୁଲ-କେ ଶ୍ରେଣୀଭୁକ୍ତ କରାଯିବ। ଫଳରେ ଲାଇସେନ୍ସ ପ୍ରାପ୍ତ ଔଷଧ ଦୋକାନରୁ ଗ୍ରାହକମାନେ ବିନା ଡାକ୍ତରଙ୍କ ପ୍ରେସକ୍ରିପସନରେ ମେଡିସିନ କିଣିପାରିବେ। ଏହି ମାମଲାରେ ଗୋଟିଏ ମାସ ମଧ୍ୟରେ ପରାମର୍ଶ ଦେବାକୁ ମନ୍ତ୍ରଣାଳୟ ପକ୍ଷରୁ ଏକ ଗ୍ୟାରେଟ୍ ବିଜ୍ଞପ୍ତି ଜାରି କରାଯାଇଛି।
Centre plans to bring 16 common drugs for cough, cold, pain under over-the-counter category https://t.co/ojQfOkQ8SL
— Business Khabar (@business_khabar) June 7, 2022
ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ପରେ ଏହି ମେଡ଼ିସିନକୁ ବିନା ଡାକ୍ତରଙ୍କ ପରାମର୍ଶରେ ଦୋକାନରୁ କିଣାଯାଇ ପାରିବ। ତେବେ କେତେକ ପରାମର୍ଶ ସହ ଏହି ମେଡିସିନକୁ ବିକ୍ରି କରାଯିବ। ଯଥା- ଉପଚାରର ସର୍ବାଧିକ ଅବଧି ୫ ଦିନରୁ ଅଧିକ ହୋଇ ନଥିବା ଆବଶ୍ୟକ।ଯଦି ମେଡ଼ିସିନ ଖାଇବା ପରେ ବି କୌଣସି ଲାଭ ନ ମିଳେ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।
Also Read: ଆଜିର ଭାଗ୍ୟ: ଜାଣନ୍ତୁ, ଆପଣଙ୍କ ରାଶିରେ କ’ଣ ଅଛି